ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇଙ୍କୁ ଗିରଫ କରିଛି।

ଗାବେରିଲାଙ୍କ ଭାଇ ଆଗିସିଆଲୋସ୍ ଡେମେଟ୍ରିଆଡିସ୍ ଓ ନିର୍ଦ୍ଦେଶକ ସାହିଲ୍‌ କୋହଲିଙ୍କୁ‌ ପଚରାଉଚରା ବେଳେ ଜଣେ  ଅଭିନେତାଙ୍କ ନାଁ ସାମ୍ନାକୁ ଆସିଛି। ଏହାସହ କିଛି ନିର୍ଦ୍ଦେଶକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ଏବେ ଏହି ଅଭିନେତାଙ୍କୁ ଧରିବା ପାଇଁ ପୋଲିସ୍‌ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ଦେଇଛି।

Aaj Tak  ର ରିପୋର୍ଟ ଅନୁସାରେ, ଡ୍ରଗ୍ସ ନେବା ଓ ଏହାକୁ କିଣିବା ପ୍ରସଙ୍ଗରେ ଏହି ଅଭିନେତା ଏବେ NCB ରାଡାର୍‌ରେ ଅଛନ୍ତି। ହେଲେ ଏହି ଅଭିନେତା ଜଣକ କିଏ ସେନେଇ ବର୍ତ୍ତମାନ ସୁଦ୍ଧା NCB ତାଙ୍କ ନାଁ ସ୍ପଷ୍ଟ କରିନାହିଁ।

ଆଗିସିଆଲୋସ୍ ହେଉଛନ୍ତି ଦକ୍ଷିଣ ଆଫ୍ରିକୀୟ। ସୁଶାନ୍ତ ସିଂ ମାମଲାରେ ଡ୍ରଗ୍ସ ଲିଙ୍କ୍ ‌କୁ ନେଇ ଗିରଫ ଡ୍ରଗ୍‌ ବେପାରୀଙ୍କ ସହ ଆଗିସିଆଲୋସ୍ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି। ଗିରଫ ପରେ ଆଜିସିଆଲୋସ୍‌ଙ୍କୁ କୋର୍ଟରେ ହାଜର କରାଯାଇ ଏନ୍‌ସିବି ହେପାଜତକୁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ:ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଏହା ପୂର୍ବରୁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌଭିକ୍‌, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡା, ପର୍ସନାଲ୍‌ ଷ୍ଟାଫ୍‌ ଦୀପେଶ ସାୱନ୍ତଙ୍କ ସମେତ ଅନେକଙ୍କୁ ଏନ୍‌ସିବି ଗିରଫ କରିଥିଲା। ୨୮ ଦିନ ଜେଲ୍‌ରେ ରହିବା ପରେ ଏହି ମାମଲାରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଥିଲେ।

ଏନ୍‌ସିବି ଏହି ମାମଲାରେ ବଲିଉଡ୍‌ର ପ୍ରମୁଖ ‌ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା।

ସୂଚନାଥାଉ କି, ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା

You might also like