‘ବଲିଉଡ୍‌ ଥାଳି’କୁ ନେଇ ଜୟାଙ୍କୁ ତେର୍‌ଛା ବାଣ ମାରିଲେ କଙ୍ଗନା

ମୁମ୍ବଇ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରାଣାୱତ ସୋଶାଲ ମିଡିଆରେ ଖୁବ ଆକ୍ଟିଭ ଅଛନ୍ତି। ନିଜ ମତାମତକୁ ଅନେକ ସମୟରେ ସୋଶାଲ ମିଡିଆରେ ରଖିଥାନ୍ତି। ଫିଲ୍ମ ‘ଥଲାଇବି’ ସୁଟିଂ ଶେଷ ହେବା ପରେ କଙ୍ଗନା ତାଙ୍କର ଅପ୍‌କମିଂ ଫିଲ୍ମ ପ୍ରୋଜେକ୍ଟରେ ଲାଗିଛନ୍ତି। ସବୁ କାମ ଭିତରେ ବି ବଲିଉଡରେ ଚାଲିଥିବା ନେପୋଟିଜିମ୍‌, ମୁଭି ମାଫିଆ, ବଲିଉଡ ସହ ଡ୍ରଗ୍ସ  ଲିଙ୍କକୁ ନେଇ ଶାଣିତ ସ୍ୱର ଉଠାଇଛନ୍ତି। ଏକ ଭିଡିଓ ଶେୟାର କରି କଙ୍ଗନା ଜୟ ବଚ୍ଚନଙ୍କ ‘ଥାଳି’ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି।

 

କଙ୍ଗନା ତାଙ୍କର ଇନଷ୍ଟା ଆକାଉଣ୍ଟ ଏବଂ ଟ୍ୱିଟରରେ ଏକ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ‘ମୁଁ ମୋର ଆଗାମୀ ଆକ୍ସନ ଫିଲ୍ମ  #ତେଜସ୍‌ ଏବଂ #ଧଡକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ଫିଲ୍ମ ଦୁଇଟିରେ ଯଥାକ୍ରମେ ଜଣେ ଯବାନ ଏବଂ ଜଣେ ଗୁପ୍ତଚର ଭୂମିକା ନିଭାଇଛି।

ସେ କହିଛନ୍ତି, ବଲିଉଡ୍‌ର ଥାଳି ମୋତେ ବହୁତ କିଛି ଦେଇ ଥାଇପାରେ, କିନ୍ତୁ ମଣିକର୍ଣ୍ଣିକାର ସଫଳତା ପରେ ମୁଁ ବଲିଉଡ୍‌କୁ ପ୍ରଥମ ଥର ପାଇଁ ଆକ୍ସନ ହିରୋଇନ୍‌ ଦେଇଛି। ’

ଅବଶ୍ୟ କଙ୍ଗନା ଏହି ପୋଷ୍ଟରେ ଜୟା ବଚ୍ଚନଙ୍କ ନାଁ ନେଇ ନାହାନ୍ତି। ତେବେ ବଲିଉଡର ଥାଳି ବୋଲି କହି ତାଙ୍କୁ ତେର୍‌ଛା ବାଣ ମାରିଛନ୍ତି। ଏଠି କହିରଖିବୁ, କଙ୍ଗନା ଏବେ ତାଙ୍କ ହୋମଟାଉନ ମନାଲିରେ ଆଗାମୀ ଫିଲ୍ମ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଫିଲ୍ମରେ ଦମ୍‌ଦାର ଆକ୍ସନ ପାଇଁ ସେ ପ୍ରଭାବଶାଳୀ କିକ୍ସ ଏବଂ ବକ୍ସିଂ ପ୍ରାକ୍ଟିସ କରୁଛନ୍ତି।

କଙ୍ଗନା ଫିଲ୍ମ ତେଜସ୍‌ରେ ଭାରତୀୟ ବାୟୁ ସେନାର ପାଇଲଟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଶୁଟିଂ ପ୍ରାୟ ଡିସେମ୍ବର ଆଡକୁ ଆରମ୍ଭ ହେବ। ଥଲାଇବୀ ଫିଲ୍ମରେ କଙ୍ଗନାଙ୍କୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଦେଖିବାକୁ ମିଳିବ।

 

ଆହୁରି ପଢ଼ନ୍ତୁ

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ବିବାଦରେ ଫଶିଲେ ବିଗ୍‌ ବି

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

You might also like