ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍ପିଟାଲ୍ରେ ଭର୍ତ୍ତି
ହାଇଦ୍ରାବାଦ: ଫିଲ୍ମ ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ନିଶାକାନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ନିଶିକାନ୍ତ ବହୁତ ଚର୍ଚ୍ଚିତ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ଦୃଶ୍ୟମ, ମଦାରୀ, ମୁମ୍ବାଇ ମେରି ଜାନ ଆଦି ଫିଲ୍ମ ପ୍ରମୁଖ। ନିର୍ଦ୍ଦେଶନା ସହିତ କିଛି ମରାଠୀ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ‘ସାତ୍ଚ୍ୟା ଆତ୍ ଘରତ’ ଫିଲ୍ମ ସେ ମଧ୍ୟରୁ ଗୋଟିଏ।
୨୦୦୫ରେ ମରାଠି ଫିଲ୍ମ ‘ଡୋମ୍ବିଭଲି ଫାଷ୍ଟ’ରୁ ସେ ନିର୍ଦ୍ଦେଶନା ଜଗତରେ ପାଦ ରଖିଥିଲେ। ଏହି ପିଲ୍ମଟି ସେତେବେଳେ ସୁପର ଡୁପର ହିଟ୍ ହୋଇଥିଲା। ୨୦୦୬ରେ ଏହା ବେଷ୍ଟ ଫିଚର ଫିଲ୍ମ କ୍ୟାଟେଗୋରୀରେ ନ୍ୟାସ୍ନାଲ ଆୱାର୍ଡ ପାଇଥିଲା। ୨୦୧୫ରେ ରିଲିଜ୍ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ ଦୃଶ୍ୟମରେ ନିର୍ଦ୍ଦେଶନା ଦେଇ ସେ ଖୁବ୍ ଚର୍ଚ୍ଚା ସାଉଁଟି ଥିଲେ।
ତା ଛଡ଼ା ୨୦୧୬ରେ ମୁକ୍ତିଲାଭ କରିଥିବା ଜନ୍ଆବ୍ରାହମ ଷ୍ଟାର୍ର ଫିଲ୍ମ ‘ରକି ହ୍ୟାଣ୍ଡସମ୍’ରେ ନେଗେଟିଭ୍ ଚରିତ୍ରରେ ସେ ଅଭିନୟ କରିଥିଲେ। ସେହିଭଳି ‘ଭାବେଶ ଜୋଶୀ ସୁପର ହିରୋ, ଫୁଗେ ଓ ଜୁଲିଟ-୨ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି।
ତେବେ ନିଶିକାନ୍ତ ତାଙ୍କର ଆଗାମୀ ଫିଲ୍ମ ଦରବାର ପାଇଁ କାମ ଜାରି ରଖିଥିଲେ। ଏହି ଫିଲ୍ମଟି ୨୦୨୨ରେ ମୁକ୍ତିଲାଭ କରିପାରେ ବୋଲି କୁହାଯାଉଛି।