• ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଘରେ ଆୟକର ଚଢ଼ଉ
  • ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଓ ଅଫିସରେ ମଧ୍ୟ IT ରେଡ୍
  • ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଘରେ ବି ଚଢ଼ଉ ଚାଲିଛି
  • ଆୟକର ଫାଙ୍କି ଅଭିଯୋଗରେ ଏକକାଳୀନ ଯାଞ୍ଚ
  • ୫୦ରୁ ଅଧିକ ଅଧିକାରୀ ରେଡରେ ସାମିଲ୍

ମୁମ୍ବାଇ: ବଲିଉଡ଼ରେ ଆୟକର ରେଡ୍ । ଅଭିନେତ୍ରୀ ତାପସୀ ପାନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢ଼ଉ । ଉଭୟଙ୍କ ଘର ଓ ଅଫିସରେ ଚଢ଼ଉ ହୋଇଛି। ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଅଫିସରେ ବି ଆଇଟି ରେଡ୍ କରିଥିବା ଜଣାପଡ଼ିଛି । ଫାଣ୍ଟମ ଫିଲ୍ମସ କମ୍ପାନୀ ବିରୋଧରେ ଆୟକର ଫାଙ୍କି ଅଭିଯୋଗ ହୋଇଥିଲା, ଏନେଇ ଗତ କିଛି ଦିନ ତଳେ ଅନୁରାଗଙ୍କୁ ନୋଟିସ୍  ମଧ୍ୟ କରାଯାଇଥିଲା । ମୁମ୍ବାଇ ଓ ପୁଣେର ପାଖାପାଖି ୨୦ରୁ ୨୨ ସ୍ଥାନରେ ଆୟକର ବିଭାଗ ରେଡ କରୁଛନ୍ତି।

ତେବେ ଆଜି ସକାଳୁ ଅନୁରାଗ, ବିକାଶ ଏବଂ ତାପସୀଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଛି। ଏଥିରେ ୫୦ରୁ ଅଧିକ ଆୟକର ଅଧିକାରୀ ସାମିଲ ଥିବା ଜଣାପଡ଼ିଛି। ଏହାସହ ମଧୁ ମନଟେନାଙ୍କ ଘରେ ମଧ୍ୟ ପହଞ୍ଚିଛି ଆୟକର ବିଭାଗ। ମଧୁ ମନଟେନା ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ‘ Kwaan’  ଅଫିସରେ ଆୟକର ଅଧିକାରୀ ପହଞ୍ଚି ରେଡ ଚଳାଇଛନ୍ତି । ଆୟକର ବିଭାଗର ସୂତ୍ର ଅନୁସାରେ ଟାକ୍ସ ଚୋରି ମାମଲାରେ ଫାଣ୍ଟମ ଫିଲ୍ମସ ସହ ଜଡ଼ିତ ଲୋକଙ୍କ ଘରେ ହେଉଛି ଆୟକର ଚଢ଼ଉ।‌ ଏଥିରେ ତାପସୀ ପାନ୍ନୁ, ବିକାଶ ବେହେଲ ଓ ଅନେକ ବଡ଼ ବଡ଼ ତାରକା ସାମିଲ ଅଛନ୍ତି। ଖବର ସାମ୍ନାକୁ ଆସିବା ପରେ ଆୟକର ବିଭାଗ ପକ୍ଷରୁ ଖୋଳତାଡ ଜରି ରଖିଛି।


୨୦୧୧ରେ ଅନୁରାଗ କଶ୍ୟମ, ମଧୁ ମନଟେନା, ବିକ୍ରମାଦିତ୍ୟ ମୋଟୱାନି ଓ ବିକାଶ ବେହେଲେ ମିଳିତ ଭାବେ  ଫାଣ୍ଟମ ଫିଲ୍ମସ କମ୍ପାନୀର ପ୍ରତିଷ୍ଠା କରିଥିଲେ। ତେବେ ଏହାକୁ ଅକ୍ଟୋବର ୨୦୧୮ରେ ବନ୍ଦ କରି ଦିଆଯାଇଥିଲା। ସୂଚନାଯୋଗ୍ୟ ଅନୁରାଗ କଶ୍ୟପ କେନ୍ଦ୍ର ସରକାରୀ ନୀତିର ଜଣେ ବଡ଼ ସମାଲୋଚକ। ଅନ୍ୟପଟେ କୃଷି ଆଇନ ବିରୋଧରେ  କିଛି ଦିନ ପୂର୍ବରୁ ତାପସୀ ପାନ୍ନୁ ମତ ପ୍ରକାଶ କରିଥିଲେ ବୋଲି ଜଣାପଡ଼ିଛି।

Other Stories