କେମିତି ହେଲା ହାର୍ଟ ଆଟାକ୍‌ ? କ’ଣ ଘଟିଥିଲା ସେଇଦିନ, ଖୁଲାସା କଲେ ରେମୋ…

ମୁମ୍ବାଇ: କିଛିଦିନ ତଳେ ବଲିଉଡ୍‌ କୋରିଓଗ୍ରାଫର ତଥା ଫିଲ୍ମ ନିର୍ମାତା ରେମୋ ଡିସୌଜା ହୃଦ୍‌ଘାତର ଶିକାର ହୋଇ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। କିଛିଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଓ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲେ।

କେମିତି ସେଇଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲା, ସେନେଇ ରେମୋ Mid-Day କୁ ଏକ ସାକ୍ଷାତକାରରେ ଏସମ୍ପର୍କରେ କହିଛନ୍ତି। ଖୁଲାସା କରି ସେ କହିଛନ୍ତି, ‘ସବୁଦିନ ପରି ସେଦିନ ମଧ୍ୟ ସେ ବ୍ରେକ୍‌ଫାଷ୍ଟ୍‌ କରି ଜିମ୍‌ ଯାଇଥିଲେ। ଜିମ୍‌ରେ ଟ୍ରେନର ପତ୍ନୀ ଲିଜେଲଙ୍କୁ ଟ୍ରେନିଂ ଦେଉଥିଲେ। ଏହି ସମୟରେ ମୁଁ ‌ଏକ୍ସରସାଇଜ୍‌ କରୁଥିଲି। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲି। ମୋତେ ଲାଗିଲା ଯେ, ଏସିଡିଟି ଯୋଗୁ ହୁଏତ ଏଭଳି ହୋଇଥାଇପାରେ। ଫଳରେ ମୁଁ ପାଣି ପିଇଥିଲି। ହେଲେ ଯନ୍ତ୍ରଣା ଏମିତି ଥିଲା, ବାଧ୍ୟ ହୋଇ ଟ୍ରେନିଂ କ୍ୟାନ୍‌ସେଲ୍‌ କରିଦେବା ପାଇଁ ମୁଁ ଟ୍ରେନରଙ୍କୁ କହିଥିଲି।’

ରେମୋ ଆହୁରି କହିଛନ୍ତି, ‘ଏହା ଏମିତି ଏକ ଯନ୍ତ୍ରଣା ଥିଲା, ଯାହା ମୁଁ କେବେ ପୂର୍ବରୁ ଅନୁଭବ କରିନଥିଲି। ଯେତେବେଳେ ଆମେ ହସ୍ପିଟାଲ୍‌ରେ ପହଞ୍ଚିଲୁ ଏହାଏକ ମେଜର୍‌ ହାର୍ଟ ଆଟାକ୍‌ ବୋଲି  ଡାକ୍ତର କହିଥିଲେ। ମୋତେ କୁହାଯାଇଥିଲା ଯେ ମୋର ଡାହାଣ ପଟ ଧମନୀରେ ୧୦୦% ବ୍ଲକେଜ୍‌ ଥିଲା। ସାଧାରଣତଃ , ଜଣେ ମଣିଷର ହାର୍ଟ ୫୫% କାମ କରେ। କିନ୍ତୁ ମୋତେ ଯେତେବେଳେ ହସ୍ପିଟାଲ୍‌ ନିଆଯାଇଥିଲା ଏହା ମାତ୍ର ୨୫% କାମ କରୁଥିଲା। ଅନେକ ଲୋକ ଭାବନ୍ତି ଯେ ମୁଁ steroid ନେଉଛି, ଯାହା ଆଦୌ ସତ୍ୟ ନୁହେଁ।

 

View this post on Instagram

 

A post shared by Remo Dsouza (@remodsouza)

ରେମୋ ଫିଲ୍ମରେ ନିର୍ଦ୍ଦେଶନା ଦେବାସହ ଅନେକ ପ୍ରମୁଖ ଫିଲ୍ମରେ କୋରିଓଗ୍ରାଫି କରିଛନ୍ତି। ୧୯୯୫ରେ ବଲିଉଡ୍‌ରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ ମସିହାରେ ସେ ‘ଦିଲ୍‌ ପେ ମତ୍‌ ଲେ ୟାର୍‌’ ପିଲ୍ମରେ କୋରିଓଗ୍ରାଫି ଦେଇଥିଲେ। ରେମୋ ‘ଫାଲତୁ’, ଏବିସିଡି(୨୦୧୩),ଏବିସିଡି୨(୨୦୧୫),ରେସ୍ ୩(୨୦୧୮), ‘Street Dancer 3D’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରେମୋ। ଏହାସହ ସେ ଅନେକ ରିୟଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି। ଡ୍ୟାନ୍ସ ପ୍ଲସ୍‌ ଶୋ’ରେ ସେ ଜଜ୍‌ ହୋଇଥିଲେ।

 

View this post on Instagram

 

A post shared by Remo Dsouza (@remodsouza)

ସୂଚନାଥାଉ କି, ଉତ୍ତରପ୍ରଦେଶର ଗାଜିଆବାଦର ଏକ କୋର୍ଟରେ ରେମୋ ଡିସୌଜା ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିଲା। ଦୁହେଁ ଫିଲ୍ମ ନିର୍ମାଣ ପାଇଁ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା।

ରେମୋ ଗାଜିଆବାଦରେ ରହୁଥିବା ସତ୍ୟେନ୍ଦ୍ର ତ୍ୟାଗି ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ୫ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଫିଲ୍ମ ନିର୍ମାଣ ପାଇଁ ରେମୋ ସତ୍ୟେନ୍ଦ୍ରଙ୍କ ନିକଟରୁ ଟଙ୍କା ନେଇ ଫିଲ୍ମ ଶୁଟିଂ ପରେ ଟଙ୍କା ଫେରେଇଦେବେ ବୋଲି କହିଥିଲେ। କିନ୍ତୁ ଶୁଟିଂ ଶେଷ ହେବାପରେ ମଧ୍ୟ ସେ ଟଙ୍କା ଫେରେଇନଥିବା ଅଭିଯୋଗ ହୋଇଥିଲା। ଯେତେବେଳେ ରେମୋ ଧାର୍ଯ୍ୟ ସମୟରେ ଟଙ୍କା ଫେରସ୍ତ କରିନଥିଲେ ସତ୍ୟେନ୍ଦ୍ର ପୋଲିସ୍‌ରେ ଅଭିଯୋଗ କରିଥିଲେ।

ପଢନ୍ତୁ :

କେମିତି ଅଛି ରେମୋଙ୍କ ସ୍ୱାସ୍ଥ୍ୟାବସ୍ଥା ? ପତ୍ନୀ ଦେଲେ ସୂଚନା…

You might also like