କରୋନା ଲକ୍‌ଡାଉନ୍‌; ଗରିବଙ୍କୁ ଖାଇବାକୁ ଦେଲେ ବିଗ୍‌ ବି

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗରିବ, ଦିନ ମଜୁରିଆ, ଶ୍ରମିକ ଶ୍ରଣୀର ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କରୋନା ଯୁଦ୍ଧ ସମୟରେ ବଲିଉଡର ମେଗାଷ୍ଟାର Big B ତାଙ୍କର ବଡାପନ୍‌ ଦେଖାଇଛନ୍ତି।  ମୁମ୍ବାଇର ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ  ଅମିତାଭ  ଦିନକୁ ୨୦୦୦ ଖାଦ୍ୟ ପ୍ୟାକେଟ ବଣ୍ଟନ କରିବା ଆରମ୍ଭ କରିଛନ୍ତି। ସେତିକି ନୁହେଁ, ମୁମ୍ବାଇର ଅନେକ ସ୍ଥାନରେ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ବଣ୍ଟନ କରିବେ ବୋଲି କହିଛନ୍ତି।  ଦେଶର ବିପତ୍ତିର ସମୟ ଚାଲିଥିବାରୁ ଅମିତାଭ ବଚ୍ଚନ ଗରିବ ଲୋକମାନଙ୍କୁ ଏପରି ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୭୭ବର୍ଷୀୟ ଅମିତାଭ ବଚ୍ଚନ ଦୈନିକ ୨୦୦୦ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଉଛି। ଏଥ ସହ ଏକ ମାସ ପାଇଁ ଆବଶ୍ୟକ ସାମଗ୍ରୀ ଥିବା  ୩୦୦୦ ବ୍ୟାଗ ପ୍ରସ୍ତୁତ କରି ଲୋକମାନଙ୍କୁ ବିତରଣ କରାଯିବାର ଯୋଜନା କରୁଛନ୍ତି । ଏହାଦ୍ୱାରା ୧୨,୦୦୦ ଗରିବ ଓ ଅସହାୟ ଲୋକଙ୍କ ଖାଦ୍ୟ ସମସ୍ୟା ଦୂର ହୋଇପାରିବ ବୋଲି ସେ ଆଶା ରଖିଛନ୍ତି।

ଅମିତାଭ କହିଛନ୍ତି,  ମୁମ୍ବାଇର  ହାଜି ଅଲି ଦର୍ଗା, ମହୀମ ଦର୍ଗା, ବାବୁଲନାଥ ମନ୍ଦିର, ବାନ୍ଦ୍ରାର ସ୍ଲମ ଏବଂ ଉତ୍ତର ମୁମ୍ବାଇର କିଛି ସ୍ଲମ୍‌ରେ ଏହି ଖାଦ୍ୟ ପ୍ୟାକେଟ ବଣ୍ଟାଯାଉଛି । ତେବେ ସମସ୍ତଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା କଷ୍ଟକର କାମ। ବୋଲି ସେ କହିଛନ୍ତି ।

ଲକ୍‌ଡାଉନ୍‌ ପାଇଁ ଲୋକମାନଙ୍କୁ ଘରେ ରହିବା ପାଇଁ କୁହାଯାଇଛି। ସୋସିଆଲ ଡିଷ୍ଟାନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି । ହେଲେ   ଖାଦ୍ୟ ପ୍ୟାକେଟ ପହଞ୍ଚିଲା ପରେ ଲୋକେ ଗାଡ଼ି ଆଡକୁ ଦୌଡି ଆସୁଛନ୍ତି। ଯାହାଦ୍ୱାରା ସାମାଜିକ ଦୂରତା ରକ୍ଷା କରାଯାଉ ନାହିଁ ।  ଯାହା ବି ହେଉ, ସ୍ୱଚ୍ଛାସେବୀମାନେ ବିପଦ ସମୟରେ କଠିନ ପରିଶ୍ରମ କରି ଏସବୁକୁ ଧ୍ୟାନ ଦେଉଥିବାରୁ ସବୁକିଛି ଠିକ୍ ହେଉଛି ବୋଲି କହି ବିଗ ବି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଖାଦ୍ୟ ନେବା ପାଇଁ ଦିନକୁ ଦିନ ଲାଇନଗୁଡ଼ିକ ଲମ୍ବା ହେଉଥିବା ଅମିତାଭ ସୂଚନା ଦେଇଛନ୍ତି।

You might also like