ମନ୍ଦିର ଦର୍ଶନକୁ ନେଇ ଅଡୁଆରେ ବଲିଉଡ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀଖାନ୍ ବାରଣାସୀର କାଶୀବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି। ଅଣହିନ୍ଦୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ନିଷେଧ ଥିଲେ ବି ସାରାଙ୍କ ମନ୍ଦିର ପ୍ରବେଶ ନେଇ କାଶୀ ବିକାଶ ସମିତିର ସମ୍ପାଦକ ଚନ୍ଦ୍ରଶେଖର କପୁର ପ୍ରଶ୍ନ କରିଛନ୍ତି।

ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଚନ୍ଦ୍ରଶେଖର କପୁର କହିଛନ୍ତି ଯେ କାଶୀ ବିଶ୍ୱନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ। ସାରାଙ୍କ ଦର୍ଶନ କରିବା କେବଳ ପରମ୍ପରାକୁ ଭାଙ୍ଗିବା ନୁହେଁ, ଏହା ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବଲିଉଡ ଅଭିନେତ୍ରୀ ସାରା ହେଉଛନ୍ତି ଅମୃତା ସିଂ ଓ ସୈଫ୍ ଅଲ୍ଲୀଖାନଙ୍କ ଝିଅ। ମୁମ୍ୱାଇରେ ‘ଅନ୍ତରଙ୍ଗୀ ରେ’ ଫିଲ୍ମ ସୁଟିଂ ସମୟରେ ସାରା କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇଥିଲେ। ସେଠାରେ ମା ଅମୃତା ସିଂଙ୍କ ସହିତ ଗଙ୍ଗା ଆରତୀ କରିଥିଲେ। ଏନେଇ କାଶୀ ବିକାଶ ସମିତି ସମିତି ପକ୍ଷରୁ ସମାଲୋଚନା କରାଯାଇଛି।

 

 

 

You might also like