ବନ୍ଦ ହୋଇଯିବ ଦୀପିକାଙ୍କ ଏହି ଶୋ’ !

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ଟେଲି କୁଇନ୍ ଏକ୍‌ତା କପୁରଙ୍କ ଧାରାବାହିକ ‘କବଚ… ମହାଶିବରାତ୍ରୀ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ବୋଲି ଜଣାପଡ଼ିଛି। ଗତ ମେ’ ମାସରୁ ଏହି ଶୋ’ ଆରମ୍ଭ ହୋଇଥିଲା। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ‘ଦିଆ ଔର୍ ବାତୀ ହମ୍‌’ର ସନ୍ଧ୍ୟା ତଥା ଦୀପିକା ସିଂହ, ନମିକ ପଲ୍ ଓ ବିନ୍‌ ରାଣା। ହେଲେ ଏବେ ଖବର ଆସୁଛି ଯେ ଏହି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ବୋଲି।

ଏହି ଧାରାବାହିକକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେଣୁ ଏକ୍‌ତା ‘କବଚ-୨’ ଆଣିବାକୁ ସ୍ଥିର କରିଥିଲେ। ପ୍ରଥମ ସିଜିନ୍‌ ପରି ଏହାକୁ ବି ଲୋକେ ପସନ୍ଦ କରିବେ ବୋଲି ସେ ଆଶା ରଖିଥିଲେ। ହେଲେ ଏହା ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି।

ସୂଚନା ଅନୁଯାୟୀ, ଶୋ’ଟି ଟିଆର୍‌ପି ତାଲିକାର ବହୁତ ତଳେ ରହୁଛି। ଟିଆରପି ବଢ଼ାଇବା ପାଇଁ ଏକ୍‌ତା ଶୋ’ରେ ଅନେକ କିଛି ପ୍ରୟାସ କରିଥିଲେ। ହେଲେ ସେସବୁ କାମ ଦେଲାନି। ଟିଆର୍‌ପି ରେସ୍‌ରେ ଏହା ଆଦୌ ଆଗେଇ ପାରିଲା ନାହିଁ।

ଏମିତିରେ ତ ଆଜିକାଲି ହାଇ ଟିଆରପିର ଫଣ୍ଡା ହେଉଛି ସୁପରନ୍ୟାଚୁରାଲ୍ କନ୍‌ସେପ୍ଟ। ହେଲେ ‘କବଚ-୨’ ବା ‘କବଚ… ମହାଶିବରାତ୍ରୀ’ ପ୍ରଥମ ସିଜିନ୍‌ରୁ ଓ ଅନ୍ୟ ସୁପରନ୍ୟାଚୁରାଲ୍ ଶୋ’ଠୁ ଖୁବ୍ ଅଲଗା ହେବ ବୋଲି ନିର୍ମାତା କହିଥିଲେ। କିନ୍ତୁ ଏଥିରେ କିଛି ନୂଆ ଦେଖିବାକୁ ମିଳୁନାହିଁ। ସିରିଏଲ୍‌ର କାହାଣୀ ବି ଦର୍ଶକଙ୍କୁ ପ୍ରଭାବିତ କରିପାରିନି। ତେଣୁ ଏହାକୁ ବନ୍ଦ କରି ଦେବାକୁ ନିର୍ମାତା ଚିନ୍ତା କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

‘ସାହୋ’ ପରେ ଶୁଟିଂ ସେଟ୍‌କୁ ଫେରିଲେ ପ୍ରଭାସ

ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ବିବାଦ: କଙ୍ଗନା କହିଲେ, ଦେଶ ବିଭାଜନକାରୀଙ୍କୁ ସମର୍ଥନ କରେ ନାହିଁ

କାହିଁକି ନିକ୍‌ଙ୍କୁ ଡେଟ୍‌ କରିବାକୁ ପସନ୍ଦ କଲେ ପ୍ରିୟଙ୍କା ?

ହାର୍ଦ୍ଦିକ୍‌ଙ୍କ ଦୁଲ୍‌ହନ୍‌ କେମିତି ହେଲେ ରାନୁ ?

କପିଲ ଶର୍ମାଙ୍କ କୋଳରେ କୁନି ଝିଅ-ଫଟୋ ଭାଇରାଲ

କିଏ ଏହି ଟିକ୍‌ଟକ୍‌ ଡାନ୍ସର ? ଜାଣିବାକୁ ଚାହୁଁଛନ୍ତି ହ୍ରିତିକ୍‌

କିଏ ଏହି କୈଫୀ ଆଜ୍‌ମୀ, ଯାହାଙ୍କୁ ଗୁଗଲ୍‌ ଜଣାଇଲା ଶ୍ରଦ୍ଧାଞ୍ଜଳି

ନିଜଠୁ ୧୪ ବର୍ଷ ସାନ ଝିଅକୁ ବାହା ହୋଇଥିଲେ , ବାହାଘର ପରେ ଚାଷ କରୁଛନ୍ତି ଏହି ଅଭିନେତା   

You might also like