ଅମିତାଭ ବଚ୍ଚନଙ୍କ ବଙ୍ଗଳାରୁ ହଟିଲା କଣ୍ଟେନ୍‌ମେଣ୍ଟ ପୋଷ୍ଟର

ମୁମ୍ବଇ: ଅମିତାଭ ବଚ୍ଚନଙ୍କ ପରିବାରରେ କରୋନା ପଶିବା ପରେ ପରେ ତାଙ୍କ ବାସଭବନ ‘ଜଲ୍‌ସା’କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । କରୋନା ପଜିଟିଭା ରିପୋର୍ଟ ଆସିବା ପରେ ବିଗ୍‌ ବିଙ୍କ ସହ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା  ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।

ଏହାପରେ ବିଏମସି ପକ୍ଷରୁ ତାଙ୍କ ଘର ‘ଜଲ୍‌ସା’ କଣ୍ଟନେମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ହେଲେ ଏବେ ଏଠାରୁ କଣ୍ଟେନମେଣ୍ଟ ପୋଷ୍ଟର ହଟାଇ ଦିଆଯାଇଛି । ଏଏନଆଇ ପକ୍ଷରୁ ଏପରି ସୂଚନା ଦିଆଯାଇଛି । ତେଣୁ ବଚ୍ଚନ ପରିବାରକୁ ଖୁବ୍‌ ଶୀଘ୍ର କରୋନା ମୁକ୍ତ ବୋଲି ଘୋଷଣା କରାଯାଇ ପାରେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।

ସୂଚନାଥାଉ କି, ବୃହନ୍‌ ମୁମ୍ବାଇ ନଗର ନିଗମ (Brihanmumbai Municipal Corporation or BMC) ପକ୍ଷରୁ ଜଲ୍‌ସାର ବାହାରେ ଏକ ବ୍ୟାନର ଲଗାଇ ଦିଆଯାଇଥିଲା। ଏଥିରେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ବୋଲି ଘୋଷଣା କରାଯାଇଥିଲା। ଏହା ପରେ ତାଙ୍କର ବଙ୍ଗଳାକୁ ସିଲ କରି ଦିଆଯାଇଥିଲା। ତେବେ ୧୪ ଦିନ କ୍ୱାରେଣ୍ଟିନ ଅବଧି ପୂରଣ କରିବା ପରେ ବିଏମ୍‌ସି ଏବେ ବିଗ୍‌ ବିଙ୍କ ବଙ୍ଗଳାକୁ ଡିକଣ୍ଟେନମେଣ୍ଟ୍‌ ଜୋନ ଘୋଷଣା କରିଛନ୍ତି।

ଅମିତାଭ ବଚ୍ଚନ ଶନିବାର ତାଙ୍କର ବ୍ଲଗ୍‌ରେ ଡାକ୍ତରଖାନା ଅନୁଭୂତି ସେୟାର କରିଥିଲେ । ସେ କହିଥିଲେ, ଏହି ରୋଗ ସମୟରେ ରୋଗୀର ମାନସିକ ସ୍ଥିତି ବହୁତ ଗୁରୁତ୍ୱପୂର୍ଣ୍ଣ । ରୋଗୀର ମାନସିକ ସ୍ଥିତି ତାହାର ସ୍ୱାସ୍ଥ୍ୟାବସ୍ଥା ଉପରେ ଗଭୀର ପ୍ରଭାବ ପକାଇଥାଏ । କାରଣ ରୋଗ ସମୟରେ ନିଜ ପରିଜନଙ୍କଠାରୁ ଦୂରରେ ରହିବାକୁ ପଡ଼ିଥାଏ । ଖାଲି ପରିଜନ ନୁହେଁ, ମଣିଷଙ୍କଠାରୁ ଦୂରେଇ ରହିବାକୁ ପଡ଼ିଥାଏ । ପାଖକୁ ନର୍ସ ଏବଂ ଡାକ୍ତର ଆସନ୍ତି । ହେଲେ ପିପିିଇ କିଟ୍‌ ପିନ୍ଧି ଆସିଥାନ୍ତି । ସେମାନେ ଆସିବେ, ଚିକିତ୍ସା କରି ଚାଲିଯିବେ ।
ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀ କହିଛନ୍ତି,  ବିଏମସିର କର୍ମଚାରୀମାନେ ଅମିତାଭଙ୍କ ଆବାସିକ ଏବଂ ଅଫିସ୍ କମ୍ପ୍ଲେକ୍ସକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁଯାୟୀ ସଂକ୍ରମଣମୁକ୍ତ କରିଛନ୍ତି। ୧୮ରୁ ୨୦ଜଣିଆ ଏକ ଟିମ୍ ଜଲ୍‌ସାକୁ ସାନିଟାଇଜ୍‌ କରିଥିଲେ | ଏହି ଅଧିକାରୀଙ୍କ କହିବା ଅନୁଯାୟୀ, ଅମିତାଭ ବଚ୍ଚନଙ୍କ ଘର ସମ୍ପୂର୍ଣ୍ଣ ସାନିଟାଇଜ୍‌ ହୋଇଯାଇଛି।

 

ଆହୁରି ପଢ଼ନ୍ତୁ

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

You might also like