ପତ୍ନୀଙ୍କୁ ୱେଡିଂ ଆନିଭର୍ସାରୀ ବାର୍ତ୍ତା ଦେଇ ଆୟୁଷ୍କାନ କହିଲେ-‘ମୁଁ ତୁମ ସହ….

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଆୟୁଷ୍ମାନ ଖୁରାନା ଇଣ୍ଡଷ୍ଟ୍ରିର କେବଳ ଜଣେ ଭଲ ଆକ୍ଟର ନୁହଁନ୍ତି, ଜଣେ ଭଲ ସିଙ୍ଗର ମଧ୍ୟ। ଦର୍ଶକ ତାଙ୍କର ଅଭିନୟକୁ ଯେତିକି ପସନ୍ଦ କରନ୍ତି, ତାଙ୍କ ଗୀତର ସେତିକି ଫ୍ୟାନ୍ସ ମଧ୍ୟ ଅଛନ୍ତି। ଏବେ ତାଙ୍କର ଆଉ ଏକ ଭଲ ଗୁଣ ସାମ୍ନାକୁ ଆସିଛି। ଜଣେ ଭଲ ଅଭିନେତା, ଗାୟକ ହେବା ସହ ଆୟୁଷ୍ମାନ ଜଣେ ଭଲ ସ୍ୱାମୀ ମଧ୍ୟ।

ଅବଶ୍ୟ ପୂର୍ବରୁ ଅନେକ ଥର ଭଲ ସ୍ୱାମୀ ବୋଲି ସେ ନିଜକୁ ପ୍ରମାଣିତ କରି ଆସିଛନ୍ତି। ଏଥର ନିଜୟ ୱେଡିଂ ଆନିଭର୍ସାରୀ ପାଳନ ଅବସରରେ ପତ୍ନୀ ତାହିରା କାଶ୍ୟପଙ୍କ ସହ ଫଟୋ ଓ ଭିଡିଓ ଶେୟାର କରି ପୁଣି ଥରେ ଭଲ ସ୍ୱାମୀ ବୋଲି ପ୍ରମାଣିତ କରିଛନ୍ତି।

ଆୟୁଷ୍ମାନ ଓ ତାହିରାଙ୍କ ବିବାହର ୧୨ ବର୍ଷ ବିତିଗଲାଣି। ଆଜି ତାଙ୍କର ୱେଡିଂ ଆନିଭର୍ସାରୀ। ଏହି ଅବସରରେ ଆୟୁଷ୍ମାନ ପତ୍ନୀ ତାହିରାଙ୍କ ସହ ଫଟୋ ଶେୟାର କରି ୱେଡି ଆନିଭର୍ସାରୀ ଶୁଭେଚ୍ଛା ଜଣାଇଛନ୍ତି। ଫଟୋରେ ଆୟୁଷ୍ମାନ ପତ୍ନୀ ତାହିରାଙ୍କୁ ପିଠି ଉପରେ ଉଠାଇଥିବା ଦେଖିବାକୁ ମିଳିଛି। ଏଥିରେ ତାହିରା ପିଙ୍କ ହୁଡି ପିନ୍ଧିଥିବା ଦେଖିଥିବା ନଜରକୁ ଆସିଛି।

ଫଟୋ ଶେୟାର କରି ଆୟୁଷ୍ମାନ କହିଛନ୍ତି, ’୧୨୫ ବର୍ଷ ପୂରଣ ହେବାର ଖୁସି… । କାରଣ ମୁଁ ଜାଣିଛି, ମୁଁ ଶତାବ୍ଦୀ କିମ୍ବା ତା’ଠାରୁ ଅଧିକ ସମୟରୁ ତୁମକୁ ଜାଣିଛି। ଏହି ବନ୍ଧନ ଏଇ ଜୀବନ ଭିତରେ ସୀମିତ ରହି ପାରିବ ନାହିଁ। ତୁମେ ମୋ ସାଥୀ..ଲଭର..ପର୍ସନାଲ ଷ୍ଟାଣ୍ଡଅପ୍‌ କମେଡିଆନ, କୋଚ ଏବଂ ସବୁଠାରୁ ଭଲ ସାଙ୍ଗ। ମୁଁ ତୁମ ସହ ସାରା ଜୀବନ କଟାଇବାକୁ ଚାହେଁ..ହାପି ଆନିଭର୍ସାରୀ ତାହିରା କାଶ୍ୟପ।’

ମଜାକଥା ହେଲା, କଲେଜରେ ପଢିବା ବେଳେ ଉଭୟେ ପରିସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୨ ବର୍ଷ ଏକାଠି ରହିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୦୮ ନଭେମ୍ବର ୧ରେ ବିବାହ କରିଥିଲେ। ଆୟୁଷ୍ମାନ ଯେତେବେଳେ ତାହିରାଙ୍କୁ ବିବାହ କଲେ ସେତେବେଳେ ତାଙ୍କର ବୟସ ୨୪ ବର୍ଷ ଥିଲା। ବିବାହର ୪ ବର୍ଷ ପରେ ପୁତ୍ର ଭିରାଜଭୀରର ଜନ୍ମ ଏବଂ ୨୦୧୪ରେ ଝିଅ ବରୁଷ୍କାର ଜନ୍ମ ହୋଇଥିଲା।

 

 

You might also like