ଭାରତୀଙ୍କ କୁକୁର ପ୍ରେମ, ମୁହଁରେ ଖୁଆଇଲେ ବିସ୍କୁଟ
ନୂଆଦିଲ୍ଲୀ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଲକ୍ଡାଉନ୍ ସମୟରେ ନିଜ ଫ୍ୟାନ୍ସମାନଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମ ଆକଉଣ୍ଟରେ ସେୟାର କରିଥାନ୍ତି। ଏବେ ଭାରତୀ ଏକ ନୂଆ ଭିଡିଓକୁ ସେୟାର କରିଛନ୍ତି। ଭିଡିଓଟିରେ ଭାରତୀ ଖାଇଥିବା ବିସ୍କୁଟକୁ କୁକୁରକୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳୁଛି। ଭାରତୀଙ୍କ ଏଭଳି ମଜାଦାର ଭିଡିଓକୁ ଦେଖି ଫ୍ୟାନ୍ସମାନେ ମନୋରଞ୍ଜନ କରିବା ସହିତ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି।
ଏହି ଭିଡିଓଟିକୁ ଫ୍ୟାନ୍ସମାନଙ୍କ ସହ ସେୟାର କରି ହାସ୍ୟ ଅଭିନେତ୍ରୀ ଭାରତୀ ସିଂ କହିଛନ୍ତି, ‘ମୁଁ ଏହି ପିଲାମାନଙ୍କୁ ବହୁତ ପସନ୍ଦ କରେ, ଏମାନେ କେବଳ ଭଲପାଇବା ଆଶା କରନ୍ତି’। ଭାରତୀଙ୍କ ଏହି ସୁନ୍ଦର ଭିଡିଓଟିରେ ଫ୍ୟାନ୍ସମାନେ ପ୍ରତିକ୍ରିୟା ଦେବା ସହ ଲାଇକ୍ ମଧ୍ୟ କରିଛନ୍ତି। କମେଡି ରାଣୀ ଭାରତୀ ସୋସିଆଲ ମିଡିଆ ବ୍ୟତୀତ ଟିକ୍ଟକ୍ ଭିଡିଓରେ ବି ସର୍ବଦା ଆକ୍ଟିଭ ରହିଥାନ୍ତି। ଭାରତୀ ସବୁବେଳେ ଫ୍ୟାନ୍ସମାନଙ୍କ ପାଇଁ ମଜାଦାର ଭିଡିଓଗୁଡିକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି।
ହାସ୍ୟ ଅଭିନେତ୍ରୀ ଭାରତୀ ଏବେ ‘ଦ କପିଲ ଶର୍ମା’ ସୋରେ ଲୋକଙ୍କୁ ଖୁବ୍ ହସାଉଛନ୍ତି। ଏହି ସୋରେ ସେ ବେଳେବେଳେ କାମୋ ବୁଆ ଓ ଭାବି ଭୂମିକାରେ କମେଡି କରି ଫ୍ୟାନ୍ସଙ୍କର ମନୋରଞ୍ଜନ କରିଥାନ୍ତି। ତେବେ ଲକ୍ଡାଉନ୍ ଯୋଗୁ ସୁଟିଂ ବନ୍ଦ ରହିଛି।