ରିୟାଙ୍କୁ ସମୟ ଦେଲେନି ED

ମୁମ୍ବାଇ:  ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟାଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ରିୟାଙ୍କ ସମେତ ୭ ଜଣଙ୍କ ନାମରେ ମାମଲା ରୁଜୁ କରିବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହେବା ପୂର୍ବରୁ ଇଡିଙ୍କୁ ସମୟ ମାଗିଥିଲେ ରିୟା। ହେଲେ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଇଡି।

ସୂଚନାଥାଉ କି, ଇଡିରେ ହାଜର ହେବା ପାଇଁ ଅଧିକ ସମୟ ଦେବା ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀ।  ସୁପ୍ରିମକୋର୍ଟରେ ଶୁଣାଣି ନ ସରିବା ଯାଏଁ ସମୟ ଦେବାକୁ ସେ ଅନୁରୋଧ କରିଥିଲେ। ତେଣୁ ରିୟା ଆଜି ଇଡିରେ ହାଜର ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ଇଡି ରିୟାଙ୍କ ଏହି ଆବଦନକୁ ଖାରଜ କରି ଦେଇଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ED ସମନ ଜାରି କରିଥିଲେ। ତେଣୁ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ନେଇ ଆଜି ଇଡି ଜେରାର ସାମ୍ନା କରିବେ ରିୟା।

You might also like