ଜନ୍ମ ନେଲେ ‘ଦୀପା ସାହୁ’

ଭୁବନେଶ୍ୱର: ଆଲବମ୍‌ ଦୁନିଆର ଚୁଲ୍‌ବୁଲି ନାୟିକା ଦୀପା ସାହୁ ଆଉ ନାହାନ୍ତି।  ଦୀର୍ଘଦିନ ଧରି କ୍ୟାନ୍ସର ସହ ଲଢିବା ପରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀପାଙ୍କ ବିୟୋଗରେ ଆଲବମ୍‌ କଳାକାରଙ୍କ ସହ ଓଲିଉଡ୍‌ର ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି।

ଓଲିଉଡ୍‌ କଳାକାର ସବ୍ୟସାଚୀ ମିଶ୍ର ମଧ୍ୟ ଦୀପାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୀପାଙ୍କ ବିୟୋଗ ପରେ ସେ ଟ୍ୱିଟ କରି କହିଥିଲେ-‘ଦୀପା ଆଲବମ୍‌ ଦୁନିଆର ଜଣେ ସଫଳ ଅଭିନେତ୍ରୀ ଥିଲେ। ଆଲବମ୍‌ ଇଣ୍ଡଷ୍ଟ୍ରିର ସେ ଏକ ପରିବର୍ତ୍ତନ ଆଣିଥିଲେ। ତାଙ୍କ ଆତ୍ମା ଶାନ୍ତିରେ ରହୁ। ’

ଏହାପରେ ସବ୍ୟସାଚୀ ଆଉ ଏକ ଟ୍ୱିଟ କରିଥିଲେ । ସେ ଟ୍ୱିଟ୍‌ରେ ଦୀପା ସାହୁଙ୍କ ପୁନର୍ଜନ୍ମ ସମ୍ପର୍କରେ ସୂଚନା ଦେଇଥିଲେ। ଟ୍ୱିଟ୍‌ରେ ଏକ ଭଲ ଖବର ବୋଲି ଲେଖି କହିଥିଲେ, ‘୨୦୨୦ ଆମକୁ ଅନେକ ଶିକ୍ଷା ଦେଇଛି।  ଆଶାର କିରଣ ବି ଦେଇଛି।’  ସେ ଏକ ନବଜାତ ଶିଶୁର ଫଟୋ ଏଥିରେ ଶେୟାର କରି ଦୀପା ସାହୁ ଫେରିଛନ୍ତି ବୋଲି ଲେଖିଛନ୍ତି।

ସବ୍ୟଙ୍କ ସୂଚନା ଅନୁସାରେ ସସ୍ମିତା ସାହୁ ନାମ୍ନୀ ଜଣେ ଓଡ଼ିଆ ମହିଳା ତାମିଲନାଡୁରେ ଫସି ଯାଇଥିଲେ। ସେ ଗର୍ଭବତୀ ଥିଲେ। କରୋନା ପାଣ୍ଡାମିକ୍‌ ସମୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଥିବା ସବ୍ୟସାଚୀଙ୍କ କଥା ସେ ଶୁଣିଥିଲେ। ତେଣୁ ସହାୟତା ପାଇଁ ସବ୍ୟଙ୍କୁ ଅନୁରୋଧ କରିଥିଲେ ଏବଂ ସବ୍ୟସାଚୀଙ୍କ ସହାୟତା କ୍ରମେ ସେ ହୋସର ଡାକ୍ତରଖାନାରେ ଭର୍ତ୍ତି ହେଇଥିଲେ ଏବଂ ସେଠାରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ସବୁକିଛି ଭଲରେ ହୋଇଯିବା ପରେ ସସ୍ମିତା ସବ୍ୟସାଚୀଙ୍କୁ ଫୋନ କରି କୃତଜ୍ଞତା ଜଣାଇବା ସହ ଶିଶୁ କନ୍ୟାର ନାମକରଣ କରିବାକୁ ଅନୁରୋଧ କରିଥିଲେ। ସବ୍ୟସାଚୀ ଦୀପାଙ୍କ ନାମରେ ତାହାର ନାମ ଦୀପା ରଖିଛନ୍ତି। ତେବେ ସବୁଠାରୁ ମଜାର କଥା ହେଉଛି ସଂଯୋଗ ବଶତଃ ନବଜାତ ଶିଶୁ କନ୍ୟାର ସାଂଜ୍ଞା ମଧ୍ୟ ସାହୁ। ତେଣୁ ସେ ଦୀପା ସାହୁ ଫେରି ଆସଛନ୍ତି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ମା’ ଓ ଶିଶୁ  ଉଭୟ ଭଲ ଅଛନ୍ତି। ସେମାନଙ୍କ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି।

ସୂଚନାଥାଉ କି,  ଦୀପାଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନ୍ସରରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ।

ଓଡ଼ିଆ ‌ଆଲ୍‌ବମ୍‌ ଇଣ୍ଡଷ୍ଟ୍ରିର ବେଶ୍‌ ପରିଚିତ ଚେହେରା ଥିଲେ ଦୀପା। ସେ ଆଲ୍‌ବମ୍‌ କୁଇନ୍‌ ଭାବେ ମଧ୍ୟ ବେଶ୍‌ ଜଣାଶୁଣା ଥିଲେ। ଏକାଧିକ ‌ଆଲ୍‌ବମ୍‌ରେ ସେ ଅଭିନୟ କରିଥିଲେ। ଏହାସହ କିଛି ଓଡ଼ିଆ ଫିଲ୍ମ, ଧାରାବାହିକରେ ନଜର ଆସିଥିଲେ ଦୀପା। ୯୦ ଦଶକ ଓ ୨୦୦୦ ମସିହା ବେଳେ ଓଡ଼ିଆ ଆଲବମ୍ ଜଗତରେ ଜଣାଶୁଣା ଚେହେରା ଥିଲେ ଦୀପା। ଏକାଧିକ ଓଡ଼ିଆ ଆଲବମ୍‌ରେ ନଜର ଆସିଥିଲେ।

‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା..’, ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି..’, ‘ଏକଡ଼ା ଏକଡ଼ା ରା..’ ଓ ‘ଝିଅ ମୁଁ ମେଡଇନ୍ ଓଡ଼ିଶା..’ ଭଳି ହିଟ୍‌ ଗୀତରେ ଅଭିନୟ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଏଥିସହ ଦୀପା ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’, ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’ ଓ ‘କଲେଜ୍‌ ଟାଇମ୍’ରେ ମଧ୍ୟ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ‘ବଡ଼ଘର ବଡ଼ ଗୁମର କଥା’ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ।

ଆହୁରି ପଢ଼ନ୍ତୁ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

You might also like