ହୋଟେଲ୍‌ରେ ଏମିତି କାମ କରୁଥିଲେ ଦୀପିକା; ବେଷ୍ଟ୍‌ ଫ୍ରେଣ୍ଡ୍‌ କଲେ ଖୁଲାସା..

ମୁମ୍ବାଇ: ଦୀପିକା ପାଦୁକୋନ୍ ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରୀର ଆଗଧାଡ଼ିର ଜଣେ ଅଭିନେତ୍ରୀ। ଗୋଟିଏ ଗୋଟିଏ ଫିଲ୍ମ ଓ ବିଜ୍ଞାପନ କରିବା ପାଇଁ କୋଟି କୋଟି ଟଙ୍କା ନେଉଥିବା ଏହି ସେଲେବ୍ରିଟି ହୋଟେଲ୍‌ରୁ ସାମାନ୍ୟ ଶ୍ୟାମ୍ପୁ ବୋତଲ ଚୋରାଇବା କଥାକୁ ଆପଣେ ବିଶ୍ୱାସ କରୁ ନଥିବେ। ତେବେ ଆମେ ଏ କଥା କାହାଠାରୁ ଶୁଣି ଲେଖି ନାହୁଁ। ଖୋଦ୍‌ ଦୀପିକାଙ୍କ ବ୍ରେଷ୍ଟ୍‌ ଫ୍ରେଣ୍ଡ୍‌ ଲିଖିତ ଭାବେ ଏ କଥା ଜଣାଇଛନ୍ତି। ତାଙ୍କ ନାଁ ସ୍ନେହା ରାମଚନ୍ଦର। ଅଗଷ୍ଟ ୪ରେ ବନ୍ଧୁତ୍ୱ ଦିବସ ପାଳନ ହେବାକୁ ଥିବା ବେଳେ ସେ ଦୀପିକାଙ୍କ ଉଦ୍ଦେଶ୍ୟରେ ଏହି ଲେଖାଟି ଶେଆର୍ କରିଛନ୍ତି। ସେ ଦୀପିକାଙ୍କ ୱେବ୍‌ସାଇଟ୍‌ରେ ଏହାକୁ ଶେଆର୍ କରିଛନ୍ତି। ଏହାକୁ ପଢ଼ିଲେ ଆପଣ ଦୀପିକାଙ୍କ ବ୍ୟକ୍ତିତ୍ୱର ଏକ ଅଲଗା ଦିଗ ତଥା ସାଙ୍ଗମାନଙ୍କ ପ୍ରତି ସେ କେତେ ଯତ୍ନବାନ, ତାହା ଜାଣିପାରିବେ।

ସ୍ନେହା ଏଥିରେ ଦୀପିକାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଆପଣ ଏମିତି ଜଣେ ବ୍ୟକ୍ତିତ୍ୱକୁ ଜାଣନ୍ତି, ଯାହାଙ୍କ ଉପସ୍ଥିତି ହିଁ  ପ୍ରେମର ଏକ ଆଲିଙ୍ଗନ। ତାଙ୍କୁ ଦେଖିଦେଲେ ହିଁ ଅନଭବ କରିହୁଏ ଗରମ କୋକୋ କପ୍‌ର ଉଷ୍ମତା।  ଯାହାଙ୍କ ଆଖିରେ ଦୟାଭାବ ଥାଏ ଏବଂ ସେଇ ଆଖିକୁ ଦେଖିଲେ ଆପଣଙ୍କର ହୃଦ୍‌ବୋଧ ହେଉଥିବ ଯେ ସେ ଆପଣଙ୍କ ପାଇଁ ଖୁବ୍‌ ଯତ୍ନବାନ୍‌!

ଏମିତି ଅନେକ ଭାବପୂର୍ଣ୍ଣ ପ୍ରଶଂସା ସେ ଦୀପିକାଙ୍କ ଉଦ୍ଦେଶ୍ୟରେ କରିଛନ୍ତି।

ଏହା ସହିତ ସେ ଲେଖିଛନ୍ତି,“ ଆପଣ ଏମିତି କାହାକୁ ଜାଣନ୍ତି, ଯିଏ ଟ୍ରାଭେଲ୍‌ସ୍‌ ବେଳେ ଆପଣଙ୍କ ପାଇଁ ହୋଟେଲ୍‌ରୁ ଆପଣଙ୍କ ମନପସନ୍ଦର ଶ୍ୟାମ୍ପୁ ବୋତଲ ଚୋରି କରିପାରେ, ମୋ କହିବାର ଅର୍ଥ ଆପଣଙ୍କ ପାଇଁ ସଂଗ୍ରହ କରିପାରେ। କାରଣ ସେ ଭଲ ଭାବେ ଜାଣନ୍ତି ଯେ, ସେଗୁଡ଼ିକୁ ଆପଣ ଭଲ ପାଆନ୍ତି।”

ଅବଶ୍ୟ ଏନେଇ ଦୀପିକାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଏହି ଲେଖାରୁ ସ୍ପଷ୍ଟ ହେଉଛି ଯେ ଦୀପିକା ଓ ସ୍ନେହାଙ୍କ ମଧ୍ୟରେ ଭଲ ବଣ୍ଡିଂ ଅଛି।

ଦୀପିକା ଏବେ ମେଘନା ଗୁଲଜାରଙ୍କ ‘ଛପକ୍‌’ ଫିଲ୍ମରେ କାମ କରୁଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ମାସରେ ଫିଲ୍ମଟି ରିଲିଜ୍ ହୋଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ତୁମେ ବହୁତ୍‌ ମନେ ପଡ଼ୁଛ.. ମା’ଙ୍କ ପୁଣ୍ୟତିଥିରେ ଏମିତି ଭାବପ୍ରବଣ ହେଲେ ଜାହ୍ନବୀ

ପୁଣି ମା’ ହେଲେ ଶିଳ୍ପା ଶେଟ୍ଟୀ

ଶ୍ରେଷ୍ଠ ଅଭିନେତା ହ୍ରିତିକ୍‌, ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଦିବ୍ୟଙ୍କା

ଏକ୍ସ ବୟଫ୍ରେଣ୍ଡଙ୍କୁ ନେହାଙ୍କ ଚେତାବନୀ, କହିଲେ- ମୁଁ ଯଦି ମୁହଁ ଖୋଲିବି…

କମଲ୍ ହାସନ୍‌ଙ୍କ ଶୁଟିଂ ସେଟ୍‌ରେ କ୍ରେନ୍‌ ଖସିପଡ଼ି ୩ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟରଙ୍କ ମୃତ୍ୟୁ

ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ର ଶୁଭ ମହୁରତ

ଅଭିନେତା ତାପସ ପାଲ ଆଉ ନାହାନ୍ତି

ହଲିଉଡ୍‌ରେ ଚର୍ଚ୍ଚିତ ଓଡ଼ିଆ ନାଁ ରାଧାରାଣୀ

ବନ୍ଦ ହୋଇପାରେ ‘କହାଁ ହମ୍‌ କହାଁ ତୁମ୍‌’ ଧାରାବାହିକ

୬୫ତମ ଫିଲ୍ମଫେୟାର ଆୱାର୍ଡ: ରଣବୀର, ଆଲିଆ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା

ସଲମାନ୍‌ଙ୍କ ପାଇଁ ସାଇକେଲରେ ଗଲେ ୬୦୦ କି.ମି.

You might also like