ଆକ୍ସନ୍‌ ମୁଡ୍‌ରେ CBI: ରିୟାଙ୍କ ଭାଇ ଓ ସୁଶାନ୍ତଙ୍କ ରୋଷେୟାଙ୍କୁ ପଚରାଉଚରା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି CBIର ସ୍ପେଶାଲ୍‌ ଟିମ୍‌। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା ଚଳାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମାମଲାର ତଦନ୍ତ ପାଇଁ ଶୌଭିକଙ୍କୁ ସିବିଆଇ ଟିମ୍‌ ଗେଷ୍ଟ ହାଉସ୍‌କୁ ଡକାଇଥିଲେ। ଏହାପରେ ତାଙ୍କୁ ସେଠାରେ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ରୋଷେୟା ନିରଜଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରାଉଚରା ଚଳାଇଥିବା ଜଣାପଡ଼ିଛି। 

ପୂର୍ବରୁ ଜବତ ହୋଇଥିବା ସୁଶାନ୍ତଙ୍କ ଡାଏରୀ, ମୋବାଇଲ୍ ଏବଂ ଲାପଟପ୍‌କୁ ମୁମ୍ବାଇ ପୋଲିସ୍‌ ସିବିଆଇକୁ ହସ୍ତାନ୍ତର କରିଛି। ସିବିଆଇ ଏବଂ ମୁମ୍ବାଇ ପୋଲିସ୍‌ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। 

ଜୁନ୍ ୧୪ ତାରିଖ, ସୁଶାନ୍ତଙ୍କ ମୃତଦେହ ମିଳିବା ଦିନ ରୋଷେୟା ନିରଜ ସୁଶାନ୍ତଙ୍କ ଘରେ ଥିଲେ। ଶେଷ ଥର ପାଇଁ ସେ ସୁଶାନ୍ତଙ୍କୁ ଜୁସ୍ ଗ୍ଲାସ୍ ଦେଇଥିଲେ।

ଅନ୍ୟପକ୍ଷରେ, ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରମୁଖ ବ୍ୟକ୍ତିଙ୍କ ଭୂମିକାକୁ ନେଇ ଏବେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ରୋଷେୟା ନିରଜ, ଘରୋଇ ସହାୟକ କେଶବ ଏବଂ ସୁଶାନ୍ତଙ୍କ ସହ ଫ୍ଲାଟ୍‌ରେ ରହୁଥିବା ସିର୍ଦ୍ଧାଥ ପିଠାନୀ। ଏହି ତିନି ଜଣ ମାମଲାର ପ୍ରତକ୍ଷ୍ୟଦର୍ଶୀ ବୋଲି କୁହାଯାଉଛି।

ଏହି ତିନି ଜଣ ହିଁ ସୁଶାନ୍ତଙ୍କ ମୃତଦେହକୁ ପ୍ରଥମେ ଦେଖିଥିଲେ। ତେଣୁ ଘଟଣାର ସତ୍ୟତା କ’ଣ, ଏହି ତିନି ଜଣଙ୍କଠୁ ଜାଣିବାକୁ ସିବିଆଇ ଚେଷ୍ଟା କରିବ।

ତିନିଟି ଭାଗରେ ସିବିଆଇ ଟିମ୍ ବିଭକ୍ତ ହୋଇଛି। ପ୍ରଥମେ ବାନ୍ଦ୍ରା ପୋଲିସ୍ ଷ୍ଟେସନ୍ ଯାଇ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ସଂଗ୍ରହ କରାଯାଇଛି। ଡିସିପିି ଅଭିଷେକ ତ୍ରିମୁଖୀଙ୍କ ଠାରୁ ମାମଲା ସହ ଜଡ଼ିତ ସବୁ ଦିଗକୁ ପଚାରି ବୁଝିଛନ୍ତି ଏସ୍‌ପି ନୁପୁର ପ୍ରସାଦ। ଅନ୍ୟ ଏକ ଟିମ୍ ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ପାଖରେ ପହଞ୍ଚି ମାମଲା ସମ୍ପର୍କିତ ସମସ୍ତ ପ୍ରମାଣ ସଂଗ୍ରହ କରିଛନ୍ତି। 

ସୁଶାନ୍ତ ମୃତ୍ୟୁ ବେଳେ ପିନ୍ଧିଥିବା କପଡ଼ା, ଯେଉଁ କପଡ଼ାକୁ ସେ ଫାଶି ଭାବେ ବ୍ୟବହାର କରିଥିଲେ, ଶେଷ ଥର ପାଇଁ ପିଇଥିବା ଜୁସ୍ ଗ୍ଲାସ୍, ଶେଷ ଥର ପାଇଁ ଖେଳିଥିବା ଭିଡିଓ ଗେମ୍, ଲାପଟପ୍ ଏବଂ ମୋବାଇଲ୍‌କୁ ଜବତ କରାଯାଇଛି। ଏହି ସମସ୍ତ ତଥ୍ୟକୁ ସଂଗ୍ରହ କରିବା ପରେ ସୁଶାନ୍ତଙ୍କ ରୁମ୍‌କୁ ଯାଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଯିବ।

କେତେବେଳେ ନିରଜ, ସୁଶାନ୍ତ ଥିବା ରୁମ୍‌ର କବାଟ ବାଡେଇଥିଲେ ? କବାଟ୍‌କୁ କିପରି ଖୋଲାଗଲା ? କବାଟ ଖୋଲିବା ପରେ ମୃତଦେହ କିପରି ଥିଲା ? ଏସମସ୍ତ ଘଟଣାକୁ ପୁଣି ଥରେ ଦୋହରାଯିବ। ଏହି ସମୟରେ ସିବିଆଇ, ସେଣ୍ଟ୍ରାଲ୍ ଫରେନ୍ସିକ୍ ଟିମ୍ ଏବଂ ତିନି ପ୍ରତକ୍ଷ୍ୟଦର୍ଶୀ ରହିବେ। 

ପଢ଼ନ୍ତୁ: ରିୟା-ମହେଶ ଭଟ୍ଟଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ଭାଇରାଲ୍‌

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like