BMWରେ ତେଲ ପକାଇବା ପାଇଁ କୁକୁଡ଼ା, ବତକ ଚୋରି

ଚୀନ୍‌: ଚୀନର ଜଣେ ଧନୀ ଚାଷୀଙ୍କୁ BMW ଚଲାଇବାକୁ ବହୁତ ସଉକ୍‌ ଥିଲା। ଏଥିପାଇଁ ସେ ଏହି ଦାମିକା ଗାଡ଼ି ତ କିଣିଦେଲେ ହେଲେ ଅଧିକା ଦିନ ପର୍ଯ୍ୟନ୍ତ ଚଲାଇପାରିଲେ ନାହିଁ। କାହିଁକି ନା ସେହି ଗାଡ଼ି ପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଆପଣ ଭାବୁଥିବେ ସେ ସେହି ଗାଡ଼ି ଚୋରି କରି ଆଣିଥିବେ। ନା ଏପରି କିଛି ହୋଇନାହିଁ। ତାହାଲେ ଜାଣନ୍ତୁ ପୂରା ଘଟଣା କ’ଣ ଥିଲା।

ଚୀନ୍‌ର ସିଚୁଆନ୍‌ ନାମକ ସ୍ଥାନରେ ରହୁଥିବା ଏହି ୫୦ ବର୍ଷୀୟ ବ୍ୟକ୍ତି ୨ କୋଟି ଦେଇ BMW କିଣିଲେ। କିଛି ଦିନ ପର୍ଯ୍ୟନ୍ତ ବହୁତ ମଜା କଲେ। ଏହାପରେ ସେ ଗାଡ଼ିରେ ପେଟ୍ରୋଲ୍‌ ପକାଇ ପକାଇ ପୁରା ନୟାନ୍ତ ହୋଇଗଲେ। ଗାଡ଼ିରେ ପେଟ୍ରୋଲ୍‌ ପକାଇ ବୁଲିବା ନିଶା ତାଙ୍କୁ ଏତେ ହୋଇଯାଇଥିଲା ଯେ, ସେ ଆଖପାଖରେ ଥିବା ଫାର୍ମରୁ କୁକୁଡ଼ା ଏବଂ ବତକ ଚୋରି କରି ଗାଡ଼ିରେ ପେଟ୍ରୋଲ୍‌ ପକାଇଲେ। କିନ୍ତୁ ଚୋରି ତ ଚୋରି ହିଁ ହୋଇଥାଏ। ଏହି ଘଟଣାର ଖୋଳତାଡ କରି ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଗିରଫ ଏହି ଚାଷୀ ଜଣକ ସବୁ ସତ କଥା କହିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ଗାଡ଼ିରେ ପେଟ୍ରୋଲ୍‌ ପକାଇବା ପାଇଁ କୁକୁଡ଼ା ଏବଂ ବତକ ଚୋରି କରୁଥିଲି ଏବଂ ପରେ ତାକୁ ବିକ୍ରି କରି ଗାଡ଼ିରେ ତେଲ ପକାଉଥିଲି।’

ସୂଚନା ଅନୁସାରେ, ବ୍ୟକ୍ତି ଜଣକ  ବାଇକ୍‌ରେ ବତକ ଏବଂ କୁକୁଡ଼ା ଚୋରି କରୁଥିଲେ। ଯେଉଁଠି ବି ସେ ଧରା ପଡ଼ୁଥିଲେ ତାହା ମୋର କହି ରକ୍ଷା ପାଇ ଯାଉଥିଲେ। ଯେତେବଳେ ପୁଲିସ୍‌ ଗାଁର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଦେଖିଲା, ଏହି ଘଟଣା ସାମ୍ନାକୁ ଆସିଥିଲା।

ପୁଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ନିଜ ଘରୁ ଗିରଫ୍‌ କରିବା ସହ ବାଇକ୍‌, BMW, ବତକ ଏବଂ କୁକୁଡ଼ା ମଧ୍ୟ ଜବତ କରିଛି।

ଆହୁରି ପଢ଼ନ୍ତୁ

ଆମେରିକାରେ ଓଡ଼ିଆ ଫିଲ୍ମ

ରାତିରେ ହୋଟେଲ୍‌ରେ ଏ କ’ଣ କରୁଛନ୍ତି ଶିଳ୍ପା !

ଭାଇରାଲ ହେଲା ରାନୁଙ୍କର ଆଉ ଏକ ଗୀତ

ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ‌ ଟିନା

ରାନୀ ପଣ୍ଡାଙ୍କ ଜୀବନୀକୁ ନେଇ ଆସିଛି ନୂଆ ନାଟକ “ଆଇଟ୍‌ମ ଗର୍ଲ ରାନୀ”

ଶାହରୁଖଙ୍କୁ ନେଇ ଏମିତି ତଥ୍ୟର ଖୁଲାସା କଲେ ପତ୍ନୀ ଗୌରୀ, ପ୍ରମାଣ ପାଇଁ ଫଟୋ ବି ସେୟାର କଲେ

ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ…

ଝିଅ ସହ ମିଶି ରାନୁ ଗାଇଲେ ମହମ୍ମଦ ରଫିଙ୍କ ଗୀତ, ଭିଡିଓ ଭାଇରାଲ୍‌

You might also like