କାହିଁକି ବନ୍ଦ ହୋଇଯିବ ‘ଦ କପିଲ୍‌ ଶର୍ମା ଶୋ’ ? କମେଡି କିଙ୍ଗ୍‌ କଲେ ଏମିତି ଖୁଲାସା

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା କପିଲ୍‌ ଶର୍ମାଙ୍କ କମେଡି ଶୋ’ ବନ୍ଦ ହେବା ନେଇ କିଛିଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଚ୍ୟାନେଲ୍‌ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇ ନଥିଲା। ଶୁଣିବାକୁ ମିଳୁଛି ଯେ, କପିଲ୍‌ ଶର୍ମାଙ୍କ କମେଡି ଶୋ’ ଖୁବ୍‌ ଶୀଘ୍ର ବନ୍ଦ ହୋଇଯିବ ଓ କିଛିଦିନ ପରେ  ନୂଆ ସିଜନ୍ ସହ ସେ ପୁଣିଥରେ ଫେରିବେ। 

ମୁମ୍ବାଇ: କମେଡିଆନ୍‌ କପିଲ୍‌ ଶର୍ମା ଓ ପତ୍ନୀ ଗିନି ଚତରଥ ଖୁବ୍‌ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। କପିଲ୍‌ ନିଜେ ଏହାର ଖୁଲାସା କରିଛନ୍ତି। ଏହାସହ ତାଙ୍କର କମେଡି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ଟ୍ୱିଟର୍‌ରେ ଅନେକ ଫ୍ୟାନ୍ସ #AskKapil ଦେଇ କମେଡିଆନ୍‌ କପିଲ୍‌ଙ୍କୁ ଅନେକ ପ୍ରଶ୍ନ କରିଥିଲେ। କପିଲ୍‌ ମଧ୍ୟ ଏହାର ଉତ୍ତର ରଖିଥିଲେ। ଜଣେ ଫ୍ୟାନ୍‌ କପିଲ୍‌ଙ୍କୁ ପ୍ରଶ୍ନ କରିଥିଲେ, କପିଲ୍‌ ଶର୍ମା ସାର୍‌, କାହିଁକି ଆପଣ ଶୋ’ର ଅଫ୍ ଏୟାର୍‌‌ କରିବେ ? ଯାହାର ଉତ୍ତରରେ କପିଲ୍‌ କହିଥିଲେ, ‘ମୋତେ ଦ୍ୱିତୀୟ ସନ୍ତାନର ଆଗମନ ପାଇଁ ପତ୍ନୀଙ୍କ ସହ ଘରେ ରହିବାର ଅଛି।’

ଆଉ ଜଣେ ଫ୍ୟାନ୍ କପିଲ୍‌ଙ୍କୁ‌ ପଚାରିଥିଲେ, ‘ଆପଣ କ’ଣ ଚାହୁଁଛନ୍ତି ? ପୁଅ ନା ଝିଅ ?’ ଉତ୍ତରରେ କପିଲ୍‌ କହିଥିଲେ, ‘ପୁଅ ହେଉ କିମ୍ବା ଝିଅ, ତନ୍ଦରୁସ୍ତ ହେଉ।’

ଏହି ଶୋ’ରେ ବଲିଉଡର ବଡ଼ ବଡ଼ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସିରିଏଲ୍‌ରେ ଅଭିନୟ କରୁଥିବା ଅଭିନେତା, ଅଭିନେତ୍ରୀମାନେ ସେମାନଙ୍କର ଫିଲ୍ମ ବା ସିରିଏଲ୍‌ର ପ୍ରମୋସନ କରିଥାନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଲକ୍‌ଡାଉନ୍‌ ଯୋଗୁ ‘ଦ କପିଲ୍‌ ଶର୍ମା’ର ଶୁଟିଂ ବନ୍ଦ ରହିଥିଲା। ଗତବର୍ଷ ଜୁଲାଇ ପରେ ‘ଦ କପିଲ୍‌ ଶର୍ମା’ ଶୋ’ ନୂଆ ଟ୍ୱିଷ୍ଟ୍‌ ସହ ପୁଣିଥରେ ପରଦାକୁ ଫେରିଥିଲା।

ସୂଚନାଥାଉ କି, ଖୁବ୍‌ଶୀଘ୍ର NETFLIXରେ ନଜର ଆସିବେ କପିଲ୍‌ ଶର୍ମା। ଜାନୁଆରୀ ୫ରେ ଏକ ମଜାଳିଆ ଭିଡିଓ ଶେଆର କରି ସେ ଏହି ଘୋଷଣା କରିଥିଲେ। ଭିଡିଓକୁ ଶେଆର କରି ସେ ଲେଖିଥିଲେ, ଏହା ବହୁତ ଭଲ ଖବର। ଗୁଜବ ଉପରେ ବିଶ୍ୱାସ ନକରି, ମୋ କଥା ଉପରେ ବିଶ୍ୱାସ କରନ୍ତୁ। ମୁଁ ଖୁବ୍‌ଶୀଘ୍ର NETFLIXରେ ଆସୁଛି।’

 

View this post on Instagram

 

A post shared by Kapil Sharma (@kapilsharma)

୨୦୧୮ରେ ଗିନି ଚତରଥଙ୍କୁ ବିବାହ କରିଥିଲେ କପିଲ୍‌ ଶର୍ମା। ୨୦୧୯ ଡିସେମ୍ବରରେ ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଗିନି।

You might also like