ଇନ୍‌ଷ୍ଟାଗ୍ରାମ୍‌ରେ ପୂର୍ବତନ ବୟଫ୍ରେଣ୍ଡଙ୍କ ଫଟୋ ପୋଷ୍ଟ କରି ଟ୍ରୋଲ୍‌ ହେଲେ ଦୀପିକା

ମୁମ୍ବାଇ: ବଲିଉଡର ସୁପରହିଟ୍‌ ଯୋଡ଼ି ଭାବେ ଜଣାଶୁଣା ଦୀପିକା ଓ ରଣବୀର ସଂଙ୍କ ଯୋଡ଼ି। ସେମାନେ ଆଗାମୀ ନଭେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି ଓ ଏହା ମଧ୍ୟ କୁହାଯାଉଛି ଯେ ସେମାନେ ଇଟାଲିରେ ବିବାହ କରିବେ। ଏହି ଖବର ପାଇବା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ବହୁତ ଉତ୍ସୁକତା ଦେଖାଦେଇଛି।

ନିକଟରେ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଦିପିକା ତାଙ୍କ ସୋଶାଲ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ, “Capturing Moments” ।

ଏହି ଫଟୋଟି ହେଉଛି ‘ତମାସା’ ଫିଲ୍ମର ଯେଉଁଥିରେ ସେ ରଣବୀର କପୁରଙ୍କ ସହ କାମ କରିଥିଲେ। ଏହି ଫଟୋଟି ଫ୍ରାନ୍ସର କୋର୍ସିକା ପାହାଡ଼ରେ ଉଠାଯାଇଛି। ଯେଉଁଠାରେ ଦୀପିକା ହାତରେ କ୍ୟାମେରା ଧରି ତାଙ୍କ ପୂର୍ବ ପ୍ରେମିକ ରଣବୀର କପୁରଙ୍କ ସଟ୍‌ ନେଉଛନ୍ତି।

ଏହି ଫଟୋ ପୋଷ୍ଟରୁ ତାଙ୍କ ଫ୍ୟାନ୍‌ମାନେ କିଛି ମାତ୍ରରେ ଦୁଃଖିତ ହେବା ସହ ଏବେ ଏହି ଫଟୋ ପୋଷ୍ଟ କରିବା ପଛର କାରଣ କ’ଣ ଥାଇପାରେ ବୋଲି ପ୍ରଶ୍ନ କରିଛନ୍ତି। ଯଦିଓ ଦୀପିକା ବହୁତ ଶୀଘ୍ର ରଣବୀର ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି।

ସବୁବେଳେ ଦେଖାଯାଏ ଯେ, ସୋଶାଲ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଦୀପିକା ଓ ରଣବୀର ସିଂ ଉଭୟ ଉଭୟଙ୍କ ପୋଷ୍ଟ ଲାଇକ୍‌ କରିଥାନ୍ତି। କିନ୍ତୁ ଏହି ପୋଷ୍ଟକୁ ରଣବୀର ଲାଇକ୍‌ କରିନାହାନ୍ତି କି କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏହା ଦେଖି ପ୍ରଶ୍ନ ଉଠୁଛି ଯେ, ଦୀପିକା ରଣବୀର କପୁରଙ୍କ ସହ ଫଟୋ ପୋଷ୍ଟ କରିବାରୁ ରଣବୀର ସିଂ ତାଙ୍କ ଉପରେ ରାଗି ଯାଇନାହାନ୍ତି ତ?

ଏହି ପୋଷ୍ଟରେ ବହୁତ କମେଣ୍ଟ ଆସିଛି। କେହି କେହି ଦୀପିକାଙ୍କୁ cheapika ବୋଲି କହିଛନ୍ତି। ରଣବୀର କାପୁର ତୁମକୁ ଜୀବନରୁ ହଟାଇ ଦେଇ ଭଲ କରିଛନ୍ତି ବୋଲି କହିଛନ୍ତି।

(Photo source: instagram)

You might also like