ନର୍ଗିସଙ୍କୁ ସାମ୍ନାରେ ଦେଖି ସୁନୀଲ ଦତ୍ତ ନର୍ଭସ ଥିଲେ, ଚାକିରି ବିପଦରେ ଥିଲା

ମୁମ୍ବାଇ: ହିନ୍ଦୀ ସିନେମାର ମହାନ ଅଭିନେତ୍ରୀ ନର୍ଗିସ୍ ତାଙ୍କ କ୍ୟାରିୟରରେ ସିନେ ଜଗତକୁ ଗୋଟିଏରୁ ବଳି ଗୋଟିଏ ଚଳଚ୍ଚିତ୍ର ଦେଇଛନ୍ତି। ୫ ବର୍ଷ ବୟସରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ନର୍ଗିସ୍ ଶ୍ରୀ ୪୨୦, ମଦର ଇଣ୍ଡିଆ, ଚୋରୀ-ଚୋରୀ, ଆୱାରା, ଆହ ଓ ଆନହୋନି ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତେବେ ୧୯୫୭ରେ ଆସିଥିବା ମଦର ଇଣ୍ଡିଆ ପରେ ସେ ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ। ୩ ମଇ ୧୯୮୧ ରେ, ୫୮ ବର୍ଷ ବୟସରେ, ନର୍ଗିସଙ୍କୁ କର୍କଟ ହୋଇଥିବା ଜଣାପଡିଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ନର୍ଗିସ୍ ଦତ୍ତଙ୍କ ୪୦ ତମ ମୃତ୍ୟୁ ବାର୍ଷିକୀ। ଏହି ଅବସରରେ ଆସନ୍ତୁ ଜାଣିବା ସୁନୀଲ ଦତ୍ତଙ୍କ ସହ ତାଙ୍କର ସମ୍ପର୍କ ଏବଂ ପ୍ରକୃତ ପ୍ରେମର କିଛି କାହାଣୀ।

ବଲିଉଡରେ ନର୍ଗିସଙ୍କ ପ୍ରବେଶ ବହୁ ପୂର୍ବରୁ ହୋଇଥିଲା। କିନ୍ତୁ ସୁନୀଲ ଦତ୍ତ ସେହି ସମୟରେ ଅଲ ଇଣ୍ଡିଆ ରେଡିଓରେ କାମ କରୁଥିଲେ। ସେ ଜଣେ ରେଡିଓ ଜକି ଥିଲେ। ନର୍ଗିସ୍ ସେତେବେଳକୁ ଜଣେ ଜଣାଶୁଣା ଅଭିନେତ୍ରୀ ହୋଇସାରିଥିଲେ। ସୁନୀଲ ଦତ୍ତ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଥିଲେ। ଅଲ ଇଣ୍ଡିଆ ରେଡିଓରେ ନର୍ଗିସଙ୍କ ସାକ୍ଷାତକାର କରିବା ପାଇଁ ସୁନୀଲ ଦତ୍ତଙ୍କୁ ଦାୟିତ୍ଵ ଦିଆଯାଇଥିଲା। ସବୁକିଛି ମଧ୍ୟ ଠିକ୍ ଚାଲିଥିଲା ​​| କିନ୍ତୁ ନର୍ଗିସ୍ ଯେତେବେଳେ ସୁନିଲ ଦତ୍ତଙ୍କ ସାମ୍ନାକୁ ଆସିଲେ ସେ ବହୁତ ନର୍ଭସ ହୋଇଗଲେ। ସାକ୍ଷାତକାର ତ ବହୁ ଦୂରର କଥା ସୁନିଲ ଦତ୍ତ ନର୍ଗିସଙ୍କ ସହିତ ଠିକ୍ ଢଙ୍ଗରେ କଥାବାର୍ତ୍ତା ମଧ୍ୟ କରିପାରିଲେ ନାହିଁ। ସେହି ସାକ୍ଷାତକାର ତ ହୋଇପାରିଲା ନାହିଁ କିନ୍ତୁ ସୁନୀଲ ଦତ୍ତଙ୍କ ଚାକିରି ବିପଦରେ ପଡିଗଲା।

୧୯୪୯ ମସିହାରେ ମେହବୁବ ଖାନଙ୍କ ଫିଲ୍ମ ‘ଅନ୍ଦାଜ’ର ସଫଳତା ନର୍ଗିସ୍, ରାଜ କପୁର ଏବଂ ଦିଲୀପ କୁମାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ସିନେମା ପରେ ରାଜ କପୁର ଓ ନର୍ଗିସଙ୍କ ଫିଲ୍ମ ‘ବରସାତ’ ମୁକ୍ତିଲାଭ କରିଥିଲା। ଉଭୟ ଚଳଚ୍ଚିତ୍ରର ସଫଳତା ରାଜ କପୁର ଏବଂ ନର୍ଗିସଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିଦେଇଥିଲା। ଦୁହେଁ ଏକାଠି ପ୍ରାୟ ୧୬ ଟି ଫିଲ୍ମରେ କାମ କରିଥିଲେ। ରିଲ୍ ଲାଇଫ୍‌ରେ ଉଭୟ ଯୋଡିଙ୍କ ଉପରେ ଯେତିକି ଚର୍ଚ୍ଚା ହେଉଥିଲା, ସେଥିରୁ ଅଧିକ ରିଏଲ ଲାଇଫକୁ ନେଇ ମଧ୍ୟ ଆଲୋଚନା କରାଯାଉଥିଲା।

ଯେତେବେଳେ ରାଜ କପୁରଙ୍କ ପରିବାର ଏହି ଖବର ପାଇଲେ ଉଭୟଙ୍କ ସମ୍ପର୍କକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଙ୍କ ପରିବାରର ଏଭଳି ମନୋଭାବ ଦେଖି ରାଜ କପୁର ଧୀରେ ଧୀରେ ନର୍ଗିସ୍‌ଙ୍କ ଠାରୁ ନିଜକୁ ଦୂରେଇ ନେଇଥିଲେ। ରାଜ କପୁରଙ୍କ ଏହି ଆଚରଣ ଦେଖି ନର୍ଗିସ୍ ବହୁତ ନିରାସ ହୋଇଥିଲେ। କିଶ୍ୱର ଦେଶାଇଙ୍କ ପୁସ୍ତକ ‘ଡାର୍ଲିଂ ଜୀ’ ଅନୁଯାୟୀ,ଏହି କାରଣକୁ ନେଇ ନର୍ଗିସ୍ ମଧ୍ୟ ଅନେକ ଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ।

You might also like