ଖୁବ୍ ଶୀଘ୍ର ବିବାହ ତାରିଖ ଘୋଷଣା କରିବେ ଦୀପିକା! ଦେଲେ ଏମିତି କିଛି ସଙ୍କେତ…
ମୁମ୍ବାଇ: ଦୀପିକା ପାଦୁକୋନ୍ ଓ ରଣବୀର ସିଂ ବଲିଉଡ୍ ସେଲେବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯିଏକି ଚଳିତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ରିଲେସନ୍ସିପ୍କୁ ନେଇ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଲିଉଡ୍ର ଏହି ଚର୍ଚ୍ଚିତ ଯୋଡ଼ି ଚଳିତ ବର୍ଷ ନଭେମ୍ବରରେ ବିବାହ କରିପାରନ୍ତି। ଏପରିକି ସେମାନଙ୍କ ମ୍ୟାରେଜ୍ ଭେନ୍ୟୁ ମଧ୍ୟ ସ୍ଥିର ହୋଇଯାଇଛି। ଯାହାକୁ ନେଇ ସୋଶାଲ୍ ମିଡିଆରେ ଅନେକ ଖବର ଶୁଣିବାକୁ ମିଳୁଛି। କିନ୍ତୁ ଏସବୁକୁ ନେଇ ଦୀପିକା ଓ ରଣବୀର ଚୁପ୍ ଅଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଦୀପିକାଙ୍କୁ ତାଙ୍କର ବିବାହକୁ ନେଇ ଏକ ପ୍ରଶ୍ନ ପଚରାଯିବାରୁ ସେ କିଛି ନ କହି ଚୁପ୍ ରହିବାକୁ ପସନ୍ଦ କରିଥିଲେ। ବିବାହକୁ ନେଇ କଣ ପ୍ଲାନ୍ ରହିଛି ବୋଲି ତାଙ୍କୁ ପଚରାଯିବାରୁ ଉତ୍ତରରେ ସେ କହିଥିଲେ- ‘ଆପଣଙ୍କୁ ଏହା ଖୁବ୍ ଶୀଘ୍ର ଜଣାପଡ଼ିବ’। ଏହା କଣ ତାଙ୍କ ବିବାହକୁ ନେଇ ଏକ ପ୍ରକାର ସଙ୍କେତ ନୁହେଁ ତ ? ତାଙ୍କର ଏଭଳି ଉତ୍ତରରେ ସମସ୍ତେ ବର୍ତ୍ତମାନ ସେହିଦିନକୁ ଚାହିଁ ବସିଛନ୍ତି କେଉଁ ଦିନ ସେ ତାଙ୍କ ବିବାହ ତାରିଖ ଘୋଷଣା କରିବେ।
ଅନେକ ଦିନରୁ ଦୀପିକା କୌଣସି ପ୍ରୋଜେକ୍ଟ ହାତକୁ ନେଉ ନାହାନ୍ତି। କୁହାଯାଉଛି ଯେ,ଦୀପିକା ତାଙ୍କ ବିବାହ ତାରିଖ କାହାକୁ ନ ଜଣାଇ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେ ଆଉ କୌଣସି ଫିଲ୍ମ ସାଇନ୍ କରୁନାହାନ୍ତି। କିନ୍ତୁ ରଣବୀର ତାଙ୍କ କାମରେ ସକ୍ରିୟ ଅଛନ୍ତି।
ଦୀପିକା ଓ ରଣବୀରଙ୍କୁ ‘ପଦ୍ମାବତ୍’, ‘Goliyon Ki Raasleela Ram-Leela’ , ‘ବାଜିରାଓ ମସ୍ତାନୀ’ ଆଦି ଫିଲ୍ମରେ ଏକାଠି ଦେଖିବାକୁ ମିଳିଛି। ଉଭୟଙ୍କ ଯୋଡ଼ି ରିଲ୍ ଲାଇଫ୍ରେ ଏତେ ହିଟ୍ ହୋଇଛି ଯେ ପ୍ରଶଂସକମାନେ ତାଙ୍କୁ ରିୟଲ୍ ଲାଇଫ୍ରେ ଦେଖିବାକୁ ଚାହୁଁଛନ୍ତି।