ଏକାଧିକ ଥର ବିବାହ କରିଛନ୍ତି ଏହି ବଲିଉଡ୍ ସେଲିବ୍ରେଟି; ୪ଥର ବାହା ହୋଇଛନ୍ତି ଏହି ଗାୟକ
ବଲିଉଡ୍ ଷ୍ଟାର୍ମାନଙ୍କର ସମ୍ପର୍କ ଏଇ ଅଛି ଏଇ ନାହିଁ। ଏହି ଷ୍ଟାର୍ମାନେ କେତେବେଳେ କାହାକୁ ପ୍ରେମ କରନ୍ତି ଆଉ କାହା ସହିତ ବ୍ରେକ୍ଅପ୍ କରନ୍ତି ତାହା କେବଳ ତାଙ୍କୁ ଜଣା। ଚଟ୍ ମଙ୍ଗନୀ ପଟ୍ ଶାଦି ଭଳି ଏହି ଷ୍ଟାର୍ମାନଙ୍କର ଚଟ୍ ଶାଦି ପଟ୍ ଡିଭୋର୍ସ ବି ହୋଇଯାଏ। ତେଣୁ ବିବାହ, ବିଚ୍ଛେଦ ଓ ପୁଣି ବିବାହ ବଲିଉଡ୍ ପାଇଁ ନୂଆ କଥା ନୁହେଁ। ଏହିଭଳି ଅନେକ ବଲିଉଡ୍ ଷ୍ଟାର୍ ଜୀବନରେ ଏକାଧିକଥର ବିବାହ କରିଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।
ସୈଫ୍ଅଲୀ ଖାନ୍: ବଲିଉଡ୍ର ନବାବ୍ ଖାନ୍ ସୈଫ୍ଆଲୀ ଖାନ। ରାଜ ପରିବାରରୁ ଆସିଥିବା ସୈଫ୍ଆଲୀ ଦୁଇଥର ବିବାହ କରିଛନ୍ତି। ୧୯୯୧ ମସିହାରେ ପ୍ରଥମେ ସେ ଅମୃତା ସିଂହକୁ ବିବାହ କରିଥିଲେ। ଅମୃତା ସୈଫ୍ଙ୍କଠାରୁ ୧୨ ବର୍ଷ ବଡ଼। ତେବେ ଏହାର ୧୩ ବର୍ଷ ପରେ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ୨୦୧୨ରେ ସୈଫ୍ ପୁଣିଥରେ କରୀନାଙ୍କୁ ବିବାହ କରିଥିଲେ।
ଅମିର ଖାନ: ବଲିଉଡ୍ର ମିଷ୍ଟର୍ ପର୍ଫେକ୍ସୋନିଷ୍ଟ୍ ଆମିର ଖାନ୍। ତେବେ ବଲିଉଡ୍କୁ ଆସିବା ପୂର୍ବରୁ ଆମିର ରୀନା ଦତ୍ତଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିଲା। ଆମିର ଦ୍ୱିତୀୟଥର ପାଇଁ କିରଣ ରାଓଙ୍କୁ ବିବାହ କଲେ।
ସଞ୍ଜୟ ଦତ୍ତ: ସଞ୍ଜୁବାବା ଓରଫ୍ ସଞ୍ଜୟ ଦତ୍ତ। ବିବାଦରେ ଭରା ଏହି ବଲିଉଡ୍ଷ୍ଟାର୍ଙ୍କ ଜୀବନକୁ ନେଇ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି। ବଲିଉଡ୍ର ଏହି ଷ୍ଟାର୍ ୧୯୮୭ରେ ରିଚା ଶର୍ମାଙ୍କୁ ବିବାହ କରିଥିଲେ। ରୋଗ କାରଣରୁ ରିଚାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ୧୯୯୭ରେ ସଞ୍ଜୁବାବା ରିୟା ପିଲ୍ଲେଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯିବାରୁ ମାନ୍ୟତାଙ୍କୁ ବିବାହ କରିଥିଲେ ସଞ୍ଚୟ।
ଧର୍ମେନ୍ଦ୍ର: ଦେଓଲ୍ ପରିବାର ହେଡ୍ ଧର୍ମେନ୍ଦ୍ର ପ୍ରଥମେ ପ୍ରକାଶ କୌର୍ଙ୍କ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କାଠାରୁ ତାଙ୍କର ୪ ପିଲା ଥିଲା। କିନ୍ତୁ ପରେ ସେ ହେମାମିଳିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ।
ଇଏ ତ ଗଲା ହିରୋଙ୍କ କଥା ଏବେ ଆସନ୍ତୁ ଜାଣିବା ବଲିଉଡ୍ ହିରୋଇନ୍ଙ୍କ କଥା।
ବିନ୍ଦିଆ ଗୋସ୍ୱାମୀ: ୭୦- ୮୦ ଦଶକରେ ଲୋକପ୍ରିୟ ଅଭିନେତ୍ରୀ ବିନ୍ଦିଆ ଗୋସ୍ୱାମୀ। ଏହି ହିରୋଇନ୍ ଜୀବନରେ ଦୁଇଥର ବିବାହ କରିଛନ୍ତି। ପ୍ରଥମେ ବିନୋଦ ମେହେରା ଓ ଦ୍ୱିତୀୟରେ ଜ୍ୟୋତିପ୍ରକାଶ ଦତ୍ତଙ୍କୁ ବିବାହ କରିଥିଲେ ବିନ୍ଦିଆ।
ନୀଲମ୍ କୋଠାରୀ: ଯୋଧ୍ପୁର କୃଷ୍ଣାସାର ମୃଗ ହତ୍ୟାମାମଲାରେ ସଲମାନଙ୍କ ସହିତ ନୀଲମଙ୍କ ନାଁ ବି ରହିଛି। ଏହି ହିରୋଇନ୍ ବର୍ତ୍ତମାନ ବଲିଉଡ୍ରୁ ଦୂରେଇ ରହି ଜୁଏଲରୀ ଡିଜାଇନର୍ ଭାବେ କାର୍ଯ୍ୟରତ। ଏହି ନାୟିକା ପ୍ରଥମେ ଆମେରିକାର ଜଣେ ବ୍ୟବସାୟୀଙ୍କୁ ବିବାହ କରୁଥିଲେ ପରେ ବଲିଉଡ୍ର ସମୀର ସୋନିଙ୍କୁ ବିବାହ କରିଛନ୍ତି।
ୟୋଗୀତା ବାଲି: ୬୦-୭୦ ଦଶକରେ ସୁନ୍ଦରୀ ହିରୋଇନ୍ ଯୋଗୀତା ବାଲି ଏବେ ଫିଲ୍ମ ଠାରୁ ଦୂରେଇ ରହିଛନ୍ତି। ସେ ପ୍ରଥମେ ଗାୟକ କିଶୋର କୁମାର ପରେ ବଲିଉଡ୍ ର ଦାଦା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାହ କରିଥିଲେ।
ନୀଳିମା ଅଜୀମ: ଅଭିନେତା ଶାହିଦ କପୁରଙ୍କ ମାଆ ତଥା ପଙ୍କଜ କପୁରଙ୍କ ପତ୍ନୀ ନୀଳିମା ତିନିଥର ବିବାହ କରିଛନ୍ତି। ପ୍ରଥମେ ସେ ଉସ୍ତାଦ ରଜା ଅଲୀ ଖାନ୍ଙ୍କୁ ବିବାହ କରିଥିଲେ। ଦ୍ୱିତୀୟରେ ରାଜେଶ ଖଟ୍ଟର ଓ ତୃତୀୟରେ ସେ ପଙ୍କଜ କପୁରଙ୍କୁ ବିବାହ କରିଛନ୍ତି।
କିରଣ ଖେର୍: ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର୍ ପ୍ରଥମେ ଜଣେ ବ୍ୟବସାୟୀ ଗୌତମ ବେରୀଙ୍କୁ ବିବାହ କରିଥିଲେ ପରେ ସେ ଅନୁପମ୍ ଖେର୍ଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।
ଏମାନଙ୍କ ବ୍ୟତିତ ବଲିଉଡ୍ ଗାୟକ କିଶୋର୍ କୁମାର ୪ ଥର ଅଭିନେତା କବୀର ବେଦୀ ୪ ଥର ସାଉଥ୍ ଷ୍ଟାର୍ କମଲ ହସନ୍ ୩ ଥର କରଣ ସିଂହ ଗ୍ରୋଭର ୩ ଥର ବିବାହ କରିସାରିଛନ୍ତି।