ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ମୁୁମ୍ବଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌‌ଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗସ ଲଙ୍କ ଯାଞ୍ଚ କରୁଛି ଏନସିବି । ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ଗିରଫ କରିବା ପରେ ଏହି ଲିଙ୍କରେ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ନାଁ । ଅନେକ ବଡ ବଡ ତାରକାଙ୍କୁ ଏନସିବି ଜେରା କରିବ ବୋଲି ଜଣାପଡ଼ିଛି ।

ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ । ଏହି ମାମଲାରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ‘ସଫା କରିବାର ଏହା ଠିକ୍‌ ସମୟ । ବହୁତ ଧନ୍ୟବାଦ । ଯୁବ ସମାଜ ଏବଂ ଆଗାମୀ ପୀଢିକୁ ଏହା ସାହାଯ୍ୟ କରିବ । ଏହିଠାରୁ ଆରମ୍ଭ ହେଉ ଏବଂ ପରେ ସବୁ ସେକ୍ଟରରେ ଯାଞ୍ଚ କରାଯାଉ । ଏହାକୁ ମୂଳରୁ ଓପାଡ଼ି ଫିଙ୍ଗି ଦିଅ । ୟୁଜର୍ସ, ଡିଲର୍ସ ଏବଂ ସପ୍ଲାୟର୍ସ ସମସ୍ତଙ୍କୁ ସଜା ଦିଆଯାଉ । ସେଇ ବଡ ଲୋକଙ୍କୁ ବି ଶିକ୍ଷା ମିଳୁ ଯେଉଁମାନେ ଆଖିବନ୍ଦ କରି ଲୋକଙ୍କୁ ବରବାଦ୍‌ କରୁଛନ୍ତି ।’
ସୂଚନାଥାଉ କି, ଏହି ଡ୍ରଗ୍ସ ମାମଲାରେ ଏନସିବି ଧ୍ରୁବ ଚିତଗୋପେକର, ଜୟା ସାହା, ଶ୍ରୁତି ମୋଦିଙ୍କ ସମେତ ୪ ଜଣଙ୍କୁ ଜେରା କରିବା ପାଇଁ ସମନ କରିଛି ।

ଏହା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ୍‌ ଟାଲେଣ୍ଟ ମ୍ୟାନେଜର ଜୟା ସାହା ସୋମବାର ବି ଏନସିବି ସାମ୍ନାରେ ହାଜର ହୋଇଥିଲେ । ସେହିପରି ଶ୍ରୁତି ମୋଦି ଏବଂ ଜୟା ସାହା ସୋମବାର ଏଜେନ୍ସି କାର୍ଯ୍ୟାଳୟରେ ହାଜର ହୋଇଥିଲେ । କିନ୍ତୁ ଯାଞ୍ଚ କମିଟିର କିଛି ସଦସ୍ୟଙ୍କୁ କରୋନା ସଂକ୍ରମିତ ହେବା କାରଣରୁ ଏହାକୁ ସ୍ଥଗିତ କରାଯାଇଥିଲା ।

ସୂଚନାଥାଉ କି, ଶ୍ରୁତି ମୋଦିଙ୍କୁ ସେପ୍ଟେମ୍ବର ୧୬ ତାରିଖରେ ମଧ୍ୟ ଜେରା କରାଯବା ପାଇଁ ଡକାଯାଇଥିଲା । ହେଲେ ପରେ ଏହାକୁ ସ୍ଥଗିତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

You might also like