ମହାଭାରତରେ ସୁଦାମା ଚରିତ୍ରରେ ଅଭିନୟ କରିଥିଲେ ବଲିଉଡ୍‌ର ଏହି ଅଭିନେତା

ମୁମ୍ବାଇ: ଲକ୍‌ଡାଉନ୍‌ରେ ଲୋକଙ୍କ ଆଗ୍ରହକୁ ଦେଖି ଦୂରଦର୍ଶନ ତା’ର ଆର୍‌କାଇଭ୍‌ରୁ(ଅଭିଲେଖାଗାର) ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ପୌରାଣିକ କଥାବସ୍ତୁର ପ୍ରସାରଣ କରୁଛି। ସେଥିମଧ୍ୟରେ ରାମାନନ୍ଦ ସାଗରଙ୍କ ରାମାୟଣ ପରେ ବି ଆର୍‌ ଚୋପ୍ରାଙ୍କ ମହାଭାରତକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ଲୋକପ୍ରିୟତା ଯୋଗୁ ଏହି ପୌରାଣିକ ଧାରାବାହିକ ଏବେ କଲର୍ସ ଓ ଷ୍ଟାର୍‌ ଭାରତ ଚ୍ୟାନେଲ୍‌ରେ ପୁନଃ ପ୍ରସାରଣ ହେଉଛି।

ମହାଭାରତରେ ଅଭିନୟ କରୁଥିବା ସମସ୍ତ ଚରିତ୍ରକୁ ପ୍ରାୟତଃ ଆପଣ ଜାଣି ସାରିବେଣି। କିନ୍ତୁ ସେଥିରେ ସୁଦାମା ଚରିତ୍ରରେ ଯିଏ ଅଭିନୟ କରିଥିଲେ ତାଙ୍କୁ ଆପଣ ଜାଣିଛନ୍ତି କି ? ସେ ହେଉଛନ୍ତି ଆଜିର ଆଗ ଧାଡ଼ିର ବଲିଉଡ୍‌ ବା ଟେଲି ଅଭିନେତା ସୁମୀତ ରାଘବନ।

ସାରାଭାଇ ଭର୍ସେସ୍‌ ସାରାଭାଇର କମେଡି ଫେମିଲ୍‌ ଶୋ’ ଫେମସ୍ ଅଭିନେତା ମାତ୍ର ୧୬ ବର୍ଷ ବୟସରେ ମହାଭାରତରେ ସୁଦାମ ଚରିତ୍ରରେ ସେ ଅଭିନୟ କରିଥିଲେ। ସେଥିପାଇଁ ତାଙ୍କୁ ଚିହ୍ନିବା ସହଜ ହୋଇନଥିଲା। ନିକଟରେ ମହାଭାରତ ବିଷୟରେ ନିଜର ଅନୁଭୂତି ବର୍ଣ୍ଣନା କଲାବେଳେ ଏ ବିଷୟରେ ସୂଚନା ଦେଇଥିଲେ ସୁମୀତ। କିନ୍ତୁ ଏହା ଦିନେ ଯେ ଇତିହାସ ରଚିବ ତାହା ସେ ଭାବି ନଥିଲେ।

ଅନୁଭୂତି ବାଣ୍ଟିବା ବେଳେ ସୁମୀତ କହିଥିଲେ, ଯେତେବେଳେ ମେତେ ଏହି ରୋଲ୍ ଅଫର୍‌ କରାଗଲା ସେତେବେଳେ ସେ ଖୁବ୍‌ ଛୋଟ ଥିଲେ। ମାତ୍ର ୧୬ ବର୍ଷର। କିନ୍ତୁ ଏଥିରେ ଅଭିନୟ କରିବା ପାଇଁ ସେ ଖୁବ୍ ଆଗ୍ରହୀ ଥିଲେ। କିନ୍ତୁ ଏହି ଚରିତ୍ର ପାଇଁ ଅନେକ ପ୍ରତିଯୋଗୀ ଥିଲେ। ସେତେବେଳେ ମୁଁ ଖୁବ୍‌ ପତଳା ଥିଲି। ସେଥିପାଇଁ ବୋଧହୁଏ ମେତେ ଏହି ରୋଲ୍‌ ଦିଆଗଲା ବୋଲି ମଜାଳିଆ ଢଙ୍ଗରେ କହିଥିଲେ ସୁମୀତ। ଏହି ଚରିତ୍ର ପାଇଁ ସେ ୩ରୁ ୪ ଦିନ ଶୁଟିଂ କରିଥିଲେ।

ଦୂରଦର୍ଶନରେ ଏହି ଧାରାବାହିକ ପୁଣି ଥରେ ଚାଲୁ ହେବା ବେଳେ ସୁମୀତଙ୍କ ଫ୍ୟାନ୍‌ମାନେ ତାଙ୍କ ଫଟୋ ଉଠାଇ ସ୍କ୍ରିନ୍‌ଶଟ୍‌ ନେଇ ସୋସିଆଲ୍‌ ମିଡିଆରେ ତାଙ୍କୁ ଟ୍ୟାଗ୍‌ କରିଥିଲେ। ଏବଂ ଏହାପରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ତେବେ ଏହି ଧାରାବାହିକରେ ଅଭିନୟ କରି ସେ ଖୁବ୍‌ ଖୁସୀ ବୋଲି ସୁମୀତ କହିଛନ୍ତି।

ବି.ଆର୍ ଚୋପ୍ରାଙ୍କ ନିର୍ଦ୍ଦେଶନା ଓ ପ୍ରଯୋଜନାରେ ତିଆରି ହୋଇଥିବା ମହାଭାରତ ଧାରାବାହିକରେ ରୂପା ଗାଙ୍ଗୁଲି, ମୁକେଶ ଖାନ୍ନା, ନୀତୀଶ ଭରଦ୍ୱାଜ, ପଙ୍କଜ୍‌ ଧୀର ଓ ପୁନୀତ ଇସାରଙ୍କ ଭଳି ବଡ଼ ବଡ଼ ଅଭିନେତା ଅଭିନୟ କରିଥିଲେ।

୧୯୮୮ରେ ପ୍ରଥମେ ଦୂରଦର୍ଶନରେ ପ୍ରାସାରିତ ହୋଇଥିବା ମହାଭାରତରେ ଭାରତର ସଂକ୍କୃତି, କୁଟନୀତୀ ଓ ରାଜନୀତିର ବଳିଷ୍ଠ ନିଦର୍ଶନ ଦେଖିବାକୁ ମିଳେ।

You might also like