ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କ ପରଲୋକ

ମୁମ୍ବାଇ : ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରଲୋକ। ମୁମ୍ବାଇରେ ୬୪ ବର୍ଷ  ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ବଲିଉଡରେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ଅଜିଜ୍‌। ଅନେକ ଓଡିଆ ଭଜନ ସହ ଆଧୁନିକ ଗୀତ ଗାଇ ଅଜିଜ୍‌ ଓଡିଶାର ଘରେ ଘରେ ମଧ୍ୟ ପରିଚିତ । ୧୯୮୫ ମସିହାରେ ପ୍ରଥମେ ସେ ପାଦ ଥାପିଥିଲେ ଓଲିଉଡରେ ।

ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର  ‘ରୂପା ଶଗଡ଼ିରେ ସୁନା କନିଆ’ ଗୀତ ମାଧ୍ୟମରେ ସେ ଓଡିଆ ଗୀତରେ କଣ୍ଠଦାନ କରିଥିଲେ। ଏହା ପରେ ସେ ଶତାଧିକ ଓଡ଼ିଆ ଗୀତ ଗାଇ ଓଡ଼ିଆ ଗୀତ ପ୍ରେମୀଙ୍କ ପ୍ରିୟ ହୋଇ ପାରିଥିଲେ।

You might also like