ଫିଲ୍ମ ନିର୍ମାତା ରାଜକୁମାର ବର୍ଜାତ୍ୟାଙ୍କ ପରଲୋକ
ମୁମ୍ବାଇ: ବିଶିଷ୍ଟ ଫିଲ୍ମ ନିର୍ମାତା ରାଜକୁମାର ବର୍ଜାତ୍ୟାଙ୍କ ପରଲୋକ ହୋଇଛି। ସେ ହେଉଛନ୍ତି ପ୍ରସିଦ୍ଧ ରାଜଶ୍ରୀ ପ୍ରଡକ୍ସନର ମାଲିକ। ଆଜି ସକାଳେ ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ରାଜକୁମାରଙ୍କ ପରଲୋକ ହୋଇଛି।
ରାଜକୁମାରଙ୍କ ପୁଅ ହେଉଛନ୍ତି ସୁରଜ ବର୍ଜାତ୍ୟା, ଯିଏ କି ଜଣେ ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ। ରାଜକୁମାରଙ୍କ ପ୍ରଡକସନ ହାଉସ୍, ହମ୍ ଆପକେ ହୈ କୌନ୍, ହମ୍ ସାଥ୍ ସାଥ୍ ହେ, ବିବାହ, ପ୍ରେମ ରତନ ଧନ ପାୟୋ ପରି ଲୋକପ୍ରିୟ ଫିଲ୍ନ ନିର୍ମାଣ କରିଛି। ଗତ ଫେବ୍ରୁଆରୀ ୧୫ରେ ରାଜଶ୍ରୀ ବ୍ୟାନରର ଶେଷ ଫିଲ୍ମ ହମ୍ ଚାର୍ ମୁକ୍ତିଲାଭ କରିଥିଲା।