ବାଜିବ ସାହାନାଇ

ବିବାହ ବନ୍ଧନରେ ଅାବଦ୍ଧ ହେବେ ରଣବୀର-ଦୀପିକା

ମୁମ୍ବାଇ : ଶେଷରେ ସ୍ଥିର ହୋଇଛି ବଲିଉଡର ହିଟ୍ ଯୋଡ଼ି ରଣବୀର ସିଂହ ଏବଂ  ଦୀପିକା ପାଦୁକୋଣଙ୍କ ବିବାହ ତାରିଖ। ଏହା ସହ ବି ଟାଉନର ଏହି ସକ୍‌ସେସ କପୁଲଙ୍କ ବିବାହକୁ ନେଇ ରହିଥିବା ସସପେନ୍ସ ମଧ୍ୟ ଦୂର ହୋଇଛି। ଅାଜି ସୋସିଅାଲ ମିଡିଅାରେ ଉଭୟେ ନିଜ ବାହାଘର ତାରିଖ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅାସନ୍ତା ମାସ ୧୪ ଏବଂ ୧୫ ତାରିଖରେ ଉଭୟ ଷ୍ଟାର ବିବାହ ବନ୍ଧନରେ ଅାବଦ୍ଧ ହେବେ।  ହ୍ୱାଇଟ ଏବଂ ଗୋଲ୍ଟ କଲରର ଏକ କାର୍ଡ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଦୀପିକା। ଦୀପିକା ନିଜେ ପୋଷ୍ଟ କରିଥିବା କାର୍ଡରେ ଲେଖିଛନ୍ତି ଯେ, ଏହି ବିବାହ ପାଇଁ ଉଭୟ ପରିବାରର ସମ୍ମତ ରହିଛି ଏବଂ ଅାର୍ଶୀବାଦ ମଧ୍ୟ ରହିଛି।

 

View this post on Instagram

 

A post shared by Deepika Padukone (@deepikapadukone) on

ତେବେ କେଉଁ ସ୍ଥାନରେ ବିବାହ କରିବେ ସେ ନେଇ କିଛି ବି ସୂଚନା ଦେଇନାହାନ୍ତି ଉଭୟ ଦୀପିକା ଓ ରଣବୀର। ସୋସିଅାଲ ମିଡିଅାରେ ଦୀପିକାଙ୍କ ଏହି ପୋଷ୍ଟ ପରେ ବିଭିନ୍ନ ଅାଡୁ ଶୁଭେଚ୍ଛା ଅାସିବା ସହ ବିଦେଶରେ ବିବାହ କରିବେ ବୋଲି ବି ଚର୍ଚ୍ଚା ହେଉଛି।

You might also like
Comments
Loading...