ଲାଇଟ୍‌, କ୍ୟାମେରା, ଆକ୍ସନ ଦୁନିଆରୁ ଦୂରରେ ରବି କୁମାର, ପେଟ ପୋଷିବା ପାଇଁ ସାଜିଲେ ପରିବା ବ୍ୟବସାୟୀ

ଭୁବନେଶ୍ୱର: ଲାଇଟ୍‌ କ୍ୟାମେରା ଆକ୍ସନର ଦୁନିଆଁ ଏବେ ଲକ୍‌ଡାଉନ୍‌ରେ। ନା ହେଉଛି ଶୁଟିଂ ନା ଆସୁଛନ୍ତି ଆର୍ଟିଷ୍ଟ। ତେବେ ଏହି ସମୟରେ ବଡ଼ ବଡ଼ କଳାକାରମାନେ ସିନା ତାଙ୍କ ବ୍ୟସ୍ତବହୁଳ ଜୀବନରେ ଟିକେ ଫୁର୍‌ସତ ପାଇ ପରିବାର ସହିତ ସମୟ କାଟୁଛନ୍ତି, କିନ୍ତୁ ଅନ୍ୟମାନଙ୍କର ରୋଜଗାର ଚାଲିଯାଇଛି। ତେବେ ଯାହା ବି ହେଉ ପେଟ ତ ପୋଷିବାକୁ ପଡ଼ିବ। ସେଥିପାଇଁ ଓଲି‌ଉଡ୍‌ର ଫେମସ୍‌ ମିମିକ୍ରି ଆର୍ଟିଷ୍ଟ ରବି କୁମାର ବାଛି ନେଇଛନ୍ତି ପରିବା ବ୍ୟବସାୟର ପଥ। ତେବେ ସବୁଠାରୁ ବଡ଼ କଥା ହେଲା ପରିବା ବ୍ୟବସାୟରେ ରବି ଯେତିକି ଉପାର୍ଜନ କରୁଛନ୍ତି, ସେତିକିରେ ୧୧ ପ୍ରାଣୀର ପରିବାର ପୋଷିବା ସହିତ ଲକ୍‌ଡାଉନ୍‌ରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ତେବେ କଳାକାରରୁ ପରିବା ବ୍ୟବସାୟୀର ଜୀବନ ବିଷୟରେ ପଚାରିଲେ ରବି କୁମାର କୁହନ୍ତି, “ଏହି ସମୟ ମୋତେ ଜୀବନ ଜିଇଁବାର ମନ୍ତ୍ର ଶିଖାଇଛି। ଏ ଦୁନିଆଁରେ କୌଣସି କାମ ଛୋଟ ନୁହେଁ। ପେଟ ପୋଷିବା ପାଇଁ ଆମକୁ କିଛି ନା କିଛି ତ କରିବାକୁ ପଡ଼ିବ। ମୋର ୧୧ ପ୍ରାଣୀର ପରିବାର ପେଟ ପୋଷିବା ପାଇଁ ମୁଁ ପରିବା ବିକ୍ରି କରୁଛି।”

ତେବେ ଜଣେ କଳାକାରରୁ ପରିବା ବ୍ୟବସାୟୀ ପାଲଟିବାରେ ତାଙ୍କ ମନରେ ତିଳେ ମାତ୍ର ବି ଦୁଃଖ ନାହିଁ। ସିଏ ଏତେ ମଜାରେ ମଜାରେ ଏହି ପେଷାକୁ ଗ୍ରହଣ କରି ନେଇଛନ୍ତି ଯେ ଲାଗୁଛି ଯେମିତି ଏଇ ଦୁନିଆଁ ରଙ୍ଗମଞ୍ଚରେ ଉପବାଲା ତାଙ୍କୁ ଆଉ ଗୋଟି ଚରିତ୍ର ଅଭିନୟ ପାଇଁ ଅଫର୍‌ କରିଛି। ଏଇ ଚରିତ୍ର ହେଉଛି ଜଣେ ପରିବା ବ୍ୟବସାୟୀର ଚରିତ୍ର। ସେ ପରିବା ବିକ୍ରି କଲାବେଳେ ଓଲିଉଡ୍ ଓ ବଲିଉଡ୍‌ ଷ୍ଟାର୍‌ମାନଙ୍କ ମିମିକ୍ରି କରି ଲୋକମାନଙ୍କର ମନୋରଞ୍ଜନ କରିବା ସହିତ ପରିବା ବିକ୍ରି ଜାରି ରଖିଛନ୍ତି।

ତେବେ ସେ ଯେତେବେଳେ ପ୍ରଥମେ ପ୍ରଥମେ ତାଙ୍କ ଆଭେଞ୍ଜର ବାଇକ୍‌ରେ ପରିବା ବୋଝ ଧରି ଆସିଲେ ସେତେବେଳେ ଲୋକ ଭାବିଲେ ଫିଲ୍ମ ଷ୍ଟାର୍‌ ରିଲିଫ୍‌ ଦେବାକୁ ଆସିଛନ୍ତି। କିନ୍ତୁ ସି ଯେ ପେଟ ପୋଷିବା ପାଇଁ କଳାକାର ଚରିତ୍ରରୁ ପରିବା ବ୍ୟବସାୟୀ ଚରିତ୍ରରେ ଅବତରଣ ହୋଇଛନ୍ତି ଏକଥା କେହି ଜାଣିନଥିଲେ।

ଏଇ ପରିବା ବିକ୍ରି କରିବା ସମୟରେ ଅନେକ ଅସହାୟ ଲୋକଙ୍କୁ ଭେଟିଛନ୍ତି ରବିକୁମାର। ଯେଉଁମାନଙ୍କ ପାଖରେ ପରିବା କଣିବାର ସାମର୍ଥ୍ୟ ବି ନାହିଁ। ସେହିଭଳି ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ରବି। କାହାକୁ ଆର୍ଥିକ ସାହାଯ୍ୟ କରୁଛନ୍ତି ତା କାହା ଘରକୁ ୪ରୁ ୫ ଦିନର ଖାଦ୍ୟ ସାମଗ୍ରୀ ଦେଇ ଆସୁଛନ୍ତି। ତା ପ୍ରତିବଦଳରେ ଲୋକମାନଙ୍କଠାରୁ ପାଉଛନ୍ତି ଅଜଶ୍ର ଆଶୀର୍ବାଦ ନିଚ୍ଛକ ଭଲପାଇବା। ଗୋଟେ କଳାକାରକୁ ଆଉ ବା କଣ ଦରକାର।

ପ୍ରକୃତରେ ଏ ଦୁନିଆ ରଙ୍ଗମଞ୍ଚରେ ସମସ୍ତେ ଜଣେ ଜଣେ କଳାକାର। ରଙ୍ଗମଞ୍ଚରୁ ବିଦାୟ ନେବା ପୂର୍ବରୁ ବିନା କୌଣସି ଅଭିଯୋଗରେ ନିଜ ନିଜର ଚରିତ୍ରକୁ ଭଲ ଭାବରେ ଜିଇଁ ଶିଖିବା ଦରକାର। ଠିକ୍‌ ଏଇ ରବି କୁମାରଙ୍କ ଭଳି। କାରଣ ଜିନ୍ଦଗୀ ନା ମିଲେଗୀ ଦୁବାରା।

 

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

You might also like