ଇନ୍‌ଷ୍ଟାଗ୍ରାମରେ କଙ୍ଗନା-ଇରଫାନ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଦିଆଯାଇଛି । ତଥାପି ସେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଉ ନିଜର ବିଚାର ଲୋକଙ୍କ ଆଗରେ ରଖିବା ପାଇଁ ସେ ଇନ୍‌ଷ୍ଟାଗ୍ରାମ୍‌ର ବ୍ୟବହାର କରୁଛନ୍ତି । ସେ ଇସ୍ରାଏଲ-ଫିଲିସ୍ତିନ୍‌ ମାମଲାରେ ସୋସିଆଲ ମିଡିଆରେ ଇସ୍ରାଏଲକୁ ସମର୍ଥନ କରିଛନ୍ତି । ତେବେ ଏହି ଘଟଣାରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ କଙ୍ଗନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ମଙ୍ଗଳବାର ସୋସିଆଲ ମିଡିଆରେ ଇରଫାନ୍ ପଠାନ୍‌ ଫିଲିସ୍ତିନକୁ ସମର୍ଥନ କରିଥିଲେ । ଏହାସହ ସେ କାଗିସୋ ରାବାଡାଙ୍କ ଟ୍ୱିଟକୁ ରିଟ୍ୱିଟ ମଧ୍ୟ କରିଥିଲେ । ଏହି ଟ୍ୱିଟ୍‌ରେ ରବାଡ଼ା ‘#PrayforPalestine’ ଲେଖିଥିଲେ । ଅନ୍ୟପଟେ ଏହି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ବିଚାର ସେୟାର କରିଛନ୍ତି । ତାଙ୍କ ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ ହେବା ପରେ ସେ ଇନଷ୍ଟାଗ୍ରାମରେ  ଏକ ପୋଷ୍ଟରେ ବିଧାୟକ ଦୀନେଶ ଚୌଧୁରୀଙ୍କ ଟ୍ୱିଟକୁ ସେୟାର କରିଛନ୍ତି ।

କେରାକତର ବିଜେପି ବିଧାୟକ ଦୀନେଶ ଚୌଧୁରୀ ଟ୍ୱିଟ କରିଥିଲେ ଯେ, ଇରଫାନ ପଠାନଙ୍କର ଅନ୍ୟ ଦେଶ ପ୍ରତି ଏତେ ଭଲପାଇବା ଅଛି କିନ୍ତୁ ସେ ନିଜ ଦେଶରେ ପଶ୍ଚିମବଙ୍ଗ ହିଂସା ଘଟଣାକୁ ନେଇ ଗୋଟିଏ ବି ଟ୍ୱିଟ କରିନାହାନ୍ତି ।

ଏହାର ଜବାବରେ ଇରଫାନ୍‌ ଲେଖିଛନ୍ତି, ମୋର ସମସ୍ତ ଟ୍ୱିଟ୍ ମାନବ ଜାତି ଏବଂ ଦେଶବାସୀଙ୍କ ପାଇଁ ଉଦ୍ଧିଷ୍ଟ । ଏଥିରେ ସର୍ବୋଚ୍ଚ ସ୍ତରରେ ଦେଶ ପ୍ରତିନିଧିତ୍ୱ କରିଥିବା ବ୍ୟକ୍ତିଙ୍କ ଦୃଷ୍ଟିକୋଣ ରହିଛି ତେବେ ମତେ କଙ୍ଗନାଙ୍କ ଭଳି ଲୋକଙ୍କମାନେ ସମାଲୋଚନା କରୁଛନ୍ତି ଯେଉଁମାନଙ୍କର ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ କରାଯାଇଛି । କାରଣ ସେମାନେ ନିଜ ପୋଷ୍ଟ ଦ୍ୱାରା ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଛନ୍ତି । ଆଉ କିଛି ପେଡ୍‌ ଆକାଉଣ୍ଟ ରହିଛି ଯେଉଁମାନେ ଘୃଣା ଭାବ ସୃଷ୍ଟି କରୁଛନ୍ତି ସେମାନଙ୍କଠାରୁ ମଧ୍ୟ ମତେ ଶୁଣିବାକୁ ପଡ଼ୁଛି ।

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ନିକଟରେ ସସ୍‌ପେଣ୍ଡ କରିଦିଆଯାଇଛି । ଯେତେବେଳେ ସେ ବିବାଦୀୟ ପୋଷ୍ଟ ସେୟାର କରିଥିଲେ । ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ପରେ ସେ ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ବେଶ ସକ୍ରିୟ ହୋଇ ଉଠିଛନ୍ତି ।

You might also like