ତିରୁପତିରେ ବିବାହ ବାର୍ଷିକୀ ପାଳିଲେ ଦୀପିକା-ରଣବୀର

ନୂଆଦିଲ୍ଲୀ:ବଲିଉଡ୍‌ର କ୍ୟୁଟ୍‌ ଯୋଡ଼ି ଦୀପିକା ପାଦୁକୋଣ ଏବଂ ରଣବୀର ସିଂହର ଆଜି ପ୍ରଥମ ବିବାହ ବାର୍ଷିକୀ।

ଏହି ଅବସରରେ ଦୁହେଁ ତିରୁପତି ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରପାଖରେ ଉଭୟେ ଫଟୋ ଉଠାଇଛନ୍ତି ଯାହା ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି।

ତିରୁପତିରେ ଦୀପିକା-ରଣବୀର ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିଥିଲେ।

ଏହି ଅବସରରେ ଦୁଇ ପରିବାରର ସଦସ୍ୟ ମଧ୍ୟ ତାଙ୍କ ସହ ଥିଲେ। କହି ରଖିବୁ, ଗତବର୍ଷ ଏହି ଦିନ ଅର୍ଥାତ୍‌ ନଭେମ୍ବର ୧୪ ତାରିଖ ଦିନ ଦୀପିକା-ରଣବୀର ଦକ୍ଷିଣ ଭାରତୀୟ ପରମ୍ପରା ଅନୁଯାୟୀ ବିବାହ କରିଥିଲେ।

ଦୀପିକା ଡିପ୍‌ ରେଡ୍‌ କଲର ଶାଢୀ ପିନ୍ଧିଥିଲେ। ମଥାରେ ସିନ୍ଦୁର ମାରି ସୁନ୍ଦର ଗହଣାରେ ସଜେଇ ହୋଇ ଦୀପିକା ଆସିଥିଲେ। ସେହିପରି ରଣବୀର ମଧ୍ୟ କୁର୍ତ୍ତା ଏବଂ ଚୁଡିଦାର ସହ ପିଙ୍କ୍‌ କଲରର ଏକ ଦୁପଟ୍ଟା ପକାଇଥିଲେ।

ଏଠାରେ ଏକ ଫଟୋ ଦୀପିକା ଶେୟାର କରିଛନ୍ତି। ଏହା ତଳେ ଲେଖିଛନ୍ତି-‘ଆମେ ପ୍ରଥମ ବିବାହ ବାର୍ଷିକୀରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ନେବାକୁ ଆସିଛୁ। ଆପଣ ସମସ୍ତଙ୍କର ଆଶୀର୍ବାଦ ଏବଂ ଶୁଭକାମନା ପାଇଁ ଧନ୍ୟବାଦ୍।’

 

ଦୁଇ ପରିବାର ଆଜି ବାଲାଜୀ ଏବଂ ପଦ୍ମାବତୀ ମନ୍ଦିର ଦର୍ଶନ କରିବେ ଏବଂ ପରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଦର୍ଶନ ପାଇଁ ଯିବେ। ନଭେମ୍ବର ୧୫ ତାରିଖରେ ମୁମ୍ବଇ ଫେରିବେ ।

ଆହୁରି ପଢ଼ନ୍ତୁ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ନେହରୁଙ୍କ ବିଷୟରେ ଟିପ୍ପଣୀ ଦେଇ ଥାନାକୁ ଗଲେ ବଲିଉଡ୍‌ ଅଭିନେତ୍ରୀ

ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁ

ବିସ୍ୱ ସୁନ୍ଦରୀ ଟୋନି ଅନ୍ ସିଂ

ଏୟାରପୋର୍ଟରେ ମେକ୍‌ଅପ୍‌ ନେଲେ କରୀନା

ଅତ୍ୟଧିକ ଥଣ୍ଡାକୁ ନେଇ ଚିନ୍ତିତ ଅମିତାଭ, ସୋଶାଲ ମିଡ଼ିଆରେ ଭାଇରାଲ ମହାନାୟକଙ୍କ ଟ୍ୱିଟ୍‌

ପତ୍ନୀ ଟ୍ୱିଙ୍କଲଙ୍କୁ ଅକ୍ଷୟ ଦେଲେ ଏମିତି ଉପହାର !

ଓଡ଼ିଆ ପୁଅଙ୍କ ଚିକେନ୍ ବେସର ଖାଇ ଜଜ୍‌ କହିଲେ ‘ଜୟ ହୋ ଓଡ଼ିଶା’

ରାନୁଙ୍କ ନାଁ ଶୁଣି ଚିଡ଼ିଗଲେ ହିମେଶ୍‌, କହିଲେ ଏମିତି…

ଏହି କ୍ରିକେଟରଙ୍କ ସହ ଡେଟ୍‌ କରୁଛନ୍ତି ଉର୍ବଶୀ !

ସଲ୍‌ମାନଙ୍କ ଏହି ହିରୋଇନ୍‌ ଏବେ ପରଘରେ ବାସନ ମାଜି ପେଟ ପୋଷୁଛନ୍ତି

ଷ୍ଟେଜ୍‌ ଉପରେ ସାରାଙ୍କ ସହ ହେଲା ଏମିତି କିଛି….

You might also like