ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଯାଞ୍ଚ ସମୟରେ ପ୍ରତି ଦିନ ନୂୂଆ ନୂଆ ଖବର ସାମ୍ନାକୁ ଆସୁଛି । ଆଜି ଅନେକ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ ଅଭିନେତ୍ରୀ ଦିଆ ମିର୍ଜା ବି ଏହି ଡ୍ରଗ୍ସ ଲିଙ୍କରେ ଅଛନ୍ତି । ଏପରିକି ତାଙ୍କୁ ଜେରା କରିବା ପାଇଁ ଏନସିବି ସମନ ଜାରି କରିଛି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି ।
ତେବେ ଏସବୁ ଖବର ମଧ୍ୟରେ ଦିଆ ମିର୍ଜାଙ୍କ ପ୍ରତିକ୍ରିୟା ଆସିଛି । ସେ ସୋଶାଲ ମିଡିଆ ଜରିଆରେ ନିଜର ପକ୍ଷ ରଖିଛନ୍ତିି ।
ଡ୍ରଗ୍ସ ମାମଲାରେ ସଫେଇ ଦେଇ ସେ ଏସବୁ ଖବରକୁ ମିଛ ବୋଲି କହିଛନ୍ତି ।
ଦିଆ ନିଜ ଇନ୍‌ଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଏସବୁ ଖବର ସର୍ଣ୍‌ର୍ ଭୁଲ, ଭୀତ୍ତିହୀନ । ଏପରି ରିପୋଟିଂ ସିଧାସଳଖ ମୋ ପ୍ରତିଷ୍ଠା ଉପରେ ପଡିବ । ଏହା ମୋ କ୍ୟାରିୟରକୁ କଳଙ୍କିତ କରିବ ଏବଂ ବରବାଦ କରିଦେବ ଯାହାକୁ ମୁଁ ବହୁତ ବର୍ଷ ଧରି କଷ୍ଟରେ ଏବଂ ବର୍ଷ ବର୍ଷ ଧରି ପରିଶ୍ରମ କରି ତିଆରି କରିଛି । ମୁଁ ମୋ ଜୀବନରେ କେବେ ବି ନା ଡ୍ରଗ୍ସ ସେବନ କରିଛି ନା କିଣିଛି ।’
ସେ ଆହୁରି ଲେଖିଛନ୍ତି, ‘ଏହି ମାମଲାରେ ଭାରତର ନାଗରିକ ଭାବେ ଆଇନକୁ ସମ୍ପୂର୍ଣ୍ଣ ଭାବେ ସହାୟତା ନେବି । ମୋ ସହ ଛିଡ଼ା ହୋଇଥିବା ମୋ ସମର୍ଥକମାନଙ୍କୁ ଧନ୍ୟବାଦ୍ ।’
ଦିଆ ନିଜ ଟୁଇଟର ଆକାଉଣ୍ଟରେ ବି ଅନେକ ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ମଧ୍ୟ ସେ ଏହି ଅଭିଯୋଗକୁ ଭୁଲ ବୋଲି କହିଛନ୍ତି ।
ଦିଆଙ୍କ ଏହି ପୋଷ୍ଟ ଉପରେ ଫ୍ୟାନ୍ସଙ୍କ ସମର୍ଥନ ତ ମିଳୁଛି । ଏଥି ସହିତ ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ ଦେଇ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି । ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଏନସିବି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ସୂଚନାଥାଉ କି, ଡ୍ରଗ୍ସ ଲିଙ୍କ ମାମଲାରେ ଦିଆଙ୍କ ସମେତ ଆହୁରି ଅନେକ ବଲିଉଡ ସେଲିବ୍ରିଟିଜ୍‌ଙ୍କ ନାମ ମଧ୍ୟ ସାମ୍ନକୁ ଆସିଥିବା କୁହାଯାଉଛି ।

 

ଆହୁରି ପଢ଼ନ୍ତୁ

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍‌

‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

You might also like