ମୁମ୍ବାଇ: ବିବାହକୁ ନେଇ ବିଗ୍‌ ବସ୍‌ ୭ର ବିଜେତା ତଥା ଅଭିନେତ୍ରୀ ଗୌହର ଖାନ୍ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଖୁବ୍‌ ଶୀଘ୍ର ଜେଦ୍‌ ଦରବାର୍‌ଙ୍କୁ ବିବାହ କରିବେ ବୋଲି ଖୋଦ୍‌ ଗୌହର ଏହା ଘୋଷଣା କରିଥିଲେ। ଆଉ ଏବେ ବିବାହ ତାରିଖ ସାମ୍ନାକୁ ଆସିଛି।

ଇନ୍‌ଷ୍ଟାଗ୍ରାମରେ ଗୌହର ଫଟୋ ଶେଆର କରି #25thDec2020 ଦେଇଛନ୍ତି। ତେଣୁ ସେ ଡିସେମ୍ବର ୨୫ରେ ବିବାହ କରିପାରନ୍ତି ବୋଲି କୁହାଯାଉଛି। ଫଟୋରେ ଗୌହରଙ୍କ ସହ ଜେଦ୍‌ଙ୍କୁ‌ ମଧ୍ୟ ଦେଖିବାକୁ ମିଳିଛି।

 

View this post on Instagram

 

A post shared by GAUAHAR KHAN (@gauaharkhan)

ଏହା ପୂର୍ବରୁ ଗୌହର ଫଟୋ ଶେଆର କରି ଏନ୍‌ଗେଜ୍‌ମେଣ୍ଟ ସମ୍ପର୍କରେ ସୂଚନା ଦେଇଥିଲେ। ସେ ହାତରେ ଏନ୍‌ଗେଜ୍‌ମେଣ୍ଟ ମୁଦି ପିନ୍ଧି ଥିବା ଦେଖିବାକୁ ମିଳିଥିଲା। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗୌହର ଓ ଜେଦ୍‌ ଏବେ ଦୁବାଇରେ ଅଛନ୍ତି।

 

View this post on Instagram

 

A post shared by GAUAHAR KHAN (@gauaharkhan)

ସୂଚନାନୁସାରେ, ଏହି ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ସାମିଲ ହେବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିବାହରେ ଅଧିକ ଲୋକଙ୍କୁ ସାମିଲ‌ ହେବେ ନାହିଁ।

 

View this post on Instagram

 

A post shared by GAUAHAR KHAN (@gauaharkhan)

Other Stories