ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ବାହାଘର ପକ୍କା
ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ପକ୍କା ହୋଇଛି। ଖୁବ୍ ଶୀଘ୍ର ରିଲ୍ ଲାଇଫ୍ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍ରେ ବାନ୍ଧି ହେବାକୁ ଯାଉଛନ୍ତି । ଆଉ ବେଶୀ ବିଳମ୍ବ ନୁହେଁ ନଭେମ୍ବର ୨୦ରେ ଦୁଇ ଜଣ ବାହା ହେବେ ବୋଲି ଟ୍ୱିଟ୍ କରିଛନ୍ତି।
ତେବେ ଗଣମାଧ୍ୟମ ଚର୍ଚ୍ଚାରୁ ଦୂରେଇ ରହିବାକୁ ଉଭୟ ପରିବାର ତାରିଖକୁ ଗୋପନ ରଖିଥିଲେ। ବହୁ ଆଡ଼ମ୍ବରର ସହ ଏହି ବାହାଘର ହେଉଛି। କୁହାଯାଉଛି ଯେ ସେମାନେ ଇଟାଲିର ଲେକ୍ କୋମୋରେ ବାହା ହେବେ। ତାଙ୍କ ବିବାହକୁ ମୁଣ୍ଡଗଣତି ମାନ୍ୟଗଣ୍ୟ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି।
ଦୁହିଁଙ୍କ ବିବାହକୁ ନେଇ ଏବେଠାରୁ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଜୋର ଧରିଲାଣି । ବିବାହ ତାରିଖ ଘୋଷଣା ହେବା ପରେ ଉଭୟଙ୍କ ଫ୍ୟାନ୍ମାନେ ବେଶ୍ ଖୁସି ଅଛନ୍ତି।
20th November!!! Lock kar do…. ???#DeepVeer #weddingdate @deepikapadukone @RanveerOfficial ♥️♥️♥️♥️ pic.twitter.com/DwPgHXZEOx
— Neelima Kulkarni (@starneelima) 14 August 2018
best couple best actors best humans stay always full of love of happiness of funs of protections of blessings charmant didi princess @deepikapadukone @RanveerOfficial bhai with a futur life of married always blessed everytime everyday of your life tc??????❤️?? pic.twitter.com/xHWs5AVxIt
— ?? GEO DIDI PRINCESS DEEPIKA RANVEER BHAI❤️?? (@PRINCESSdeeps86) 13 August 2018