ନିର୍ଭୟା ଦୋଷୀଙ୍କୁ ଫାଶି ପରେ ବଲିଉଡ୍‌ ଷ୍ଟାର୍‌ଙ୍କ ପ୍ରତିକ୍ରିୟା: ପ୍ରୀତି ଜିଣ୍ଟା କହିଲେ ଏବେ ସମୟ…

ମୁମ୍ୱାଇ : ୭ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଆଜି ସକାଳ ୫ଟା ବାଜି ୩୦ରେ ଚାରି ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ୪ ଦୋଷୀଙ୍କୁ ଫାଶୀ ପରେ ଦେଶର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିରୁ ବାଦ୍‌ ଯାଇ ନାହାନ୍ତି ବଲିଉଡ୍ ଷ୍ଟାର୍‌। ତେବେ ନ୍ୟାୟ ମିଳିବା ପରେ ବି ଆଇନ୍‌ ଦୁର୍ବଳତାକୁ କଟାକ୍ଷ କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା।

କେଉଁ ଷ୍ଟାର୍ କଣ କହିଲେ ଜାଣନ୍ତୁ-

ଅଭିନେତ୍ରୀ ସୁସ୍ମିତା ସେନ୍‌ ଟ୍ୱିଟ୍‌ କରି ଲେଖିଛନ୍ତି, ‘ମୁଁ ନିର୍ଭୟାଙ୍କ ମା’ ଆଶାଦେବୀଙ୍କୁ ପ୍ରଶଂସା କରୁଛି। ତାଙ୍କର ଧର୍ଯ୍ୟ ଓ ସହନଶୀଳତା ପାଇଁ ନିର୍ଭୟାଙ୍କୁ ନ୍ୟାୟ ମିଳିଛି।

A Mother’s resilience 🙏 Asha Devi sees it through!! Finally some justice!! #Nirbhaya Dugga Dugga 🙏

— sushmita sen (@thesushmitasen) March 20, 2020

 

ରିତେଶ ଦେଶମୁଖ- ‘ନିର୍ଭୟାଙ୍କ ବାପାମା’, ସାଙ୍ଗସାଥୀ ଓ ପ୍ରିୟଜନଙ୍କୁ ମୁଁ ସମବେଦନା ଜଣାଉଛି। ବିଳମ୍ୱିତ ହେଲେ ମଧ୍ୟ ନ୍ୟାୟ ମିଳିଛି।’

#Justice for Nirbhaya  My thoughts and prayers are with the parents, friends & loved ones of Nirbhaya. The wait has been long but the justice has been served.

— Riteish Deshmukh (@Riteishd) March 20, 2020

 

ତାପସୀ ପନ୍ନ- ‘ଶେଷରେ ଏତେ ବର୍ଷ ପରେ ନିର୍ଭୟାଙ୍କ ମା’ ଓ ପରିବାର ଲୋକେ ଶାନ୍ତିରେ ଶୋଇପାରିବେ। ଲଢ଼େଇ ବହୁତ ଲମ୍ୱା ଓ ସଂଘର୍ଷପୂର୍ଣ୍ଣ ଥିଲା।

It’s done. Finally. I hope the parents can finally sleep slightly better tonight after YEARS. It’s been a long long battle for them. Asha Devi 🙏🏼 https://t.co/XidMPTzKm4

— taapsee pannu (@taapsee) March 20, 2020

ପ୍ରୀତି ଜିଣ୍ଟା-  ‘ଯଦି ୨୦୧୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯାଇଥା’ନ୍ତା ତେବେ ନ୍ୟାୟିକ ବ୍ୟବସ୍ଥାରେ ମହିଳାଙ୍କ ବିରୋଧରେ ହେଉଥିବା ଅନେକ ଅପରାଧକୁ ରୋକି ହୋଇଥା’ନ୍ତା।’ ବର୍ତ୍ତମାନ ନ୍ୟାୟିକ ବ୍ୟବସ୍ଥା ସୁଧାରିବା ବେଳେ ଆସିଛି ବୋଲି କହିଛନ୍ତି ପ୍ରୀତି।

If #Nirbhaya rapists were hung in 2012 the judicial system would have stopped so much crime against women. Fear of the law would have kept the lawless in check. Prevention is always better than cure. It’s time the Indian govt. takes steps for judicial reforms. #RIPNirbhaya🙏

— Preity G Zinta (@realpreityzinta) March 20, 2020

ସେହିପରି ଋଷି କପୁର ଟ୍ୱିଟ୍‌ କରି କହିଛନ୍ତି, ‘ଯେମିତି କର୍ମ ଫଳ ସେପରି ମିଳେ। ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଉଦାହରଣ। ଦୁଷ୍କର୍ମର ଦଣ୍ଡ ମୃତ୍ୟୁ।  ନାରୀଶକ୍ତିକୁ ସମ୍ମାନ ଦେବା ଆବଶ୍ୟକ। ବୋଲି ରିଷି ଲେଖିଛନ୍ତି।

Nirbhaya Justice. “Jaisi karni waisi bharni” Let this set an example not only in India but world over. Punishment for rape is by death. You have to respect womanhood. Shame on the people who delayed the execution. Jai Hind! pic.twitter.com/ENyjTxwlMI

— Rishi Kapoor (@chintskap) March 20, 2020

 

 

 

 

 

You might also like