ଫିଲ୍ମ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ପରଲୋକ
ଜୟପୁର: ଫିଲ୍ମ ନିର୍ମାତା ରଜତ ମୁଖାର୍ଜୀଙ୍କ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା। ରବିବାର ଜୟପୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରଜତ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବଲିଉଡ୍ ଷ୍ଟାର ମନୋଜ ବାଜ୍ପେୟୀ।
ସେ ଟ୍ୱିଟ୍ କରି ଲେଖିଛନ୍ତି “ମୋ ବନ୍ଧୁ ଓ ରୋଡ୍ ଫିଲ୍ମର ନିର୍ଦ୍ଦେଶକ ରଜତ ମୁଖାର୍ଜୀ ଆଉ ନାହାଁନ୍ତି। ଦୀର୍ଘଦିନ ଧରି ରୋଗ ସହିତ ସଂଘର୍ଷ କରୁଥିବା ରଜତ କିଛି ଘଣ୍ଟା ପୂର୍ବରୁ ଜୟପୁରରେ ତାଙ୍କ ବିୟୋଗ ହୋଇଛି। ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ।” ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଏକତା ବିଶ୍ୱାସ କରିପାରୁନି ଯେ ଆମେ କେବେ ଆଉ ଦେଖା ହେବାନି କେବେ ଆଉ କାମ ବିଷୟରେ ଆଲୋଚନା କରିବାନି। ଏକଥା ବିଶ୍ୱାସ ହେଉନାହିଁ। ଯେଉଁଠି ବି ରୁହ ଶାନ୍ତିରେ ରୁହ ବୋଲି ଟ୍ୱିଟ୍ କରିଛନ୍ତି ମନୋଜ।
୨୦୦୨ ମସିହାରେ ମନୋଜ ରଜତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରୋଡ୍’ରେ ଅଭିନୟ କରିଥିଲେ। ଏଥିରେ ଅନ୍ତାର ମାଲି, ବିବେକ ଓବ୍ରୟ, ବିଜୟ ରାଜ ଓ ମାର୍କଣ୍ଡ ଦେଶପାଣ୍ଡେ ପ୍ରମୁଖ କଳାକାର ଅଭିନୟ କରିଥିଲେ। ତେବେ ରଜତଙ୍କ ବିୟୋଗରେ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ଫିଲ୍ମ ନିର୍ଦ୍ଦେଶକ ହନସଲ ମେହଟା ଓ ଅନୁଭବ ସିହ୍ନାଙ୍କ ଭଳି ଚଳଚିତ୍ର ବ୍ୟକ୍ତିତ୍ୱ ରଜତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ୟାର୍ ତୁନେ କ୍ୟା କିଆ, ରୋଡ୍, ଲଭ ଇନ୍ ନେପାଲ, ରୋଡ୍ ଓ ଇସ୍କ କିଲ୍ସ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରଜତ।
ଅନ୍ୟପଟେ କରୋନାରେ ପ୍ରଖ୍ୟାତ ଅଭିନେତା ତଥା କର୍ଣ୍ଣାଟକ ନାଟକ ଆକାଡେମୀ ପୁରସ୍କୃତ ୭୦ ବର୍ଷୀୟ ହୁଲିଭନ ଗଙ୍ଗାଧରୟିହାଙ୍କର ପରଲୋକ ହୋଇଛି। ସପ୍ତାହେ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପ୍ରାଇଭେଟ୍ ହସ୍ପିଟାଲ୍ରେ ଆଡ୍ମିଶନ ନମିଲିବାରୁ ପରିବାର ଲୋକେ କଷ୍ଟେମଷ୍ଟେ ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ସେ ଶତାଧିକ ଫିଲ୍ମରେ ଅଭିନୟ କରିବା ସହିତ ହଜାର ହଜାର ନାଟକ ଓ ଟିଭି ଶୋ’ରେ କାମ କରିଛନ୍ତି।