ଡ୍ରଗ୍ସ ମାମଲା: ରିୟାଙ୍କୁ ମିଳିଲା ଜାମିନ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋର (ଏନସିବି)ଜେରା ପରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି।

ବମ୍ବେ ହାଇକୋର୍ଟ ଆଜି ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା , ପାସ୍‌ପୋର୍ଟ ଡିପୋଜିଟ୍ କରିବାକୁ କୋର୍ଟ ରିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେନି ରିୟା।  ସେହିପରି ରିୟା ଯଦି ଗ୍ରେଟର୍‌ ମୁମ୍ବାଇ ବାହାରକୁ ଯିବାକୁ ଚାହଁନ୍ତି ତା’ହେଲେ ଏଥିପାଇଁ ତଦନ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ରିୟାଙ୍କ ଜାମିନ୍‌ ଆବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି। 

ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡା, ଦୀପେଶ ସାୱନ୍ତଙ୍କୁ ମଧ୍ୟ ଜାମିନ୍‌ ମିଳିଛି। ତେବେ ଡଗ୍ସ ମାମଲାରେ ଗିରଫ ହୋଇଥିବା ଅବଦୁଲ୍ ବାସିତ୍‌ ଓ ରିୟାଙ୍କ ଭାଇ ଶୌଭିକ୍‌ ଚକ୍ରବର୍ତ୍ତୀଙ୍କ ଜାମିନ ଖାରଜ ହୋଇଯାଇଛି।

ଡ୍ରଗ୍ସ ଲିଙ୍କ୍‌ ନେଇ ସେପ୍ଟେମ୍ବର ୮ରେ NCB ରିୟାଙ୍କୁ ଗିରଫ କରିଥିଲା। ଜେରା ସମୟରେ ସୁଶାନ୍ତଙ୍କ ପାଇଁ ଶୌଭିକ୍ ଜରିଆରେ ଡ୍ରଗ୍ସ ଆଣୁଥିଲେ ବୋଲି ରିୟା ମାନିଥିଲେ। ଏପରିକି ରିୟା କିଛି ସେଲିବ୍ରିଟିଙ୍କ ନାଁ ମଧ୍ୟ ନେଇଥିଲେ ଓ ପରେ ଏହି ସେଲିବ୍ରିଟିମାନଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ୍‌, ରାକୁଲ୍‌ ପ୍ରୀତ୍, ସିମୋନ୍‌ ଖୋମ୍ବୋଟା, ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁର୍‌ ଥିଲେ। ‌

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like