ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କଲା CBI

ମୁମ୍ବାଇ: ସିବିଆଇ ପକ୍ଷରୁ ଅଭିନେତ୍ରୀ ରିୟା  ଚକ୍ରବର୍ତ୍ତୀ, ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମା’ ସନ୍ଧ୍ୟା ଚକ୍ରବର୍ତ୍ତୀ ଓ ଭାଇ ଶୌମିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୁଶାନ୍ତ ଫିଲ୍ମ ଛାଡି କେରଳରେ କାମ କରିବାକୁ ଚାହୁଁଥିଲେ । ଏଥିପାଇଁ କିନ୍ତୁ ରିୟାଙ୍କ କୌଣସି ସହଯୋଗ ମିଳି ନଥିଲା।

ସୁଶାନ୍ତ ମୁମ୍ବାଇରେ ରହିବାକୁ ରାଜି ନହେବାରୁ ରିୟା ବିପୁଳ ପରିମାଣର ଟଙ୍କା, ଗହଣା, କ୍ରେଡିଟ୍ କାର୍ଡ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଲାପଟପ୍, ମେଡିକାଲ ତଥ୍ୟ ନେଇ ପଳାଇଥିଲେ । ଏପରିକି ସୁଶାନ୍ତଙ୍କ ଫୋନ ନମ୍ବରକୁ ବ୍ଲକ କରିଥିବା ଅଭିଯୋଗ ହୋଇଛି । ସୁଶାନ୍ତ ପାଗଳ ହୋଇଯାଇଥିବା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଦେବେ ବୋଲି ଧମକ ଦେଇଥିଲେ । ଏହାଦ୍ୱାରା ତାଙ୍କୁ ବଲିଉଡରେ କାମ ମିଳିବନି ସେ ଧମକ ଦେଇଥିଲେ।

ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତଙ୍କର କୌଣସି ମାନସିକ ରୋଗ ନଥିଲା । ସୁଶାନ୍ତ କାହିକିଁ ମାନସିକ ଦୁଶ୍ଚିନ୍ତାର ଶିକାର ହେଲେ ? ସୁଶାନ୍ତ ଯଦି ମାନସିକ ଦୁଶ୍ଚିନ୍ତା ପାଇଁ ଚିକିତ୍ସିତ ହେଉଥିଲେ ଏଥିପାଇଁ କାହିଁକି ତାଙ୍କ ବାପାଙ୍କ ଅନୁମତି ନିଆଯାଇ ନଥିଲା ? ସୁଶାନ୍ତଙ୍କୁ ଅଧିକ ମାତ୍ରାରେ ଔଷଧ ଦେଇ ଡେଙ୍ଗୁରେ ଆକ୍ରାନ୍ତ ହେବା କହୁଥିଲେ ରିୟା।

ସୁଶାନ୍ତଙ୍କୁ କୌଣସି ଫିଲ୍ମ କରିବାକୁ ଦେଉ ନ ଥିଲେ ରିୟା। ସୁଶାନ୍ତଙ୍କ ବିଶ୍ୱସ୍ତ ଓ ପୁରୁଣା କର୍ମଚାରୀମାନଙ୍କୁ ରିୟା ବଦଳାଇ ଦେଇଥିଲେ । ୨୦୧୯ ଡିସେମ୍ବର ରିୟା ଜବରଦସ୍ତ ସୁଶାନ୍ତଙ୍କ ମୋବାଇଲ ନମ୍ବର ବଦଳାଇ ଦେଇଥିଲେ । ସୁଶାନ୍ତଙ୍କୁ ପରିବାର ଲୋକଙ୍କୁ ଭେଟିବାକୁ ଦେଉ ନଥିଲେ। ସୁଶାନ୍ତଙ୍କ ଖାତାରେ ଥିବା ୧୫ କୋଟି ଟଙ୍କା ବିଭିନ୍ନ ଏକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ରିୟା ଓ ତାଙ୍କ ସହଯୋଗୀମାନେ ସୁଶାନ୍ତଙ୍କ ଟଙ୍କାକୁ ହେରଫେର କରିଥିବା ଅଭିଯୋଗରେ ଦର୍ଶାଯାଇଛି। 

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

You might also like