ଏହି ଷ୍ଟାର୍ମାନେ ଫିଲ୍ମରେ କରିଥିଲେ ଖରାପ ଅଭିନୟ
ବଲିଉଡ୍ର ସିନେମା ଇଣ୍ଡଷ୍ଟ୍ରି ଦୁନିଆର ସବୁଠାରୁ ବଡ଼ ସିନେମା ଇଣ୍ଡଷ୍ଟ୍ରି ଭାବେ ଜଣାଶୁଣା। ଏହି ଇଣ୍ଡଷ୍ଟ୍ରିରେ ପ୍ରତି ବର୍ଷ ଅନେକ ସିନେମା ରିଲିଜ୍ ହୁଏ। କିଛି ସିନେମା ହିଟ୍ ହୋଇ ଭଲ ରୋଜଗାର କରେ ଓ ଆଉ କିଛି ଫ୍ଲପ୍ ହୁଏ ।
ବେଳେବେଳେ ଅଭିନେତା ଓ ଅଭିନେତ୍ରୀମାନଙ୍କର ଖରାପ ଅଭିନୟ ଯୋଗୁ ବା ସେମାନଙ୍କର ବ୍ୟକ୍ତିତ୍ୱକୁ ଖାପ୍ ଖାଉ ନଥିବା ଅଭିନୟ ଯୋଗୁ ଅନେକ ସିନେମା ଦର୍ଶକଙ୍କୁ ପସନ୍ଦ ଆସେ ନାହିଁ। ଏମିତି କିଛି ସିନେମା ରହିଛି ଯେଉଁଥିରେ ବହୁତ ବଡ଼ ବଡ଼ ଷ୍ଟାର୍ ବି ଖରାପ ଅଭିନୟ କରିଛନ୍ତି।
ତେବେ ପଢ଼ନ୍ତୁ କେଉଁ ସବୁ ସିନେମାରେ ଖରାପ ଅଭିନୟ କରିଛନ୍ତି ଏହି ସବୁ ଷ୍ଟାର୍।
୧.ଜନ୍ ଆବ୍ରାହମ୍(ଝୁଟା ହି ସହି)
ଅନେକ ସୁପରହିଟ୍ ଫିଲ୍ମରେ କାମ କରିଥିବା ବଲିଉଡ୍ର ହ୍ୟାଣ୍ଡସମ୍ ଅଭିନେତା ଜନ୍ ଅବ୍ରାହମ୍ ‘ଝୁଟା ହି ସେହି’ ଫିଲ୍ମରେ ତାଙ୍କ ବ୍ୟକ୍ତିତ୍ୱକୁ ଖାପ ଖାଉ ନଥିବା ଅଭିନୟ କରିଥିଲେ। ସେଥିପାଇଁ ଏହା ଦର୍ଶକଙ୍କୁ ଏତେ ପସନ୍ଦ ଆସିନଥିଲା।
୨.କ୍ୟାଟ୍ରିନା କେଫ୍(ଜବ୍ ତକ୍ ହେ ଜାନ୍)
ବଲିଉଡ଼ର ଅନେକ ନାଁ କମେଇଥିବା ଏହି ଅଭିନେତ୍ରୀ ‘ଜବ୍ ତକ୍ ହେ ଜାନ୍’ ଫିଲ୍ମରେ ଅତ୍ୟନ୍ତ ଖରାପ ଅଭିନୟ କରିଥିଲେ। ଏଥିରେ ସେ ଇମୋସନାଲ ସିନ୍କୁ ଠିକ୍ ଭାବେ ନିଭାଇପାରିନଥିଲେ।
୩.ଶ୍ରଦ୍ଧା କପୁର(ହସିନା ପାରକର୍)
‘ହସିନା ପାରକର୍’ ଫିଲ୍ମରେ ଶ୍ରଦ୍ଧା କପୁର ଏକ ଅଲଗା ପ୍ରକାର ଅଭିନୟର ଚ୍ୟାଲେଞ୍ଜକୁ ଗ୍ରହଣ କରିଥଲେ ମଧ୍ୟ ଏହି ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକଙ୍କୁ ଏତେ ଭଲ ଲାଗି ନଥିଲା।
୪.ରଣବୀର କପୁର(ବେଶରମ୍)
ଅନେକ ସୁପରହିଟ୍ ଫିଲ୍ମରେ କାମ କରି ଦର୍ଶକଙ୍କୁ ନିଜ ଅଭିନୟରେ ବାନ୍ଧି ରଖିଥିବା ରଣବୀର କପୁର ‘ବେଶରମ୍’ ଫିଲ୍ମରେ ଅତ୍ୟନ୍ତ ଖରାପ ଅଭିନୟ କରିଥିଲେ।
୫.ସାହିଦ୍ କପୁର(ପଦ୍ମାବତ୍)
ସୁପରହିଟ୍ ଫିଲ୍ମ ‘ପଦ୍ମାବତ୍’ରେ ସାହିଦ୍ କପୁର ନିଜ ବ୍ୟକ୍ତିତ୍ୱକୁ ଖାପ ଖାଉ ନଥିବା ଅଭିନୟ କରିଥିଲେ। ତାଙ୍କୁ ରାଜା ଚରିତ୍ର ଆଦୌ ମାନୁ ନଥିଲା।
୬.ଇମ୍ରାନ୍ ଖାନ୍ (ୱାନ୍ସ ଓପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୁବାରା)
ସବୁବେଳେ ଲଭରବୟ ଭୂମିକରେ ଅଭିନୟ କରୁଥିବା ବଲିଉଡ଼ର ଏହି ନାୟକ ‘ୱାନ୍ସ ଓପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୁବାରା’ ଫିଲ୍ମରେ ଏକ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ଅଭିନୟ କରିଥଲେ। ଅଭିନୟ ତାଙ୍କୁ ବିଲ୍କୁଲ୍ ସୁଟ୍ କରୁନଥିଲା।
୭.ନର୍ଗିସ୍ ଫକ୍ରି(ରକ୍ଷ୍ଟାର)
ଏହି ଅଭିନେତ୍ରୀ ଜଣଙ୍କ ସୁପରହିଟ୍ ‘ରକ୍ଷ୍ଟାର’ ଫିଲ୍ମରେ ଖରାପ ଅଭିନୟ କରିଥିଲେ।
୮.ଅକ୍ଷୟ କୁମାର(ପଟିଆଲା ହାଉସ୍)
ଅକ୍ଷୟ କୁମାରଙ୍କ ଅଭିନୟ ସବୁବେଳେ ଉଚ୍ଚକୋଟୀର ହେଉଥିବା ବେଳେ ‘ପଟିଆଲା ହାଉସ୍’ ଫିଲ୍ମରେ ତାଙ୍କ ଅଭିନୟକୁ ପସନ୍ଦଯୋଗ୍ୟ ହୋଇ ନ ଥିଲା।
୯.ଐଶ୍ୱର୍ଯ୍ୟା ରାୟ ବଚନ୍(ସରବ୍ଜିତ୍)
ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ୍ ‘ସରବ୍ଜିତ୍’ ଫିଲ୍ମରେ ତାଙ୍କ ଚରିତ୍ରରୁ ପୂରା ଅଲଗା ଅଭିନୟ କରିଥିଲେ। ଯାହାଫଳରେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ନ ଆସି ଫ୍ଲପ୍ ହୋଇଥିଲା।
୧୦.ସଲମାନ୍ ଖାନ୍(ଟ୍ୱିବ୍ ଲାଇଟ୍)
ବଲିଉଡ଼ର ଭାଇଜାନ୍ କୁହାଯାଉଥିବା ସଲମାନ୍ ଖାନ୍ ‘ଟ୍ୱିବ୍ ଲାଇଟ୍’ ଫିଲ୍ମରେ ତାଙ୍କ ବ୍ୟକ୍ତିତ୍ୱକୁ ଖାପ ଖାଇନଥିବା ଏକ ଭୂମିକାରେ ଅଭିନୟ କରିଥିଲେ।