ସୁଶାନ୍ତଙ୍କ ମୃତ୍ୟୁର ୨ ଦିନ ପୂର୍ବରୁ ଘଟିଥିଲା ଏହି ରହସ୍ୟମୟ ଘଟଣା, କଙ୍ଗନା କହିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ଖୁଲାସା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ୍‌। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ନେଇ ସେ ଏହି ଖୁଲାସା କରିଛନ୍ତି।

ଟ୍ୱିଟ୍‌ କରି କଙ୍ଗନା ଲେଖିଛନ୍ତି, ‘ଗତ ୬ ମାସ ହେବ ରିୟା, ସୁଶାନ୍ତଙ୍କ ସହ ଥିଲେ। ସୁଶାନ୍ତଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବା ଦର୍ଶାଇ ତାଙ୍କୁ ବୁଝାଇବା ପାଇଁ ରିୟା ମହେଶ ଭଟ୍ଟଙ୍କୁ କହିଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁର ୨ ଦିନ ପୂର୍ବରୁ ସମସ୍ତେ ରହସ୍ୟଜନକ ଭାବେ ଅଚାନକ୍ ଗାଏବ ହୋଇଯାଇଥିଲେ। କିନ୍ତୁ ଖୁସିର କଥା, ଏହି ମାମଲାର ଏବେ ଯାଞ୍ଚ ଆରମ୍ଭ ହେବ। ’

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କ ନାଁରେ ବିହାର ପୋଲିସ୍ ମାମଲା ରୁଜୁ କରିଛି। ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ପିତା କେ.କେ. ସିଂ ଏହି ଏଫଆଇଆର୍ ଦାଖଲ କରିଛନ୍ତି।

ଜୁନ୍‌ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ କଙ୍ଗନା ୨ ମିନିଟ୍‌ର ଏକ ଭିଡିଓ ରିଲିଜ କରିଥିଲେ। ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ପରିବାରବାଦ ଚାଲିଥିବା ନେଇ ଅଭିଯୋଗ ଆଣିଥିଲେ। ସୁଶାନ୍ତ ମଧ୍ୟ ଏହାର ଶିକାର ହୋଇଥିଲେ ବୋଲି କଙ୍ଗନା ଅଭିଯୋଗ ଆଣିଥିଲେ।

ଡ. ସୁବ୍ରମଣ୍ୟମ ସ୍ୱାମୀ ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରି ଆସୁଛନ୍ତି। ଏପରିକି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ସେ ‘ଦିଲ୍‌ ବେଚାରା’ର ହିରୋଙ୍କୁ କାହିଁକି ହତ୍ୟା କରାଯାଇଛି ତାହାର ୨୬ଟି ପ୍ରମାଣ ଦେଇଛନ୍ତି ଯାହା ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ପଢ଼ନ୍ତୁ: ସୁଶାନ୍ତଙ୍କୁ ହତ୍ୟା କରାଯାଇଛି-୨୬ଟି ସୁରାକ୍‌ ଦେଲେ ସୁବ୍ରମଣ୍ୟମ ସ୍ୱାମୀ

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ପରଲୋକ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟଙ୍କ ଦେହାନ୍ତ

You might also like