ଟିସୁ ପେପର୍‌ ବିକ୍ରି ବାହାନାରେ ଦୀପିକାଙ୍କ ପର୍ସ ଛଡ଼ାଇ ନେଲେ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଫ୍ୟାନ୍ସଙ୍କ ସହ ସମ୍ପର୍କରେ ଥାନ୍ତି। ଫ୍ୟାନ୍ସଙ୍କ ସହ ଅନେକ ସମୟରେ କଥାବାର୍ତ୍ତା ହେବାର ନଜିର ରହିଛି। ଏପରିକି ଭିଡ଼ ଭିତରେ ମଧ୍ୟ ସେ ଫ୍ୟାନ୍ସଙ୍କ ପାଖକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି। ହେଲେ ଦୀପିକାଙ୍କ ଏଭଳି ଉଦାରତା ପାଇଁ ତାଙ୍କୁ ଅନେକଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ଏବେ ସୋସିଆଲ ମିଡିଆରେ ଦୀପିକାଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଟିସୁ ପେପର ବିକ୍ରି କରିବା ବାହାନାରେ ଭିଡ଼ ଭିତରେ ଜଣେ ମହିଳା ଦୀପିକାଙ୍କ ପର୍ସକୁ ଛଡ଼ାଇ ନେବା ପାଇଁ ପ୍ରୟାସ କରୁଥିଲେ। ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ‌ ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ଦୀପିକାଙ୍କ ପର୍ସ ନେଇ ପଳାଇ ଯିବାକୁ ଉଦ୍ୟମ କରୁଛନ୍ତି। ଦୀପିକା ଏହାକୁ ବିରୋଧ କରିରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ତାଙ୍କ ବଡିଗାର୍ଡ ସ୍ଥିତିକୁ ସମ୍ଭାଳି ଦେଇଥିଲେ। ବଡିଗାର୍ଡ ଜଣକ ମହିଳାଙ୍କଠାରୁ ପର୍ସକୁ ଛଡ଼ାଇ ଆଣିଥିଲେ ଏବଂ ଦୀପିକାଙ୍କୁ ଦେଇଥିଲେ।

ଗୁରୁବାର ରାତିରେ ମୁମ୍ବାଇ ଖାର୍‌ ସ୍ଥିତ ଏକ ରେଷ୍ଟୁରାଣ୍ଟ ବାହାରେ ଦୀପିକା ନଜର ଆସିଥିଲେ। ଏହି ସମୟରେ ଫଟୋଗ୍ରାଫରଙ୍କ ସମେତ ଟିସୁ ପେପର୍‌ ବିକ୍ରି କରୁଥିବା ଜଣେ ମହିଳା ଦୀପିକାଙ୍କ ପାଖକୁ ଚାଲି ଆସିଥିଲେ। ଟିସୁ ପେପର୍‌ ନେବା ପାଇଁ ମହିଳା ଜଣକ ଦୀପିକାକୁ ଗୁହାରି କରିଥିଲେ। ଅଳ୍ପ କିଛି ସମୟ ଭିତରେ ସେହି ସ୍ଥାନରେ ଭିଡ଼ ଜମି ଯାଇଥିଲା। ଯାହାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ଜଣକ ଦୀପିକା କାନ୍ଧରେ ପକାଇଥିବା ପର୍ସକୁ ଛଡ଼ାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ଦୀପିକାଙ୍କ ବଡିଗାର୍ଡ ଏହାକୁ ଅଟକାଇଥିଲେ ଓ ଦୀପିକାଙ୍କୁ ତାଙ୍କ ପର୍ସ ଫେରାଇ ଦେଇଥିଲେ। ଏହି ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍ ହୋଇଛି।

 

 

View this post on Instagram

 

A post shared by Viral Bhayani (@viralbhayani)

ଫ୍ୟାନ୍ସଙ୍କ ଗହଣରେ ଦୀପିକା

ଯଦି ଆମେ ଦୀପିକାଙ୍କ ୱର୍କ ଫ୍ରଣ୍ଟ୍‌ କଥା କହିବା, ତା’ହେଲେ ଶେଷଥର ପାଇଁ ଫିଲ୍ମ ‘ଛପାକ୍‌’ରେ ଦୀପିକା ନଜର ଆସିଥିଲେ। ଯଦିଓ ଫିଲ୍ମଟି ସ୍କ୍ରିନ୍‌ରେ ଏତେ ହିଟ୍‌ କରିନଥିଲା ହେଲେ ଫିଲ୍ମରେ ଦୀପିକାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ। ଏବେ ଦୀପିକା ବଲିଉଡ୍‌ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଦୀପିକାଙ୍କ ଏହି ଫିଲ୍ମର ନାଁ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। ଏହାସହ ଦୀପିକା ଫିଲ୍ମ ’83’ ଓ ‘ପଠାନ୍‌’ରେ ମଧ୍ୟ ନଜର ଆସିବେ।

Image Credit: NDTV
You might also like