ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ହରର୍ ଥ୍ରିଲର୍‌ ମୁଭି ‘ଅମାବାସ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସୁଛି ବଲିଉଡ୍ ହରର୍ ଥ୍ରିଲର୍‌ ମୁଭି ‘ଅମାବାସ’। ଭୂତ ପ୍ରେତର କାହାଣୀ ଓ ପ୍ରତିଶୋଧର ବିଷୟକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ନର୍ଗିସ ଫକରୀ ଏବଂ ସଚିନ୍ ଜୋଶୀ। ପରଦାରେ ଉଭୟଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ପାଇବେ ଦର୍ଶକ। ସେହିଭଳି ଫିଲ୍ମରେ ଅନ୍ୟ ଚରିତ୍ରଗୁଡ଼ିକରେ ସାଗର ଅଲ୍ଲୀ ଓ ମୋନା ସିଂହ ପ୍ରମୁଖ ଅଭିନୟ କରିଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଭୂଷଣ ପଟେଲ।

ଏକ ନବବିବାହିତ ଦମ୍ପତି କିଭଳି ସହରଠୁ ଦୂରରେ ଏକ ହଣ୍ଟେଡ୍ ଘରେ ଫସିଯାଉଛନ୍ତି, ଏବଂ ସେଠାରେ କେମିତି ତାଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ୁଛି ତାହା ହିଁ ଫିଲ୍ମର ବିଷୟ ବସ୍ତୁ। ରାଜଧାନୀ ଭୁବନେଶ୍ୱରରେ ପ୍ରମୁଖ ହଲ୍‌ରେ ଆଜି ଏହି ପିଲ୍ମ ରିଲିଜ୍‌ ହେଉଛି।

ଭୂଷଣ ପୂର୍ବରୁ ମଧ୍ୟ ୧୯୨୦: ଇଭିଲ୍‌ସ ରିଟର୍ଣ୍ଣ, ରାଗିଣୀ ଏମ୍‌ଏମ୍‌ଏସ୍ ୨ ଏବଂ ଏଲୋନ୍‌ର ଭଳି ହରର୍‌ ଫିଲ୍ମ ନିର୍ମାଣ କରିସାରିଛନ୍ତି। ଦେଖନ୍ତୁ ଏହାର ଟ୍ରେଲର୍।

ସୌଜନ୍ୟ- ୟୁଟ୍ୟୁବ୍

You might also like