ରିୟାଙ୍କୁ CBIର ଜେରା; ପଚାରିଲେ ଏହି ୧୦ଟି ପ୍ରଶ୍ନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଆଜି CBI ନିକଟରେ ହାଜର ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ହୋଇଥିବାରୁ ସିବିଆଇ ତାଙ୍କୁ ତନାଘନା ଜେରା କରିଛି।

ଗତକାଲି ରିୟା ବିଭିନ୍ନ ଗଣମାଧ୍ୟକୁ ସାକ୍ଷାତ ଦେଇ କହିଛନ୍ତି, ଯାଞ୍ଚ ଏଜେନ୍ସି ଦ୍ୱାରା ଏପରି ଜେରା ଅସହ୍ୟ ମାନସିକ ନିର୍ଯାତନା ସହ ସମାନ। ତଥାପି ସିବିଆଇ ରିୟାଙ୍କୁ ୧୦ଟି ପ୍ରଶ୍ନ ପଚାରିଥିବାବେଳେ ରିୟା ତାହାର ଉତ୍ତର ଦେଇଛନ୍ତି।

ତେବେ କ’ଣ ଥିଲା ଏହି ୧୦ଟି ପ୍ରଶ୍ନ ? ଆସନ୍ତୁ ଜାଣିବା।

୧-ସୁଶାନ୍ତଙ୍କ ମୃତ୍ୟୁ ଖବର ଆପଣଙ୍କୁ ପ୍ରଥମେ କିଏ ଦେଲା ?

୨-ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ସେ ତାଙ୍କର ବାନ୍ଦ୍ରାସ୍ଥିତ ଘରକୁ ଯାଇଥିଲେ କି ? ଯଦି ଯାଇ ନ ଥିଲେ ତେବେ କାହିଁକି ? କେବେ ଏବଂ କେଉଁଠି ସୁଶାନ୍ତଙ୍କ ଶବର ଶେଷ ଦର୍ଶନ କରିଥିଲେ ?

୩-ଜୁନ୍‌ ୮ ତାରିଖ ସୁଶାନ୍ତଙ୍କ ଘର ଛାଡି କାହିଁ ଚାଲି ଯାଇଥିଲେ ?

୪-ସୁଶାନ୍ତଙ୍କ ସହ ଝଗଡ଼ା ହେବା ପରେ ଘର ଛାଡିଥିଲେ କି ?

୫-ସୁଶାନ୍ତଙ୍କ ଘର ଛାଡ଼ିବା ପରେ ଅର୍ଥାତ୍‌ ୯ ଜୁନ୍‌ରୁ ୧୪ ଜୁନ୍‌ ମଧ୍ୟରେ ଆପଣ ତାଙ୍କ ସହ କଥା ହୋଇଥିଲେ କି ? ଯଦି ହଁ, ତେବେ କ’ଣ କଥା ହୋଇଥିଲେ ? ଯଦି ନା, ତେବେ କାହିଁକି ?

୬-ଏହି ସମୟ ମଧ୍ୟରେ ସୁଶାନ୍ତ ଆପଣଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ କି ? ଆପଣ ତାଙ୍କର କଲ୍‌ ଏବଂ ମେସେଜ ଇଗ୍‌ନୋର କରିଥିଲେ କି ? ଯଦି ହଁ, ତେବେ କାହିଁକି ? ଆପଣ ତାଙ୍କୁ କାହିଁକି ବ୍ଲକ କରିଥିଲେ ?

୭-ଆପଣ ସୁଶାନ୍ତଙ୍ଜକ ପରିବାର ସଦସ୍ୟଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ କି ? କେଉଁ  ପ୍ରସଙ୍ଗରେ କଥା ହେବାକୁ ଚେଷ୍ଟା କରିଥିଲେ ?

୮-ସୁଶାନ୍ତ କି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ ? ତାଙ୍କର କି ପ୍ରକାର ଚିକିତ୍ସା ଚାଲିଥିଲା ?

୯-ସୁଶାନ୍ତଙ୍କ ପରିବାର ସହ ଆପଣଙ୍କର କି ପ୍ରକାର ସମ୍ପର୍କ ରହିଛି ?ୟ

୧୦-ଆପଣ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ କାହିଁକି ଦାବି କରିଥିଲେ ? ଆପଣଙ୍କୁ କ’ଣ କିଛି ଗଡବଡ ଥିବା ପରି ମନେ ହେଉଥିଲା ?

ତଦନ୍ତକାରୀ ଦଳ କହିଛନ୍ତି, ରିୟା ଚକ୍ରବର୍ତ୍ତୀଙ୍କୁ ଆଗାମୀ ଦିନରେ ଜେରା କରଯିବ। ଏଥିସହିତ ED ଏବଂ NCB ମଧ୍ୟ ଜେରା କରିବ

ସୂଚନାଥାଉ କି, ସିବିଆଇର ସମନ ପରେ ରିୟା ଭାଇ ସୌଭିକଙ୍କ ସହ ମୁମ୍ବାଇ ସ୍ଥିତ DRDO ଗେଷ୍ଟ୍‌ହାଉସ୍‌ରେ ଆଜି ହାଜର ହୋଇଥିଲେ।

ତେବେ ରିୟା ସିବିଆଇରେ ହାଜର ହେବାପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍‌ମା ଦେଇଥିବା ଶୁଣିବାକୁ ମିଳୁଛି। ରିୟାଙ୍କ ଘର ମୁମ୍ବାଇ ସାନ୍ତାକ୍ରୁଜ୍‌ରେ। DRDO ଗେଷ୍ଟ୍‌ ହାଉସ୍‌ରୁ ଏହା ପାଖାପାଖି ୨୦ମିନିଟ୍‌ର ସମୟ। ହେଲେ ରିୟା ସିଧାସଳଖ ଘରୁ DRDO ଗେଷ୍ଟ୍‌ ହାଉସ୍‌କୁ ନ ଯାଇ ପ୍ରଥମେ ବାନ୍ଦ୍ରା ଓ ତା’ପରେ ୟୁଟର୍ଣ୍ଣ ମାରି ବସ୍ତି ଅଞ୍ଚଳ ଦେଇ DRDO ଗେଷ୍ଟ୍‌ ହାଉସ୍‌ରେ ପହଞ୍ଚିଥିବା ସୂଚନା ମିଳିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍‌ମା ଦେବାପାଇଁ ରିୟା ଏଭଳି କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

You might also like