ରୋହନ୍‌ଙ୍କ ସହ ପୋଷ୍ଟର ଶେଆର କଲେ ନେହା, ଦ୍ୱନ୍ଦ୍ୱରେ ବିଶାଲ୍‌ ଦଦ୍‌ଲାନି

ମୁମ୍ବାଇ: ଗାୟିକା ନେହା କକ୍କର ଏବଂ ରୋହନ ପ୍ରିତ୍‌ ସିଂହଙ୍କ ବିବାହକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗିରହିଛି।  ଅକ୍ଟୋବର ୨୪ରେ ଦୁହେଁ  ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ସୋଶାଲ୍‌ ମିଡିଆରେ ରୋହନଙ୍କ ପ୍ରତି ଥିବା ଭଲ ପାଇବାକୁ ମଧ୍ୟ ନେହା ସାମ୍ନାକୁ ଆଣିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରୋହନଙ୍କ ସହ ଫଟୋ ଶେଆର କରି ସର୍ବସମ୍ମୁଖରେ ତାଙ୍କୁ ସେ ଭଲ ପାଆନ୍ତି ବୋଲି କହିଛନ୍ତି। ଏବେ ନେହା ଏବଂ ରୋହନଙ୍କ ବିବାହର ଜୋର୍‌ସୋର୍‌ରେ ପ୍ରସ୍ତୁତି ହେଉଛି ବୋଲି ଶୁଣିବାକୁ ମିଳୁଛି।

ସେପଟେ ନେହା ଏବଂ ରୋହନଙ୍କର ଏକ ପୋଷ୍ଟର ରିଲିଜ୍‌ ହୋଇଛି ଯାହାର ନାଁ ‘ବ୍ୟାହା’ ଅର୍ଥାତ୍‌‌ ବିବାହ ରହିଛି। ଏହି ପୋଷ୍ଟରରେ ନେହା ଏବଂ ରୋହନ ବର କନ୍ୟା ବେଶରେ ସଜେଇ ହୋଇ  ବସିଛନ୍ତି। ଦୁହେଁ ପରସ୍ପରକୁ ଏକଦମ୍‌ ରୋମାଣ୍ଟିକ୍‌ ଲୁକ୍‌ ଦେଇଥିବା ଦେଖିବାକୁ ମିଳିଛି।

ତେବେ ନେହାଙ୍କର ଏହି ପୋଷ୍ଟର ଭାଇରାଲ୍‌ ହେବା ପରେ ତାଙ୍କ ପ୍ରଶଂସକମାନେ ଏକଦମ୍‌ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ସତରେ ତାଙ୍କ ବିବାହ ହେଉଛି କି ନାହିଁ। ନା ସେ ରୋହନ୍‌ଙ୍କ ସହ ଏହି ବ୍ୟାହା ପ୍ରୋଜେକ୍ଟ କରିବେ ବୋଲି ସୋଶାଲ୍‌ ମିଡିଆରେ ଏମିତି ପୋଷ୍ଟ କରିଥିଲେ ବୋଲି ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି।

କେବଳ ନେହାଙ୍କ ପ୍ରଶଂସକ ନୁହନ୍ତି। ଗାୟକ ବିଶାଲ୍‌ ଦଦ୍‌ଲାନି ମଧ୍ୟ ନେହାଙ୍କର ଏହି ପୋଷ୍ଟରେ କମେଣ୍ଟ କରି, ନେହା ଏବଂ ରୋହନଙ୍କୁ ସତ କଥା କହିବାକୁ କହିଛନ୍ତି। ସେ କହିଛନ୍ତି ନେହା ସତରେ କୁହନ୍ତୁ ସେ ରୋହନଙ୍କୁ ବାହା ହେଉଛନ୍ତି ନା ଏହା ଏକ ଗୀତ। ଡ୍ରେସ୍‌ ତିଆରି କରିବି ନା ଲାଇକ୍‌ ଶେଆର କରିବାକୁ ପଡିବ।

 

ଆହୁରି ପଢ଼ନ୍ତୁ

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ବିବାଦରେ ଫଶିଲେ ବିଗ୍‌ ବି

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

You might also like