ରାକ୍ଷୀ ଦେଲେ କରୋନା ଟିପ୍ସ

ମୁମ୍ବାଇ: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଏଭଳି ସ୍ଥିତିରେ ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ ? କ’ଣ କ’ଣ ସତର୍କତା ଓ ପଦକ୍ଷେପ ଗ୍ରହଣ କରିବେ ? ସେନେଇ ଲୋକଙ୍କୁ ସଚେତନତା କରାଯାଉଛି। ଅନେକ ସେଲେବ୍ରିଟି ମଧ୍ୟ କରୋନାଠୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରୟାସ କରୁଛନ୍ତି।

ଏସବୁ ଭିତରେ ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ କରୋନାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏଥିରୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରିଛନ୍ତି। କ’ଣ ପାଇଁ କରୋନା ଭାଇରସ୍‌ ବ୍ୟାପୁଛି ଓ ଏହାର ପ୍ରତିକାର ପାଇଁ କ’ଣ କରିବା ଆବଶ୍ୟକ ସେନେଇ ରାକ୍ଷୀ କିଛି ଟିପ୍ସ ଦେଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଇନ୍‌ଷ୍ଟାରେ ଭିଡିଓଟିକୁ ଶେଆର୍‌ କରି ଏହାର କ୍ୟାପ୍‌ସନ୍‌ ଦେଇ ରାକ୍ଷୀ ଲେଖିଛନ୍ତି, “ଦୟାକରି ମୋ କଥାକୁ ଶୁଣନ୍ତୁ”। ସେ କହିଛନ୍ତି, “କରୋନା ଭାଇରସ୍‌ ଏବେ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ସମସ୍ତେ କହୁଛନ୍ତି, ହାତ, ପାଦ, ନାକ ଧୁଅ…ଜଣାନାହିଁ ଆଉ କ’ଣ କ’ଣ ଧୁଅ। ସବୁ ଧୁଅ, ହେଲେ ଆତ୍ମାକୁ କେମିତି ଧୋଇବା ? ଆମେ ପାପ କରିଛୁ, ପୂରା ଦୁନିଆ ପାପ କରିଛି।’

ରାକ୍ଷୀ ଆହୁରି କହିଛନ୍ତି, “ଆପଣଙ୍କୁ କ’ଣ ଲାଗୁଛି ଏହି କରୋନା ଭାଇରସ୍‌ କେଉଁଠି ଆସିଥିବ ? ଏହା ଲୋକଙ୍କୁ ଉଚିତ୍‌ ଶିକ୍ଷା ଶିଖାଇବା ପାଇଁ ଆସିଛି। ଏବେବି ସମୟ ଅଛି ଭଗବାନଙ୍କ ଶରଣରେ ନିଜକୁ ସମର୍ପିତ କରି କରିଥିବା ପାପ ପାଇଁ କ୍ଷମା ମାଗନ୍ତୁ। କରୋନା ଭାଇରସ୍‌ ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଖ୍ରୀଷ୍ଟିଆନ୍‌, ଧନୀ, ଗରିବ ସମସ୍ତଙ୍କୁ ଆକ୍ରାନ୍ତ କରୁଛି। ତେଣୁ ଦୟାକରି ଭଗବାନଙ୍କ ନିକଟରେ ନିଜକୁ ସରେଣ୍ଡର୍‌ କରନ୍ତୁ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଆପଣଙ୍କୁ କେବେବି କରୋନା ଭାଇରସ୍‌ ଛୁଇଁ ପାରିବ ନାହିଁ।”

 

View this post on Instagram

 

Please please Suni lo meri baat

A post shared by Rakhi Sawant (@rakhisawant2511) on

ଯଦି ଆମେ ଏଣ୍ଟରଟେନ୍‌ମେଣ୍ଟ୍‌ ଇଣ୍ଡଷ୍ଟ୍ରି କଥା ଆଲୋଚନ କରିବା, ତେବେ କରୋନାକୁ ଦୃଷ୍ଟିରେ ରଖି ଅନେକ ବଡ଼ ବଡ଼ ଇଭେଣ୍ଟସ୍‌ ବାତିଲ କରାଯିବା ସହ ଫିଲ୍ମ ରିଲିଜ୍ ତାରିଖ ସବୁ ଘୁଞ୍ଚାଇ ଦିଆଯାଇଛି। ସବୁ ସେଲେବ୍ରିଟିମାନେ ସେମାନଙ୍କର ସୋଶାଲ୍‌ ମିଡିଆ ଆକାଉଣ୍ଟ୍‌ରେ କରୋନାକୁ ନେଇ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି।

You might also like