ଏଥର ବିଗ୍‌ବସ୍‌ରେ ଆସିବେନି କମନ୍‌ ମ୍ୟାନ୍‌

ମୁମ୍ବାଇ: ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ ଆପଣମାନେ ଦେଖୁଥିବେ। ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଶୀଘ୍ର ଟିଭି ପରଦାରେ ଏହି ଶୋ’ ଖୁବ୍‌ଶୀଘ୍ର ଆସୁଛି। ଏଥର କିନ୍ତୁ ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି।

ପୂର୍ବ ସିଜିନ୍‌ ତଥା ୧୨ତମ ‘ବିଗ୍‌ ବସ୍‌’ ସିଜିନ୍‌ ସନ୍ତୋଷଜନକ TRP ଆଣିପାରି ନଥିଲା। ଆଉ ଏହାର କାରଣ ହେଉଛନ୍ତି, ସାଧାରଣ ଲୋକଙ୍କ ଶୋ‘ରେ ଭାଗ ନେବା।

ଶୋ’ରେ ସାଧାରଣ ଲୋକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ବିଫଳ ହୋଇଥିଲେ। ଏହା ସହ ଅନେକ ସେଲିବ୍ରିଟି ପ୍ରତିଯୋଗୀ ମଧ୍ୟ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିପାରି ନ ଥିଲେ। ଏଥିପାଇଁ ଚଳିତ ଥର ‘ବିଗ୍‌ ବସ୍‌’ର ଆଗାମୀ ସିଜିନ୍‌ ତଥା ୧୩ ତମ ସିଜିନ୍‌ରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି।

ଏକ ରିପୋର୍ଟ ଅନୁସାରେ ଶୋ’ରେ ସାଧାରଣ ଲୋକଙ୍କୁ ଏଣ୍ଟ୍ରି ମିଳିବ ନାହିଁ। ‘ବିଗ୍‌ ବସ୍‌’ର ସିଜିନ୍‌ ୧୨ ଫ୍ଲପ୍‌ ହେବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସାଧାରଣ ଲୋକଙ୍କ ଏଣ୍ଟ୍ରିକୁ ନେଇ ବହୁତ ପ୍ରଶ୍ନ ଉଠିଥିଲା।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଗତ ସିଜିନ୍‌ରେ ସାଧାରଣ ଲୋକ ଏବଂ ସେଲିବ୍ରିଟିଙ୍କୁ ନେଇ ପ୍ରସାରିତ ହେଉଥିବା ଶୋ’ ପ୍ରଥମରୁ ବହୁତ ରୋଚକ ହୋଇଥିଲା। କିନ୍ତୁ ପରେ ସେଲିବ୍ରିଟିଙ୍କ ଅପେକ୍ଷା ସାଧାରଣ ଲୋକ ଅଧିକା ଆଗ୍ରେସିଭ୍‌ ଥିବା ଦେଖାଯାଇଥିଲା।

ଏଥିପାଇଁ ଶୋ’ ହୋଷ୍ଟ କରୁଥିବା ବଲିଉଡ୍‌ ଅଭିନେତା ସଲ୍‌ମାନଙ୍କ ପାଇଁ ମଧ୍ୟ ବହୁତ ଅସୁବିଧା ହୋଇଥିଲା। ଶୋ’ରେ କମନ୍‌ମ୍ୟାନ୍‌ ସେଲିବ୍ରିଟିଙ୍କ ଉପରେ ଭାରି ପଡ଼ିବାର ମଧ୍ୟ ଦେଖାଯାଇଥିଲା। ଏଥିପାଇଁ ଏଥର ଶୋ’ରୁ  କମନ୍‌ମ୍ୟାନ୍‌ଙ୍କୁ ବାଦ୍‌ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆମେରିକାରେ ଓଡ଼ିଆ ଫିଲ୍ମ

ରାତିରେ ହୋଟେଲ୍‌ରେ ଏ କ’ଣ କରୁଛନ୍ତି ଶିଳ୍ପା !

ଭାଇରାଲ ହେଲା ରାନୁଙ୍କର ଆଉ ଏକ ଗୀତ

ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ‌ ଟିନା

ରାନୀ ପଣ୍ଡାଙ୍କ ଜୀବନୀକୁ ନେଇ ଆସିଛି ନୂଆ ନାଟକ “ଆଇଟ୍‌ମ ଗର୍ଲ ରାନୀ”

ଶାହରୁଖଙ୍କୁ ନେଇ ଏମିତି ତଥ୍ୟର ଖୁଲାସା କଲେ ପତ୍ନୀ ଗୌରୀ, ପ୍ରମାଣ ପାଇଁ ଫଟୋ ବି ସେୟାର କଲେ

ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ…

ଝିଅ ସହ ମିଶି ରାନୁ ଗାଇଲେ ମହମ୍ମଦ ରଫିଙ୍କ ଗୀତ, ଭିଡିଓ ଭାଇରାଲ୍‌

You might also like