ଶାହରୁଖଙ୍କୁ ନେଇ ଏମିତି ତଥ୍ୟର ଖୁଲାସା କଲେ ପତ୍ନୀ ଗୌରୀ, ପ୍ରମାଣ ପାଇଁ ଫଟୋ ବି ସେୟାର କଲେ

ନୂଆଦିଲ୍ଲୀ:ବଲିଉଡ୍‌ କିଙ୍ଗ ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍ ଆଜିକାଲି ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସେ ନିଜ ଟ୍ୱିଟରରେ ଏପରି ଏକ ମଜାଦାର ତଥ୍ୟର ଖୁଲାସା କରିଛନ୍ତି ଯାହା ଖାଲି ଶାହରୁଖ -କାଜୋଲଙ୍କ ଫ୍ୟାନ୍ସଙ୍କୁ ଆଶ୍ଚଯ୍ୟ କରିନି ବରଂ ସେମାନଙ୍କୁ ୯୦ ଦଶକକୁ ଫେରାଇ ନେଇଛି । ସେ ଟ୍ୱିଟରରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ଯାହା ଖୁବ୍‌ ଭାଇରାଲ ହୋଇଛି।

ଅଭିନୟ ଜଗତରେ ଗୌରୀ ଖାନଙ୍କର ଦଖଲ ନାହିଁ ସତ, ହେଲେ ତାଙ୍କର ପ୍ରଭାବ କୌଣସି ସୁପରଷ୍ଟାରଙ୍କଠାରୁ କମ୍‌ ନୁହେଁ। ଜଣେ ସଫଳ ବ୍ୟବସାୟୀ ଭାବରେ ସେ ନିଜର ପରିଚୟ ତିଆରି କରି ପାରିଛନ୍ତି। ଏକ ନାମୀଦାମୀ କମ୍ପାନୀର ମାଲିକ ଗୌରୀଙ୍କର ଇଣ୍ଟରିୟର ଡେକରେଟରେ ମଧ୍ୟ ବେଶ ଦଖଲ ରହିଛି।

ନିକଟରେ ଗୌରୀ ତାଙ୍କ ଟ୍ୱିଟରରେ ଫିଲ୍ମ ‘ବାଜିଗର’କୁ ନେଇ କିଛି ତଥ୍ୟର ଖୁଲାସା କରିଛନ୍ତି। ବିଶେଷକରି ଶାହରୁଖଙ୍କ ବିଷୟରେ। ଏଥିସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।  ଫଟୋରେ ଶାହରୁଖଙ୍କ ସହ କାଜୋଲ ଅଛନ୍ତି। ଏହି ପୁରୁଣା ଫଟୋ ଦେଖିଲେ ଆପେ ଆପେ ଆଖି ଆଗରେ ଭାସିଯିବ ବାଜିଗର ଫିଲ୍ମର ସେଇ ଦୃଶ୍ୟସବୁ।

ବାଜିଗର ଫିଲ୍ମକୁ ନେଇ ଗୌରୀ କହିଛନ୍ତି, ଏଥିରେ ଶାହରୁଖଙ୍କ କଷ୍ଟ୍ୟୁମ ଗୌରୀ ନିଜେ ହିଁ ଡିଜାଇନ୍‌ କରିଥିଲେ।

୧୯୯୩ରେ ରିଲିଜ ହୋଇଥିବା ଫିଲ୍ମ  ବାଜିଗରର ଶାହରୁଖ-କାଜୋଲଙ୍କ କିଛି ଫଟୋ ସେୟାର କରି ଟିଟ୍ୱର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି-‘ଫିଲ୍ମର ଏହି ଗୀତ ‘ଏ କାଲି..କାଲି ଆଖେଁ…’ରେ ଶାହରୁଖଙ୍କ ପୁରା ଲୁକ୍‌ ସେ ନିଜେ ହିଁ ଡିଜାଇନ କରିଥିଲେ। ସେ ଏକଥା ମଧ୍ୟ କହିଛନ୍ତି ଯେ -‘ ଏବେ ମୋତେ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ  ୯୦ ଦଶରେ ମୁଁ ଏପରି ଡିଜାଇନ୍‌ ସତରେ କରିଥିଲି ! ସେଇ ଜିନ୍ସ, ଲେଗ ୱାର୍ମର ଟି, ବୁଲେଟ୍‌ ବେଲ୍‌ଟ ଏବଂ ଲାଲ ରଙ୍ଗର ଶର୍ଟ ସବୁକିଛି ମୋ ପସନ୍ଦର ଥିଲା।’

୯୦ ଦଶକରେ ଫିଲ୍ମ ବାଜିଗର କେବଳ ହିଟ୍‌ ହୋଇନ ଥିଲା ବରଂ ଏହାର ଫ୍ୟାସନ ଟ୍ରେଣ୍ଡ ଖୁବ୍‌ ଚର୍ଚ୍ଚାକୁ  ଆସିଥିଲା । ଅବ୍ବାସ ମସ୍ତାନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖ ଏକ ନେଗେଟିଭ୍‌ ଭୂମିକାରେ ଅଭିନୟ କରିଥିଲେ।

 

 

ଆହୁରି ପଢ଼ନ୍ତୁ

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ପରିଣୀତି

ସଂସ୍କୃତ ଶ୍ଲୋକ ଟ୍ୱିଟ୍‌ କଲେ ହଲିଉଡ୍‌ ଷ୍ଟାର୍; ଏବେ ଭାଇରାଲ୍

ଗହଣା ବିକି ଚଳୁଛନ୍ତି ଏହି ଅଭିନେତ୍ରୀ, ଜାଣନ୍ତି କାହିଁକି ?

ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌; ଭିଡିଓ ଶେୟାର୍‌ କଲେ ପିଏମ୍‌

ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ପ୍ରତିଯୋଗୀ ଜଗାର ହଙ୍ଗାମା; ଡାଲି ଭାତ ଖୁଆଇଲେ ଜଜ୍‌

ଶାହରୁଖ୍‌ ଓ ଆମିର ଖାନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ପୁଣି ଫସିଲା ‘ବାଲା’ !

ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଏହି ଅଭିନେତ୍ରୀଙ୍କ ପୁଅ

ଟ୍ରେନ୍‌ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ବବି ଦେଓଲ ଓ ଅନ୍ୟ ହିରୋଇନ୍

‘ସୋଲମେଟ ଫର ଏଭର’-ମାଧୁରୀଙ୍କ ଏ ରୋମାଣ୍ଟିକ ମେସେଜ୍‌ କାହାପାଇଁ

୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

You might also like