ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢିବାକୁ ଭୁଲିଗଲେ ଜାହ୍ନବୀ

ମୁମ୍ବଇ:ବଲିଉଡ ଷ୍ଟାରଙ୍କ ଷ୍ଟାଇଲ୍‌, ଫ୍ୟାସନ ତାଙ୍କର ଫ୍ୟାନ୍ସଙ୍କୁ ବେଶ ପ୍ରଭାବିତ କରିଥାଏ। ଫ୍ୟାନ୍ସମାନେ ବିଶେଷକରି ଅଭିନେତ୍ରୀଙ୍କ ପରିଧାନ ଉପରେ ସେମାନେ ସବୁବେଳେ ନଜର ରଖିଥାନ୍ତି । ଆଉ ଏହି କାରଣରୁ ସୋଶାଲ ମିଡିଆରେ ଆଜି ଶ୍ରୀଦେବୀ ତନୟା ଜାହ୍ନବୀ କପୁରଙ୍କ ମଜାକ୍‌ ଉଡାଇଛନ୍ତି ଫ୍ୟାନ୍ସ। 

ଜାହ୍ନବୀ ଭୁଲ୍‌ରେ ତାଙ୍କ ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢି ନ ଥିଲେ। ତାଙ୍କର ଏହି ଭୁଲ୍‌ ମିଡିଆ କ୍ୟାମେରା ଆଗରେ ଧରା ପଡ଼ି ଯାଇଥିଲା। ଆଉ ଏହା ପରେ ଫ୍ୟାନ୍ସମାନେ ଆରମ୍ଭ କରି ଦେଇଥିଲେ ମଜା । ଜଣେ ଫ୍ୟାନ୍ସ ଏମିତି କହି ଜାହ୍ନବୀଙ୍କର ମଜାକ ଉଡ଼ାଇଛନ୍ତି ଯେ, ’ପ୍ରାଇସ୍‌ ଟ୍ୟାଗ୍‌ ନ ଥିଲେ ଡ୍ରେସ ଫେରାଇ ହେବନି, ସେଥିପାଇଁ  ପ୍ରାଇସ୍‌ ଟ୍ୟାଗ୍‌ କାଢି ନାହାନ୍ତି।’

ଏହି ଭିଡିଓ ଫଟୋଗ୍ରାଫର ବିରଲ ଭୟାନୀ ଶେୟାର କରିଛନ୍ତି। ଏହି ଭିଡିଓରେ ହଦଳି ରଙ୍ଗର ସୁଟ୍‌ ଏବଂ ପ୍ଲାଜୋ ସେଟ୍‌ରେ ଜାହ୍ନବୀଙ୍କୁ ଦେଖିବାକୁ ମିଳିଛି। ଜାହ୍ନବୀ ଯେତେବେଳେ ତାଙ୍କ କାର୍‌ ଆଡକୁ ଯାଉଛନ୍ତି ସେତେବେଳେ ଜାହ୍ନବୀଙ୍କ ଡ୍ରେସ ଉପରେ ନଜର ପଡ଼ୁଛି ଆଉ ଦେଖିବାକୁ ମିଳୁଛି ତାଙ୍କ ଦୁପଟ୍ଟାରେ ପ୍ରାଇସ୍‌ ଟ୍ୟାଗ୍‌ ଝୁଲୁଛି।

ଏଠି କହି ରଖିବୁ ଯେ, ଜାହ୍ନବୀ ତାଙ୍କ ଆଗାମୀ ଫିଲ୍ମ ଦୋସ୍ତାନା-୨ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହା ବ୍ୟତୀତ ତାଙ୍କର ଗୁଞ୍ଜନ ସକ୍‌ସେନା: ଦ କରଗିଲ୍‌ ଗର୍ଲରେ ମଧ୍ୟ ନଜର ଆସିବେ। 

 

View this post on Instagram

 

#jhanvikapoor snapped at her pilates class today #viralbayani @viralbhayani

A post shared by Viral Bhayani (@viralbhayani) on

ବୀ

You might also like