କମେଡ଼ି କିଙ୍ଗ କପିଲ ଶର୍ମାଙ୍କ ଘରେ ନୂଆ ଅତିଥି, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଗିନ୍ନି ଚଥରଥ
ପୁଣି ଥରେ ବାପା ହେଲେ କମେଡି କିଙ୍ଗ। ଆଜିର ଦିନରେ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି କପିଲ ଶର୍ମା । ପତ୍ନୀ ଗିନ୍ନି ଚଥରଥ ଏକ ପୁଅ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ନିଜେ କପିଲ ଶର୍ମା। ଏହାପରେ ଶର୍ମା ଦମ୍ପତିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାପୂର୍ବରୁ ୨୦୧୯ରେ କପିଲ-ଗିନ୍ନିଙ୍କ ଘରେ କୁନି ପରୀ ଅନାୟାରା ଜନ୍ମ ନେଇଥିଲା।
Namaskaar 🙏 we are blessed with a Baby boy this early morning, by the grace of God Baby n Mother both r fine, thank you so much for all the love, blessings n prayers 🙏 love you all ❤️ginni n kapil 🤗 #gratitude 🙏
— Kapil Sharma (@KapilSharmaK9) February 1, 2021
କମେଡି କିଙ୍ଗଙ୍କ ଘରେ ନୂଆ ଅତିଥି । ଆଜି କପିଲ ଶର୍ମାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ନେଇ ଫାନ୍ସମାନଙ୍କ ପାଇଁ ‘ଗୁଡ ନ୍ୟୁଜ୍’ ଲେଖି ସେୟାର କରିଛନ୍ତି। ସୋସିଆଲ୍ ମିଡିଆରେ କପିଲ ଶର୍ମାଙ୍କ ଟ୍ୱିଟ୍ ଖୁବ୍ ଜୋରରେ ଭାଇରଲ ହେବାର ଲାଗିଛି ।
Mubaraakkk ho mere bhai!!! This is such great news!!! God bless your family with good health, long life and abundance of love. https://t.co/OmaIwMrHLR
— Riteish Deshmukh (@Riteishd) February 1, 2021
କପିଲ ଶର୍ମା ସକାଳ ଟ୍ୱିଟ୍ କରି ଲେଖିଛନ୍ତି , ନମସ୍କାର, ଆଜି ସକାଳେ ଆମେ ପୁତ୍ର ସନ୍ତାନ ଲାଭ କରିଛି। ଭଗବାନଙ୍କ ଆର୍ଶାବାଦ ଉଭୟ ମାଆ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଅଛନ୍ତି । ଭଲ ପାଇବା, ଆଶୀର୍ବାଦ ଓ ପ୍ରାର୍ଥନା ପାଇଁ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି କପିଲ ଶର୍ମା। ବଲିଉଡର ଅନେକ ସେଲିବ୍ରିଟି, କପିଲ ଏବଂ ଗିନ୍ନିଙ୍କୁ ପୁଣି ପିତାମାତା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
ଏହାପୂର୍ବରୁ କପିଲ ଶର୍ମାଙ୍କ ଏକ କନ୍ୟା ସନ୍ତାନ ରହିଛି । ୨୦୧୮ରେ ଗିନ୍ନି ଓ କପିଲ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଥିଲା। ପ୍ରଥମେ କନ୍ୟା ସନ୍ତାନ ଆଉ ଏବେ ପୁତ୍ର ସନ୍ତାନ ଜନ୍ମ ନେଇ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଶୁଭକାମନା ବାର୍ତ୍ତା ଦେଉଛନ୍ତି ।