୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍‌ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି ସେଲେବ୍ରିଟି ତାଙ୍କୁ ଦେଖା କରିବାକୁ ଯାଇନାହାନ୍ତି। ଏହାର କାରଣ ବିଗ୍‌ ବିଙ୍କର ଅସୁସ୍ଥ ହେବା ସୂଚନା କାହାକୁ ଦିଆଯାଇନାହିଁ।

 

ସୂଚନାଯୋଗ୍ୟ, ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ସେହି ସମୟରେ ଭୁଲ୍‌ରେ ହେପାଟାଇଟିସ୍‌ ଭାଇରସ୍‌ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ। ସେବେଠାରୁ ବିଗ୍‌ ବି ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗ ଯୋଗୁ ତାଙ୍କର ଲିଭର୍‌ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରିଦେଇଛି। ତାଙ୍କ ଲିଭର୍‌ର ମାତ୍ର ୨୫ ପ୍ରତିଶତ କାମ କରୁଛି ବୋଲି ବିଗ୍‌ ବି ଅନେକ ଥର କହିଛନ୍ତି।

ଆହୁରି ପଢ଼ନ୍ତୁ

‘କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ’

ଇଲେକଟ୍ରୋନିକ୍ସ ଉତ୍ପାଦନ ପାଇଁ ୩ ବଡ଼ ଯୋଜନା

ହିଂସା ଘଟାଇବା ପାଇଁ ତାହିର ଖର୍ଚ୍ଚ କରିଥିଲା ୧.୩ କୋଟି!

ବିକ୍ଷୋଭକାରୀଙ୍କୁ ଟ୍ରମ୍ପଙ୍କ ଚେତାବନୀ: ହିଂସା ନଥମିଲେ ସେନା ମୁତୟନ ହେବ

ଜେଲରୁ ମୁକୁଳିଲେ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ଭାରତ ବିରୋଧରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଚୀନ୍‌ ଉପରେ ବର୍ଷିଲା ଆମେରିକା

ଆକାଶରୁ ଏକ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ

କରୋନା ଅପ୍‌ଡେଟ୍: ଆଜି ବି ୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

କ୍ୱାରେଣ୍ଟିନ୍ ଅବଧି ଶେଷ ପରେ ପ୍ରବାସୀଙ୍କୁ ମିଳୁଛି ମାଗଣା କଣ୍ଡୋମ

ଭୂ-ସ୍ଖଳନରେ ଚାଲିଗଲା ୨୦ ଜୀବନ

ହଟିଲେ ମନୋଜ, ଆଦେଶ ହେଲେ ଦିଲ୍ଲୀ ବିଜେପି ମୁଖ୍ୟ

ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍!

You might also like