କାହିଁକି ଖରାପ ହେଲା ସୁଶାନ୍ତଙ୍କ ସ୍ୱାସ୍ଥ୍ୟା ? ଟ୍ରେନର୍ ଦେଲେ ଚାଞ୍ଚଲ୍ୟକର ତଥ୍ୟ
ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେଉଛି। ପ୍ରତିଦିନ ଏହି ମାମଲା ନୂଆ ମୋଡ ନେଉଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଅଙ୍ଗୁଳି ଉଠିଥିଲା ବଲିଉଡ୍ରେ ଚାଲିଥିବା ନେପୋଟିଜିମ୍ ଆଡକୁ। ହେଲେ ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିବା ପରେ ମାମଲା ନୂଆ ମୋଡ ନେଇଛି। ଏଇ ସମୟରେ ସୁଶାନ୍ତଙ୍କ ଟ୍ରେନର ସୁଶାନ୍ତଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଟ୍ରେନର ସମୀ ମହମ୍ମଦ ମିଡିଆକୁ ବୟାନ ଦେଇ କହିଛନ୍ତି ସୁଶାନ୍ତ ୨୦୧୯ ଡିସେମ୍ବରରୁ ଔଷଧ ଖାଇବା ଆରମ୍ଭ କରିଥିଲେ ଯାହାର ପ୍ରଭାବ ଶରୀର ଉପରେ ଦେଖିବାକୁ ମିଳିଥିଲା।
NEWS-18 ସାକ୍ଷାତ ଦେଇ ସମୀ ଅହମ୍ମଦ କହିଛନ୍ତି , ସୁଶାନ୍ତ ଜଣେ ଭଲ ଲୋକ ଥିଲେ। ସେ ମୋ ସହ ୫ ବର୍ଷ କାମ କରିଛନ୍ତି। ଡେଙ୍ଗୁ ହେବା ପରେ ସେ ଔଷଧ ଖାଇବା ଆରମ୍ଭ କରିଥିଲେ। ହେଲେ ଏହି ଔଷଧର କୁପ୍ରଭାବ ତାଙ୍କ ଶରୀର ଉପରେ ପଡ଼ିଥିଲା। ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ଏପରିକି ତାଙ୍କର ପାଦ ଥରୁଥିଲା। ସେ ବହୁତ ଅସୁସ୍ଥ ଅନୁଭବ କରୁଥିଲେ।
ସେ କହିଥିଲେ, ରିୟା ତାଙ୍କ ସହ ଜିମ୍ ଆସୁଥିଲେ। କିନ୍ତୁ ସେ କେବଳ ସୁଶାନ୍ତଙ୍କୁ ଟ୍ରେନିଂ ଦେଉଥିଲେ। ତେବେ ରିୟାଙ୍କ ଜିମ୍ ଫିସ୍ କିଏ ଦେଉଥିଲେ ସେ ସମ୍ପର୍କରେ ତାଙ୍କୁ ଜଣା ନାହିଁ ବୋଲି କହିଥିଲେ।