ସେଲେବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆର ନୂଆ ସେନ୍‌ସେସନ ପାଲଟିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ। କାଜାକିସ୍ତାନର ତାଇରୋଣ୍ଡୋ ଫାରବି ଡେବଲଚିନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଚ୍ୟାଲେଞ୍ଜ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି।

ଗତ ମାସରେ ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଭାରତରେ ପ୍ରଥମେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ଆକ୍ସନ ଷ୍ଚାର ଅକ୍ଷୟ କୁମାର। ନିଜ ମାର୍ଶାଲ ଆର୍ଟ ଦକ୍ଷତାର ଚମତ୍କାର ନମୁନାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଖିଲାଡ଼ି କୁମାର। ଏହା ପରେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜର କ୍ରେଜ୍  ଏଥିରେ ସାମିଲ୍ ହେବାରେ ଲାଗିଛନ୍ତି ବଲିଉଡ ସେଲିବ୍ରେଟିଙ୍କ ସହ ଖ୍ୟାତନାମା ଖେଳାଳି।

ମାର୍ଶାଲ ଆର୍ଟରେ ନିପୁଣ ଅଭିନେତା ଟାଇଗର ଶ୍ରଫ, ଅଭିନେତ୍ରୀ ପରିଣିତି ଚୋପ୍ରା ଓ ସୁସ୍ମିତା ସେନ ପ୍ରମୁଖ ନିଜ ଭିଡିଓ ପୋଷ୍ଟ କରିଛନ୍ତି। ତେବେ ବଲିଉଡ ଷ୍ଟାର ବିଦ୍ୟୁତ ଜମଓ୍ୱାଲ ଏକାଥକରେ ୩ଟି ଠିପି ଖୋଲି ପାଦେ ଆଗକୁ ଯାଇଛନ୍ତି।  ଭୋଜପୁରୀ ଷ୍ଟାର ଦିନେଶ ଲାଲ୍ ଯାଦବ ଓ ପୁନମ ଦୁବେ ମଧ୍ୟ ସୋସିଆଲ୍ ମିଡିଆରେ ନିଜ ଭିଡିଓ ପୋଷ୍ଟ କରିଛନ୍ତି।

ସାରା ବିଶ୍ୱରେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ ଗ୍ରହଣ କରୁଛନ୍ତି ବିଭିନ୍ନ ଦେଶର ସେଲିବ୍ରେଟି। ଆମେରିକାନ୍ ମଡେଲ୍ ତଥା ଅଭିନେତ୍ରୀ କେଣ୍ଡାଲ ଜେନର ଭିନ୍ନ ଢଙ୍ଗରେ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ସେ ସମୁଦ୍ରରେ ଜେଟ୍ ସ୍କିରେ ଚ୍ୟାଲେଞ୍ଜ ପୂରା କରିଛନ୍ତି। ସେହିପରି ଆମେରିକାନ ସିଙ୍ଗର ମାରିଆ କେରୀ ପାଟିରେ ଚିତ୍କାର କରି ବୋତଲର ଠିପି ଖୋଲିବା ଭିଡିଓ ଭାଇରାଲ ହୋଇଛି।

ଆହୁରି ପଢ଼ନ୍ତୁ

ତିରୁପତିରେ ବିବାହ ବାର୍ଷିକୀ ପାଳିଲେ ଦୀପିକା-ରଣବୀର

୧୪୪ କୋଟିରେ ଏମିତି ଘର କିଣିଲେ ପ୍ରିୟଙ୍କା-ନିକ୍‌

ନିର୍ଦ୍ଦେଶକଙ୍କ ସହ ହାତାହାତି ହେଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର, ଭିଡିଓ ଭାଇରାଲ

ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

ଫ୍ୟାନଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ଆୟୁଷ୍ମାନ୍

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଷ୍ଟେଜ୍‌ରେ ଡାନ୍ସ କରୁଥିବାବେଳେ ତଳେ ପଡ଼ିଗଲେ ନେହା

ଓଡ଼ିଶା କୁଇନ୍‌-୨୦୧୯: ଚୂଡାନ୍ତ ପର୍ଯ୍ୟାୟକୁ ୨୧ ସୁନ୍ଦରୀ ମନୋନୀତ

ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ିଲେ ସାରା, ଭିଡିଓ ଭାଇରାଲ

ବନ୍ଦ ହୋଇଯିବ ଦୀପିକାଙ୍କ ଏହି ଶୋ’ !

You might also like